ସାଂଘାଇ ପାଲଟିଲାଣି କରୋନାର ହଟସ୍ପଟ

ବେଜିଂ,୧୯ ।୪: ଚାଇନାକୁ ପୁଣିଥରେ ଫେଣିଲାଣି କରୋନା । ଗତ ୨୪ ଘଣ୍ଟାରେ ୨,୭୨୩ ନୂଆ ମାମଲା ସାମ୍ନାକୁ ଆସିଛି । ଏଥିମଧ୍ୟରୁ କେବଳ ସାଂଘାଇରେ ୨,୪୧୭ ଜଣ ସଂକ୍ରମିତ ରହିଥିବା ଜଣାପଡିଛି । ଏହି ସୂଚନା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ଦେଇଛି । ସାଂଘାଇ ବ୍ୟତୀତ ଅନ୍ୟ ୧୫ ପ୍ରାନ୍ତିୟ ଅଞ୍ଚଳରେ କରୋନା ବ୍ୟାପୁଥିବା କୁହାଯାଉଛି । ଏଥିମଧ୍ୟରୁ ଜିଲିନର ଉତ୍ତରପୂର୍ବ ଅଞ୍ଚଳରେ ୧୧୬ ସଂକ୍ରମିତ ରହିଛନ୍ତି । ସମାଚାର ଏଜେନି ସିହ୍ନୁଆର ରିପୋର୍ଟ ଅନୁଯାୟୀ ସାଂଘାଇରେ ରବିବାର ସୁଦ୍ଧା ବିନା ଲକ୍ଷଣ ଥିବା ୧୯,୮୩୧ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେହପରି ରବିବାର ୧,୬୩୭ କରୋନା ସଂକ୍ରମିତ ସୁସ୍ଥ ହୋଇଯିବା ପରେ ସେମାନଙ୍କୁ ହସ୍ପିଟାଲରୁ ଛୁଟି ଦିଆଯାଇଛି ।

Share