CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୪୩ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୪୩୬କୁ ବୃଦ୍ଧି

ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜ୍ୟରେ ପୁଣି ସୁସ୍ଥ ହୋଇଛନ୍ତି ୪୩ କରୋନା ଆକ୍ରାନ୍ତ। ଏନେଇ ଶୁକ୍ରବାର ଅପରାହ୍ନରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଆରୋଗ୍ୟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅନୁଗୋଳର ୧୫, ଗଞ୍ଜାମ-ରାଉରକେଲା-ଯାଜପୁରର ୮, ପୁରୀ-କେନ୍ଦ୍ରାପଡ଼ା-କଟକ-ବୌଦ୍ଧର ଜଣେ ଲେଖାଏ ରହିଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟ ଲାଭ କରିଥିବା କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୪୩୬ରେ ପହଞ୍ଚିଥିବା ବିଭାଗ ପକ୍ଷରୁ କୁହାଯାଇଛି। ତେବେ ସକାଳେ ୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦ୍‌‌ଘାଟନ ହେଲା ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର

ଭୁବନେଶ୍ୱର,୧୧।୧୨: ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ସୋମବାର ସନ୍ଧ୍ୟାରେ ଉଦ୍‌‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ...

ଦାଦନ ନେଲା ଦୁଇ ଭାଇଙ୍କ ଜୀବନ: ସାନ ପରେ ବଡ଼ଭାଇଙ୍କ ଜୀବନ ଗଲା

ରାୟଗଡ଼ା,୧୧।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ସରୁନି ଦାଦନ ଦୁଃଖ। କାଶୀପୁର ବ୍ଲକ ଟିକିରି ପଞ୍ଚାୟତ ମକାପଦର ଗ୍ରାମର ୨ ଭାଇ ରୋଜଗାର ଆଶାରେ ପଡ଼ୋଶୀ...

ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁଙ୍କୁ ଏନ୍‌କାଉଣ୍ଟର

ପୁରୀ,୧୧।୧୨: ପୁରୀରେ ସୋମବାର ଏକ ଏନ୍‌କାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁ ବାରିକ ଆହତ ହୋଇଛନ୍ତି। ସନ୍ତୁଙ୍କ ଗୋଡ଼ରେ ଗୁଳି ବାଜିଥିବା ଜଣାପଡିଛି। ତାଙ୍କୁ...

ଷଷ୍ଠ ଦିନରେ ଆୟକର ବିଭାଗର ଚଢାଉ: ଭାଟି ମ୍ୟାନେଜରଙ୍କୁ ପଚରାଉଚରା

ବଲାଙ୍ଗୀର,୧୧।୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ମଦଭାଟି, ଅଫିସ ଓ ମଦ ବ୍ୟବସାୟୀଙ୍କ ବାସଭବନରେ ଚଢ଼ାଉ କରି ଆୟକର ବିଭାଗ ଜବତ କରିଥିବା କୋଟି କୋଟି...

ପ୍ରାତଃଭ୍ରମଣରେ ଯାଇଥିବା ବେଳେ ବୃଦ୍ଧଙ୍କ ଗଳାକାଟି ହତ୍ୟା

ବ୍ରହ୍ମପୁର,୧୧ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗର ଦ୍ବିତୀୟ ଲାଇନ୍‌ରେ ସୋମବାର ଏକ ଘର ସମ୍ମୁଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବୃଦ୍ଧଙ୍କ...

୪୮ଘଣ୍ଟା ଶୋଷରେ ରଖିଲା ଓ୍ବାଟ୍‌କୋ

ଭୁବନେଶ୍ୱର,୧୧।୧୨: (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରରେ ପାନୀୟ ଜଳ ଯୋଗାଣରେ ଫେଲ୍‌ ମାରିଲା ଓ୍ବାଟ୍‌କୋ। ବିକଳ୍ପ ବ୍ୟବସ୍ଥା ନ କରି ମରାମତି ପାଇଁ ପାଣି ଯୋଗାଣ...

ଥଣ୍ଡା ପବନ, ବଢ଼ିବ ଶୀତ

ଭୁବନେଶ୍ୱର,୧୧।୧୨(ଅନୁରାଧା ମହାରଣା): ରାଜ୍ୟରେ ଆସନ୍ତା ସପ୍ତାହ ସାରା ପାଗ ଶୁଖିଲା ରହିବା ସହ ଆକାଶ ମେଘମୁକ୍ତ ରହିବ। ଉତ୍ତର-ପଶ୍ଚିମ ପଟୁ ଥଣ୍ଡା ପବନ ବହିବା ପ୍ରଭାବରେ...

ମାଟ୍ରିକ ନମୁନା ପ୍ରଶ୍ନପତ୍ରରେ ତ୍ରୁଟି

ଭୁବନେଶ୍ୱର, ୧୧।୧୨(ଅସମାପିକା ସାହୁ): ଆସନ୍ତା ବର୍ଷ ହେବାକୁ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ପ୍ରଶ୍ନପତ୍ର ନମୁନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri