CORONAVIRUS UPDATE: ସୁନ୍ଦରଗଡ଼ ଜିଲାରେ ଆଉ ୪କରୋନା ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼,୨୮।୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ ମଙ୍ଗଳବାର ପୁଣି ଆଉ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୦ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ୪କରୋନା ଆକ୍ରାନ୍ତ ରାଉରକେଲା ନାଲା ରୋଡ ଅଞ୍ଚଳର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଜିଲାରେ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲାପ୍ରଶାସନ ତତ୍ପରତା ଦେଖାଇଛି। ବିଶ୍ରା ଓ ରାଉରକେଲା ନାଲା ରୋଡ ଅଞ୍ଚଳକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ଜିଲା ପ୍ରଶାସନ। ଅପରପକ୍ଷେ ବର୍ତମାନ ପରିସ୍ଥିତିରେ କଣ୍ଟେନମେଣ୍ଟ ଜୋନର ପରିସୀମାକୁ ବୃଦ୍ଧି କରିବା ପାଇଁ ପ୍ରଶାସନ ବିଚାର କରୁଥିବା ଜଣାପଡ଼ିଛି। ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ସୂଚନା ମୁତାବକ ଜିଲାରୁ ବର୍ତ୍ତମାନ ସୁଦ୍ଧା ମୋଟ ୭୦୦ ସାମ୍ପୁଲ ପରୀକ୍ଷା ପାଇଁ ପଠାଯାଇଥବା ବେଳେ ୧୦ ନମୂନା ପଜିଟିଭ ଆସିଛି ଏବଂ ଆହୁରି ୪୬ଟି ନମୂନାର ରିପୋର୍ଟ ଆସି ନ ଥିବା ଜଣାପଡ଼ିଛି। ମଙ୍ଗଳବାର ଆଉ ୪୦ଟି ନମୁନା ପରୀକ୍ଷା ସକାଶେ ପଠାଯିବ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସରୋଜ ମିଶ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ ଡାଉନ୍‌ର ପ୍ରଭାବ: ପାଳନ ହେଲାନି ବିଶ୍ୱ ନାଟ୍ୟ ଦିବସ

ବ୍ରହ୍ମପୁର ଅଫିସ,୨୭ା୩-ସମାଜରେ ସଂସ୍କାର ଅଣିବାରେ ସର୍ବଦା ପ୍ରମୁଖ ଭୂମିକା ଗ୍ରହଣ କରିଆସିଥିବା ମଞ୍ଚନାଟକକୁ ପୁର୍ନଜୀବିତ କରିବା ନେଇ ମାର୍ଚ୍ଚ ୨୭କୁ ବିଶ୍ୱ ନାଟ୍ୟ ଦିବସ ଭାବେ...

ପୁଣି ରାଜ୍ୟରେ ୯ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୮।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବା ଆଉ ୯ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୬୨ରେ ପହଞ୍ଚିଥିବା ରାଜ୍ୟ...

ପୌରପାଳିକାରେ ଆରମ୍ଭ ହେଲା ‘ମୋ ସରକାର’: ଧୈର୍ଯ୍ୟର ସହ ଅଭିଯୋଗ ଶୁଣିବା ଉପରେ ଗୁରୁତ୍ୱ

ଅନୁଗୋଳ ଅଫିସ, ୧୩।୧୨-ଅନୁଗୋଳ ପୌରପାଳିକାରେ ମୋ ସରକାର ସେଲ୍‌ ଗୁରୁବାରଠାରୁ ଖୋଲାଯାଇଛି। ଏଣିକି ଅଭିଯୋଗ ନେଇ ପୌର କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କୁ ତୁରନ୍ତ ବସିବା ପାଇଁ...

ବିଦ୍ୟୁତ ସର୍ଟଶର୍କିଟରୁ ଅଗ୍ନିକାଣ୍ଡ: ୬ ବଖରା ଜଳିଗଳା; ୫ ଗୋରୁ, ୯ ଛେଳି ଜୀବନ୍ତ ଦଗ୍ଧ

ବନ୍ତ,୨୨।୧୦(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ କୁଆଁର୍ଦ୍ଦା (ଅଘିରା ଗଢ଼ିଆ) ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବାସଗୃହ ଓ ଗୁହାଳ ସମେତ...

ଅନ୍ତରୀଣ ଡିଜିପି ଭାବେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କଲେ ସତ୍ୟଜିତ: ରାଜ୍ୟ ସରକାରଙ୍କୁ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ରାଜ୍ୟ ପୋଲିସର ଅନ୍ତରୀଣ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜ୍ୟ କାରାଗାର ଡିଜି ସତ୍ୟଜିତ ମହାନ୍ତି। କଟକ ପୋଲିସ ମୁଖ୍ୟାଳୟରେ ଆନୁଷ୍ଠାନିକ...

ମୁଣ୍ଡ ଗୁଞ୍ଜିବାକୁ ଠିକଣା ଖୋଜା

ଯାଜପୁର ଅଫିସ/ବରୀ,୩୧।୮ (ଡି.ଏନ.ଏ.): ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ ଓ ବୈତରଣୀ ନଦୀର ଜଳପତ୍ତନ ହ୍ରାସ ହେବା ପରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଛି।...

ଏହି ବସ୍ତିରେ ହାରୁଛି କରୋନା: ୧୦ ଦିନରେ ଶୂନ ମୃତ୍ୟୁ

ମୁମ୍ବାଇ, ୧୨।୮: ଏସିଆର ସର୍ବ ବୃହତ ମୁମ୍ବାଇର ଧରାବି ବସ୍ତିରେ କରୋନା ହାରିବାରେ ଲାଗିଛି। ଗତ ୧୦ ଦିନ ଧରି ଏଠାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ...

ଆଜିଠୁ ଖୋଲିବ ରାଜଭବନ ଉଦ୍ୟାନ: ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ହେଲା ପ୍ରବେଶପତ୍ର

ଭୁବନେଶ୍ୱର,୫।୧(ବ୍ୟୁରୋ): ସର୍ବସାଧାରଣଙ୍କ ନିମନ୍ତେ ୫ ତାରିଖ ରବିବାରଠାରୁ ଖୋଲାଯିବ ରାଜଭବନ ଉଦ୍ୟାନ। ଲୋକଙ୍କୁ ସହଜ ଓ ସୁବିଧାରେ ପ୍ରବେଶପତ୍ର ମିଳିବା ଉଦ୍ଦେଶ୍ୟରେ ରାଜଭବନ ପକ୍ଷରୁ ମୋବାଇଲ୍‌...

Coronavirus Update


Archives

Model This Week

Why Dharitri