୭ ଜଣ ପୋଲିସଙ୍କୁ ଚକ୍‌ମା ଦେଇ କରୋନା ପଜିଟିଭ କଏଦୀ ଫେରାର୍‌

ରାଞ୍ଚି, ୧୦।୯: ଝାଡ଼ଖଣ୍ଡ କୋଡରମା ଜିଲାରେ ଜଣେ ବିଚାରଧିନ କଏଦୀ ଫେରାର୍‌ ହୋଇଯାଇଛନ୍ତି। ଏହି କଏଦୀ ଜଣଙ୍କ ନିକଟରେ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କୁ ସଦର ହସ୍ପିଟାଲର କରୋନା ଆଇସୋଲେଶନ ଓ୍ବାର୍ଡରେ ରଖାଯାଇ ଚିକିତ୍ସିତ କରାଯାଉଥିଲା। ତାଙ୍କ ସୁରକ୍ଷା ଲାଗି ଜଣେ ଏଏସ୍‌ଆଇଙ୍କ ନେତୃତ୍ୱରେ ୬ଜଣ କନ୍‌ଷ୍ଟେବଳ ହସ୍ପିଟାଲରେ ନିୟୋଜିତ ଥିଲେ। କିନ୍ତୁ ଗୁରୁବାର ଭୋର ସମୟରେ ଏହି କଏଦୀଜଣଙ୍କ ପୋଲିସକୁ ଚକ୍‌ମା ଦେଇ ଆଇସୋଲେଶନ ଓ୍ବାର୍ଡର ଝରକା ତାଡ଼ି ଫେରାର୍‌ ହୋଇଯିବାରେ ସଫଳ ହୋଇଛି। ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଏହି ଅଭିଯୁକ୍ତକୁ ଧରିବା ଲାଗି ଏସ୍‌ଡିପିଓ ରାଜେନ୍ଦ୍ର ପ୍ରସାଦଙ୍କ ନେତୃତ୍ୱରେ ଏକ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

Share