କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌: ପୁଣି ଗଞ୍ଜାମରୁ ୩ ଜୀବନ ନେଲା

ଛତ୍ରପୁର,୧୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁରେ ବ୍ରେକ ଲାଗୁନି। ପୁଣି ଜିଲାର ଆଉ ୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନାର ଦ୍ୱିତୀୟ ଲହରରେ ଜିଲାରୁ ୬୧ ଜଣଙ୍କ ଜୀବନ ଗଲାଣି। ମିଳିଥିବା ସୂଚନା ଅନୁସାରେ କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ଏଯାବତ୍‌ ୩୦୯ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଗୁରୁବାର ଜିଲାରେ ଆଉ ୨୭ ଜଣ ପଜିଟିଭ ଚି଼ହ୍ନଟ ହୋଇଛନ୍ତି।