CORONAVIRUS UPDATE: ରାଜ୍ୟରେ ଆଉ ୮୦ କରୋନା ପଜିଟିଭ୍‌ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି

ଭୁବନେଶ୍ୱର,୨୩।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଶନିବାର ସକାଳେ ରାଜ୍ୟରେ ଆଉ ୮୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୧୯, ଯାଜପୁରରେ ୧୪, ପୁରୀ ୧୭, ବାଲେଶ୍ୱର ୩, କଟକ ୧, ସୁନ୍ଦରଗଡ଼ ୫, ନୟାଗଡ଼ ୫, ବଲାଙ୍ଗୀର ୧, ମାଲକାନଗିରି ୫, କନ୍ଧମାଳ ୨, ଝାରସୁଗୁଡା ୩, ଗଜପତି ୪, ନବରଙ୍ଗପୁର ୧। ପ୍ରଥମ ଥର ଗଜପତି ଓ ନବରଙ୍ଗପୁର ଦୁଇ ନୂଆ ଜିଲାକୁ କରୋନା ବ୍ୟାପିଛି। ସୂଚନା ମୁତାବକ ଚିହ୍ନଟ ହୋଇଥିବା ୮୦ ଆକ୍ରନ୍ତଙ୍କ ମଧ୍ୟରୁ ୭୧ଜଣ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୨ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ ଏବଂ ଅନ୍ୟ ୭ଟି ଲୋକାଲ କେସ୍‌ ଥିବା ଜଣାପଡ଼ିଛି। ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ହୋଇଥିବା ବେଳେ ସେଥିମଧ୍ୟରୁ ୮୨୬ ଚିକିତ୍ସିତ, ୪୩୬ ସୁସ୍ଥ ଓ ୭ଜଣ ମୃତ୍ୟୁ ଘଟିଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳୁନି ଆବଶ୍ୟକ କୋଇଲା:ଟିଟିପିଏସ୍‌ର ୩ ୟୁନିଟ୍‌ ବନ୍ଦ

ତାଳଚେର,୧୭-୯(ନି.ପ୍ର.):ଆବଶ୍ୟକ କୋଇଲା ଅଭାବରୁ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌)ର ୩ ଗୋଟି ୟୁନିଟ୍‌ ରବିବାର ସନ୍ଧ୍ୟାଠାରୁ ବନ୍ଦ ରହିଛି। ଫଳରେ ଉକ୍ତ ପ୍ରକଳ୍ପରୁ ବିଦ୍ୟୁତ୍‌...

ହଷ୍ଟେଲ ପାଇଁ ଫୋନ୍‌ କଲେ କଲ୍‌ ଲାଗୁଛି ପିପିଲିରେ

କଟକ ଅଫିସ,୩ା୧୧: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଓ୍ବେବସାଇଟ୍‌ରେ ହଷ୍ଟେଲ ଚିଫ୍‌ ଓ୍ବାର୍ଡେନଙ୍କ କାର୍ଯ୍ୟାଳୟ ନମ୍ବରକୁ ନେଇ ଛାତ୍ରୀଛାତ୍ରମାନେ ବିଭ୍ରାନ୍ତ ହେଉଛନ୍ତି। ଉକ୍ତ ନମ୍ବରରେ ଫୋନ୍‌ କଲେ ତାହାକୁ...

୨୫% ସଂରକ୍ଷିତ ସିଟ୍‌ ଲାଗି କଡ଼ାକଡ଼ି ହେବ ନିୟମ

ଭୁବନେଶ୍ୱର, ୨୬।୧(ବ୍ୟୁରୋ): ଶିକ୍ଷା ଅଧିକାର ଆଇନ(ଆର୍‌ଟିଇ) ଅନୁସାରେ ଗରିବ ତଥା ଆର୍ଥତ୍କ ଅନଗ୍ରସର ପିଲାଙ୍କ ନାମଲେଖା ପାଇଁ ୨୫% ସଂରକ୍ଷଣ ରହିବା ଉଚିତ। ଏହାକୁ ରାଜ୍ୟରେ...

୧୦ ତାରିଖ ବେଳକୁ ଏହି ସବୁ ଜିଲାରେ ବର୍ଷା!

ଭୁବନେଶ୍ୱର,୬।୧୨(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଆଜି ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ।...

କୋଭିଡ୍‌-୧୯ ମୁକାବିଲା: ୫୨୩୧ କୋଭିଡ୍‌ କୋଚ୍‌ ହସ୍ତାନ୍ତର କରିବ ରେଳପଥ

ଭୁବନେଶ୍ୱର,୮।୫(ବ୍ୟୁରୋ):ରେଳ ମନ୍ତ୍ରଣାଳୟ ପକ୍ଷରୁ ସମଗ୍ର ଦେଶରେ ୫୨୩୧ଟି କୋଚ୍‌କୁ କୋଭିଡ ଯତ୍ନ କେନ୍ଦ୍ରରେ ପରିଣତ କରାଯାଇଥିବାବେଳେ ଏହାକୁ ଖୁବ୍‌ଶୀଘ୍ର ରାଜ୍ୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ। ବିଶେଷ...

ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୨୩ା୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୁରୀ ଜିଲା ସୁଆଣ୍ଡୋ ଗ୍ରାମରେ ପହଞ୍ଚିଛନ୍ତି। ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଆସି ସୁଆଣ୍ଡୋଠାରେ ନିର୍ମିତ ଅସ୍ଥାୟୀ...

ଏସ୍‌ସିବିରେ ଚତୁର୍ଥ କରୋନା ପଜିଟିଭ୍‌

କଟକ ଅଫିସ, ୨।୪: ଭଦ୍ରକର ଜଣେ ୨୯ ବର୍ଷୀୟ ଯୁବକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ମଙ୍ଗଳବାର ରାତିରେ ଜଣାପଡ଼ିଥିଲା। ଭୁବନେଶ୍ୱର ଏମ୍‌ସରେ ତାଙ୍କ ନମୁନା...

ଆନ୍ତଃରାଜ୍ୟ ଅପରାଧୀ ଗ୍ୟାଙ୍ଗକୁ ଖୋଜୁଛି ଇଓଡବ୍ଲ୍ୟୁ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ):ସାଧାରଣ ଲୋକଙ୍କୁ ଫସାଇ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍‌ସ ବ୍ୟାଙ୍କରେ ବହୁ ଆକାଉଣ୍ଟ ଖୋଲିଛି ଆନ୍ତଃରାଜ୍ୟ ଅପରାଧୀ ଗ୍ୟାଙ୍ଗ। ଓଡ଼ିଶା ସମେତ ସାରା ଦେଶରେ ଏହାର ର଼୍ୟାକେଟ...

Advertisement
Archives

Model This Week