ଆଜି ଆଉ ୧୬ ଜୀବନ ନେଲା କରୋନା, ସୁନ୍ଦରଗଡ଼ରୁ ସର୍ବାଧିକ; ମୃତ୍ୟୁସଂଖ୍ୟା ୧୫୪୩କୁ ବୃଦ୍ଧି

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୧୬ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୫୪୩ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ସୁନ୍ଦରଗଡ଼ ଜିଲାରୁ ୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବରଗଡ଼ରୁ ୩ ଏବଂ ଝାରସଗୁଡ଼ାରୁ ୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଖୋର୍ଦ୍ଧା, ଦେବଗଡ଼, ସମ୍ବଲପୁର, ମୟୂରଭଞ୍ଜ, ନୟାଗଡ଼ ଏବଂ ପୁରୀରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩,୦,୯,୪୦୮ରେ ପହଞ୍ଚିଥିବା ବେଳେ ୨,୯୭,୮୬୨ଜଣ ସୁସ୍ଥ ହୋଇଛନ୍ତି। ୯୯୫୦ ଜଣ ଚିକିତ୍ସିତ ହେଉଛନ୍ତି। ୧୫୪୩ ଜଣଙ୍କ ମୃତ୍ୟୁ ଘଟିଛି।