କୋରାପୁଟରୁ ଆଜି ଆଉ ୩ ଜୀବନ ନେଲା କରୋନା, ୮୨ ପଜିଟିଭ୍‌ ଚିହ୍ନଟ

କୋରାପୁଟ,୨୬ା୯(ସ୍ବ.ପ୍ର.): କୋରାପୁଟ ଜିଲାରୁ ଶନିବାର ଆଉ ୩ ଜୀବନ ନେଇଛି କରୋନା। ଏହାକୁ ମିଶାଇ ଜିଲାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୦ରେ ପହଞ୍ଚିଛି। ସେହିପରି ଆଜି ଆଉ ୮୨ ଜଣ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଯାଇଛି। ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫,୮୮୩ରେ ପହଞ୍ଚିଛି।
ଆଜି ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ୪୮ ବର୍ଷୀୟ ପୁରୁଷ, ଜଣେ ୫୦ ବର୍ଷୀୟ ଏବଂ ୬୪ ବର୍ଷୀୟ ବୃଦ୍ଧ ରହିଥିବା ଜଣାଯାଇଛି ା ସେହିପରି ୮୨ କରୋନା ସଂକ୍ରମିତଙ୍କ ମଧ୍ୟରେ ୫୧ ଜଣ ପୁରୁଷ ଏବଂ ୩୧ ଜଣ ମହିଳା ଅଛନ୍ତି।