ଭାରତକୁ ପୁଣି ଫେରିଲା କରୋନା: ୩୩୫ ଆକ୍ରାନ୍ତ, ୫ ଜଣଙ୍କ ମୃତ୍ୟୁ…

ନୂଆଦିଲ୍ଲୀ,୧୮।୧୨ : କରୋନା ଭୂତାଣୁ ପୁଣି ଥରେ ସାରା ବିଶ୍ୱରେ ନିଜର ସଂକ୍ରମଣ ବିସ୍ତାର କରୁଛି। ଏହି ସଂକ୍ରମଣ ଲୋକଙ୍କୁ ନୂଆ ବର୍ଷ ଏବଂ ଖ୍ରୀଷ୍ଟମାସରେ ଲୋକଙ୍କୁ ଏକାଠି ହେବାକୁ ବାରଣ କରୁଛି । ଭାରତରେ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦୦ ରୁ ଅଧିକ କରୋନା ମାମଲା ରିପୋର୍ଟ ହୋଇଛି ।

ସମଗ୍ର ବିଶ୍ୱରେ କରୋନା ଭୂତାଣୁର ନୂତନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । କରୋନାର ଜେଏନ.୧ ର ଏକ ନୂତନ ଭ୍ୟାରିଆଣ୍ଟ ଦେଖାଦେଇଛି। ଭାରତରେ ନୂତନ ପ୍ରକାରର ଲକ୍ଷଣ ଦେଖିବାକୁ ମିଳିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ରବିବାର ଦେଶରେ ୩୩୫ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି ଏବଂ ସକ୍ରିୟ ମାମଲା ସଂଖ୍ୟା ୧,୭୦୧କୁ ବୃଦ୍ଧି ପାଇଛି।

ଦେଶରେ କରୋନାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। କେରଳରେ ୪ ଜଣ ଏବଂ ଉତ୍ତରପ୍ରଦେଶରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ସାଢ଼େ ୪ କୋଟି ସଂକ୍ରମିତ ଲୋକ ସୁସ୍ଥ ହୋଇଛନ୍ତି ଏବଂ ସୁସ୍ଥତା ହାର ୯୮.୮୧ ପ୍ରତିଶତ ରହିଛି। ଏଥି ସହିତ, ଏପର୍ଯ୍ୟନ୍ତ ୫,୩୩,୩୧୬ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ମନ୍ତ୍ରଣାଳୟର ୱେବସାଇଟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ୨୨୦.୬୭ କୋଟି ଡୋଜ କରୋନା ଟିକା ଦିଆଯାଇଛି।

କେରଳରେ କରୋନାଏକ ନୂତନ ଭ୍ୟାରିଆଣ୍ଟର ଲକ୍ଷଣ ଦେଖିବାକୁ ମିଳିଛି। ରାଜ୍ୟର ଜଣେ ବୃଦ୍ଧ ମହିଳାଙ୍କଠାରେ ଏହି ନୂତନ ପ୍ରକାରର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଥିଲା, କିନ୍ତୁ ସେ ବର୍ତ୍ତମାନ ସୁସ୍ଥ ହୋଇଯାଇଛନ୍ତି। ଏନେଇ କେରଳର ସ୍ବାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ କହିଛନ୍ତି ରାଜ୍ୟରେ କରୋନା ସଂକ୍ରମଣ ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଲୋକଙ୍କୁ ସତର୍କ ରହିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଏଥି ସହିତ କେରଳରେ ଜେଏନ.୧ ମାମଲା ପହଞ୍ଚିବା ପରେ ପଡୋଶୀ ରାଜ୍ୟ କର୍ନାଟକ ଏବଂ ତାମିଲନାଡୁ ମଧ୍ୟ ସଜାଗ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ଚଳଚଞ୍ଚଳ ରହିବ ପଦ୍ମନାଭପୁର, ଆଜି ଲକ୍ଷ୍ମୀନୃସିଂହ ମନ୍ଦିରରେ…

ଦିଗପହଣ୍ଡି,୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ କୁମୁଟି ସାହିରେ ଶ୍ରୀଲକ୍ଷ୍ମୀନୃସିଂହ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ନିମନ୍ତେ ଶୁକ୍ରବାର ଫାଲଗୁନ କୃଷ୍ଣପକ୍ଷ…

Vaibhav Suryavanshi: ପୁଣି ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୬।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୧୯ ବର୍ଷରୁ କମ ଏକଦିବସୀୟ ବିଶ୍ୱକପର ଫାଇନାଲ ମ୍ୟାଚ ଚାଲିଛି। ଭାରତୀୟ ଅଧିନାୟକ ଆୟୁଷ ମହାତ୍ରେ ଟସ ଜିତି ପ୍ରଥମେ…

Love-Relationshipକୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି ଦେଲେ ସୁପ୍ରିମକୋର୍ଟ: ବ୍ରେକଅପ ପରେ ବଳାତ୍କାର ଅଭିଯୋଗ…

ନୂଆଦିଲ୍ଲୀ,୬।୨: ସୁପ୍ରିମକୋର୍ଟ ଗୁରୁବାର (ଫେବୃଆରୀ ୫, ୨୦୨୬) ଦିନ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ସମ୍ପର୍କ ଖରାପ ହେବା କିମ୍ବା ଭାଙ୍ଗିବା…

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ ନିଶା: ଗିରଫ ଭୟରେ ଆଗୁଆ ଜାମିନ ଆବେଦନ ପରେ ଏବେ…

ବଲାଙ୍ଗୀର,୬ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି। ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ…

ଟି-୨୦ ବିଶ୍ୱକପ୍‌ରୁ ବାଦ୍ ପଡ଼ିଲେ ହର୍ଷିତ ରାଣା: ଭାରତକୁ ବଡ଼ ଝଟ୍‌କା

ମୁମ୍ବାଇ,୬।୨: ଟି-୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ଦଳ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଦ୍ରୁତ ବୋଲର ହର୍ଷିତ ରାଣା…

କେରଳରେ ଯୁବ ଚାଷୀଙ୍କ ମୃତ୍ୟୁ ଘଟଣା: ପ୍ରଶାସନ ପରେ ବଢୁଛି ସହାୟତାର ହାତ

ଲୋଇସିଂହା,୬।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସନଅଗାଁ(କ) ଗ୍ରାମର ଯୁବ ଚାଷୀ ବଳରାମ ପଧାନ ତାଙ୍କ ଖରିଫ ଧାନ ବିକ୍ରି ଟଙ୍କା କୌଣସିକାରଣବଶତଃ କେରଳରେ ଥିବା…

ଯାତ୍ରା ମାଲିକ ନାଣ୍ଡୁଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସାଇଙ୍କ ମା’, କହିଲେ ମୋ ପୁଅକୁ…

ଭୁବନେଶ୍ୱର,୬।୨: ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁଙ୍କ ପିଛା ଛାଡ଼ୁନାହିଁ ବିବାଦ। ପୁଣି ଥରେ ବିବାଦର ଅଡ଼ୁଆ ସୂତାରେ ଛନ୍ଦି ହୋଇଛନ୍ତି ତୁଳସୀ ଗଣନାଟ୍ୟର ମାଲିକ…

“ମହିଳାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ”: ନାବାଳିକାଙ୍କୁ ୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୨: ମହିଳାଙ୍କ ପ୍ରଜନନ ସ୍ଵାଧୀନତାକୁ ଗୁରୁତ୍ୱ ଦେଇ ମାନ୍ୟବର ସୁପ୍ରିମକୋର୍ଟ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଜଣେ ଯୁବତୀଙ୍କୁ ତାଙ୍କ ଇଚ୍ଛା ବିରୁଦ୍ଧରେ ମାତୃତ୍ୱ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri