କୋରାପୁଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨୩କୁ ବୃଦ୍ଧି

କୋରାପୁଟ,୨୯ା୮(ସ୍ବ.ପ୍ର.): କୋରାପୁଟ ଜିଲାରେ ଶନିବାର ଆଉ ୨୫ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାଯାଇଛି ା ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୨୩କୁ ବୃଦ୍ଧି ପାଇଛ। ଚିହ୍ନଟ ଆକ୍ରାନ୍ତମାନଙ୍କ ମଧ୍ୟରେ ୨୧ ପୁରୁଷ ଥିବା ବେଳେ ୪ ଜଣ ମହିଳା ଅଛନ୍ତି। ପୂର୍ବ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଛନ୍ତି ୧୦ ଜଣ ଓ ୧୫ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଜିଲାର ୩ଟି ପୌରାଞ୍ଚଳରୁ ଚିହ୍ନଟ ୯ ଜଣଙ୍କ ମଧ୍ୟରେ ଜୟପୁର ମ୍ୟୁନିସିପାଲିଟିରୁ ୬ ଜଣ, କୋରାପୁଟ ମ୍ୟୁନିସିପାଲିଟିରୁ ୨ ଜଣ, ସୁନାବେଡ଼ା ଅଞ୍ଚଳରୁ ଜଣେ ରହିଛନ୍ତି।
ସେହିପରି ଗ୍ରାମାଞ୍ଚଳରୁ ଚିହ୍ନଟ ହୋଇଥିବା ୧୬ ଜଣଙ୍କ ମଧ୍ୟରେ କୋରାପୁଟ ବ୍ଲକ ଅଞ୍ଚଳରୁ ୬ ଜଣ (ମାନାବାରରୁ ୪ ଜଣ ଓ ବନ୍ଧଗୁଡ଼ା, କୁସୁମିଗୁଡା ଗ୍ରାମରୁ ଜଣେ ଲେଖାଏ), ବନ୍ଧୁଗାଁ ବ୍ଲକର ତୁରକପେଟା ଗ୍ରାମରୁ ଜଣେ, ବୈପାରୀଗଡ଼ା ବ୍ଲକ ମାଝିଗୁଡ଼ା ଗ୍ରାମରୁ ଜଣେ, ଜୟପୁର ବ୍ଲକର ଗଡ଼ପଦର ଗ୍ରାମରୁ ଜଣେ, କୋଟପାଡ଼ ବ୍ଲକର ବାଂଶୁଲି ଗ୍ରାମରୁ ଜଣେ, ଲମତାପୁଟରୁ ୨ ଲକ୍ଷ୍ମୀପୁର ୨, ସେମିଳିଗୁଡା ବ୍ଲକର ପିତାଗୁଡା ଗ୍ରାମରୁ ଜଣେ ଓ ଜଣେ ବ୍ରହ୍ମପୁର ଏମ୍‌କେସିଜିରେ ଚିକିତ୍ସିତ ହେଉଥିବାବେଳେ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି।