ପୁଣି ଦେଶକୁ ଫେରିଲା କରୋନା: ଅଧାରେ ଅଟକିଲା ଶଙ୍କରଙ୍କ ଚାରିଧାମ ଯାତ୍ରା

ଦାରିଙ୍ଗବାଡ଼ି,୨୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶଙ୍କରଙ୍କ ଚାରିଧାମ ଯାତ୍ରା ଅଧାରୁ ଅଟକିଛି। ସେ ବୁଧବାର ହରିୟାଣାର ସଫଲାଠାରୁ ନିଜ ଯାତ୍ରାକୁ ବନ୍ଦ କରିଛନ୍ତି। ଘରୁ ବାହାରିବାର ୫୯ ଦିନରେ ତାଙ୍କ ଯାତ୍ରା ବନ୍ଦ ହୋଇଯାଇଛି। ସେ ଆଗକୁ ଯାତ୍ରାରେ ଯିବା ପାଇଁ ସେଠାକାର ପୋଲିସ ବାରଣ କରିବା ସହ ନିଜ ଘରକୁ ଫେରିବାକୁ ପରାମର୍ଶ ଦେଇଥିଲା।

ପ୍ରକାଶ ଯେ, ବର୍ତ୍ତମାନ ଦେଶକୁ ପୁଣି କରୋନା ଭୂତାଣୁ ଫେରିଛି। ଭୟ ଦେଖାଉଛି କରୋନା ଏଭଳି କ୍ଷେତ୍ରରେ ଶଙ୍କରଙ୍କ ସାଇକେଲରେ ଚାରିଧାମ ଯାତ୍ରା ସୁରକ୍ଷିତ ନ ଥିବା ହରିୟାଣା ପୋଲିସ ଶଙ୍କରଙ୍କୁ ବୁଖାଇଥିଲା। ସେ ପୋଲିସ ପ୍ରଶାସନର ଏଭଳି ପରାମର୍ଶକୁ ଗ୍ରହଣ କରି ଗାଁକୁ ଫେରିବାକୁ ନିଷ୍ପତ୍ତି ନେବା ସହ ସେ ଟ୍ରେନ୍‌ରେ ଦିଲ୍ଲୀ ଫେରିଥିଲେ। ସେଠାରୁ ସେ ନିଜ ଗାଁକୁ ଫେରୁଛନ୍ତି। ତାଙ୍କର ଏହି ଯାତ୍ରା ଅଧାରୁ ଅଟକି ଥିବାରୁ ସେ ଭାଙ୍ଗି ପଡ଼ିଛନ୍ତ। ସେ ଦୁଃଖ ପ୍ରକାଶ କରିବା ସହ ପୁଣି ଏହି ଯାତ୍ରା ଆଗକୁ ନିଶ୍ଚିତ କରିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଶଙ୍କର ଦାରିଙ୍ଗବାଡ଼ିରୁ ଏହି ଯାତ୍ରା ମାର୍ଚ୍ଚ ୨୪ରୁ ଆରମ୍ଭ କରିଥିଲେ। ସେ ସାଇକେଲ ଯାତ୍ରାରେ ବାହାରି ପଶ୍ଚିମ ଓଡ଼ିଶାର ବିଭିନ୍ନ ମନ୍ଦିର ଦର୍ଶନ କରି ପ୍ରଥମେ ଉତ୍ତରପ୍ରଦେଶର କାଶୀ ବିଶ୍ୱନାଥ, ଅଯୋଧ୍ୟା, ଧରିଦେବୀ, ଗଙ୍ଗା ଦର୍ଶନ, କେଦାରନାଥ ଓ ବଦ୍ରୀନାଥ ଦର୍ଶନ ସାରିଥିଲେ। ସେଠାରୁ ସେ ହରିଦ୍ୱାର ହୋଇ ହରିୟାଣାରେ ପହଞ୍ଚିଥିଲେ। ସେଠାରୁ ସେ ଗୁଜରାଟର ଦ୍ୱାରିକା ଦର୍ଶନ କରି ସେ ତାମିଲନାଡୁର ରାମେଶ୍ୱରମ ଓ ପରେ ଓଡ଼ିଶା ଫେରି ପୁରୀ ଦର୍ଶନ କରି ନିଜ ଚାରିଧାମ ଯାତ୍ରାକୁ ସମ୍ପୂର୍ଣ୍ଣ କରିଥାନ୍ତେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri