କୋରାପୁଟ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୨୦ରେ ପହଞ୍ଚିଲା

କୋରାପୁଟ,୯ା୯(ସ୍ବ.ପ୍ର.): କୋରାପୁଟ ଜିଲାରେ ବୁଧବାର ଆଉ ୯୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ସହରାଞ୍ଚଳରୁ ୬୮ ଓ ଗ୍ରାମାଞ୍ଚଳରୁ ୨୯ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୩୨୦କୁ ବୃଦ୍ଧିପାଇଛି। ବୁଧବାର ଜିଲାରୁ ଚିହ୍ନଟ ୯୭ ଜଣଙ୍କ ମଧ୍ୟରେ ( ପୁରୁଷ ୬୧ ଓ ମହିଳା ୩୬ ଜଣ ) ରହିଛନ୍ତି।ଚିହ୍ନଟ ପଜିଟିଭ୍‌ଙ୍କ ମଧ୍ୟରେ ଟିଏମ୍‌ସିରୁ ୨ ଜଣ, ପୂର୍ବରୁ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ୩୮ ଜଣ ଓ ୫୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଜଣେ ରାୟଗଡ଼ା ଫେରନ୍ତା , ଜଣେ ଗଞ୍ଜାମ ଫେରନ୍ତା ରହିଛନ୍ତି। ଜିଲାର ୩ଟି ପୌରାଞ୍ଚଳରୁ ଚିହ୍ନଟ ୬୮ ଜଣଙ୍କ ମଧ୍ୟରେ ଜୟପୁର ମ୍ୟୁନିସିପାଲଟିରୁ ୨୫, କୋରାପୁଟ ମ୍ୟୁନିସିପାଲଟିରୁ ୨୯, ସୁନାବେଡ଼ା ମ୍ୟୁନିସିପାଲିଟି ଅଞ୍ଚଳରୁ ୧୪ଜଣ ରହିଛନ୍ତି। ସେହିପରି ଗ୍ରାମାଞ୍ଚଳରୁ ଚିହ୍ନଟ ହୋଇଥିବା ୨୯ ଜଣଙ୍କ ମଧ୍ୟରେ କୋରାପୁଟ ବ୍ଲକ ଅଞ୍ଚଳରୁ ୨ ଜଣ, ବୋରିଗୁମ୍ମା ବ୍ଲକ ଅଞ୍ଚଳରୁ ୨, ବୈପାରୀଗୁଡ଼ା ବ୍ଲକରୁ ୪ , ଦଶମନ୍ତପୁରରୁ ୬ , କୋଟପାଡ଼ ବ୍ଲକ ଅଞ୍ଚଳରୁ ଜଣେ, ନନ୍ଦପୁର ବ୍ଲକ ଅଞ୍ଚଳରୁ ଜଣେ, କୁନ୍ଦ୍ରା ବ୍ଲକ ଅଞ୍ଚଳରୁ ୪, ନାରାୟଣପାଟଣା ବ୍ଲକ ଅଞ୍ଚଳରୁ ୨, ପଟ୍ଟାଙ୍ଗିରୁ ୪  ଏବଂ ସେମିଳିଗୁଡ଼ା ବ୍ଲକ ଅଞ୍ଚଳରୁ ୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।