ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୩୪ରେ ପହଞ୍ଚିଲା

ବାଲେଶ୍ୱର ଅଫିସ,୩୦ା୭: ଗୁରୁବାର ୨୦ କରୋନା ପଜିଟିଭ୍‌ ଚି଼ହ୍ନଟ ହେବା ପରେ ବାଲେଶ୍ୱର ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୩୪ରେ ପହଞ୍ଚିଛି। ସେଥିମଧ୍ୟରୁ ୬୯୯ ଆରୋଗ୍ୟ ହୋଇ ଫେରିଥିବା ବେଳେ ୨୨୯ଜଣ ଚିକିତ୍ସିତ ହେଉଛନ୍ତି। ୩ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ରୋଗରେ ପୀଡ଼ିତ ହୋଇ ଆଉ ୩ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।