ଭୁବନେଶ୍ୱର,୧୧ା୮(ବ୍ୟୁରୋ): ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଗୁରୁବାର ୬୦୦ ତଳେ ଥିବା ବେଳେ ଆଜି ଆଉ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଭଦ୍ରକର ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୧,୧୯୭ରେ ପହଞ୍ଚିଥିବା ବେଳେ ୧୩,୦୭,୩୦୪ ଜଣ ସୁସ୍ଥ ହୋଇଛନ୍ତି। ୪୬୮୭ ଜଣ ଚିକିିତ୍ସିତ ହେଉଛନ୍ତି।


