ଟଏଲେଟ୍‌ ପାଇପ୍‌ ଯୋଗେ ଆସିପାରେ କରୋନା: ଜାଣନ୍ତୁ କେମିତି

କରୋନାର ଦ୍ୱିତୀୟ ଲହର ଦେଶରେ ଏକପ୍ରକାର ଆତଙ୍କ ସୃଷ୍ଟି କରିଛି। ଲୋକମାନେ ଏହାର ଶିକାର ହୋଇ ଜୀବନ ହାରୁଛନ୍ତି। ଏହାପରେ ତୃତୀୟ ଲହର ଆସିବାର ସମ୍ଭାବନା ଅଛି। ଏପରି ପରିସ୍ଥିତିରେ ବୈଜ୍ଞାନିକମାନେ ମଧ୍ୟ ଏହା ବିଷୟରେ ଅନେକ ପ୍ରକାରର ତଥ୍ୟ ସଂଗ୍ରହ କରୁଛନ୍ତି। କରୋନା ସଂକ୍ରମଣ ବିଷୟରେ ଏପର୍ଯ୍ୟନ୍ତ ରିପୋର୍ଟ କରାଯାଇଛି ଯେ, କରୋନା ସଂକ୍ରମିତ ବ୍ୟକ୍ତି କାଶିବା କିମ୍ବା ଛିଙ୍କିବା ସମୟରେ ବାୟୁ ଦେଇ ଜଣେ ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ପ୍ରବେଶ କରିଥାଏ। ଏବେ ଆଉ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି ଯେ, କରୋନା ଭୂତାଣୁ ଘରର ଶୌଚାଳୟ ପାଇପ ମାଧ୍ୟମରେ ଅନ୍ୟ ଲୋକଙ୍କ ନିକଟକୁ ଯିବାର ସମ୍ଭାବନା ରହିଛି।
ହାର୍ଭାର୍ଡ ୟୁନିଭରସିଟିର ଟିଏଚ୍‌ ଚାନ ସ୍କୁଲ ଅଫ ପବ୍ଲିକ ହେଲ୍‌ଥର ହେଲ୍‌ଦି ବିଲଡିଂ ପ୍ରୋଗ୍ରାମର ନିର୍ଦ୍ଦେଶକ ଜୋସେଫ ଜିଏଲନ କୁହନ୍ତି ଯେ, ଆମେ ଫ୍ଲଶ ମାରିବା ମାତ୍ରେ ପ୍ରତି କ୍ୟୁବିକ ମିଟର ବାୟୁରେ ୧୦ ଲକ୍ଷ କଣିକା ମିଳିଥାଏ। ସବୁ ଶୌଚାଳୟରେ ତ ଭୂତାଣୁ ନ ଥାଏ, କିନ୍ତୁ ସର୍ବସାଧାରଣ ଶୌଚାଳୟରେ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏହା ବିପଦ ହୋଇପାରେ। ଅର୍ଥାତ୍‌ ସଂକ୍ରମିତ କରୋନା ଶୌଚାଳୟ ବ୍ୟବହାର କରିବା ଦ୍ୱାରା ଅନ୍ୟମାନଙ୍କୁ ସଂକ୍ରମଣ ହେବାର ଆଶଙ୍କା ରହିଥାଏ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଙ୍କି ମାରୁଛି ଯେ ଯଦି କରୋନା ଭୂତାଣୁ ସୋସାଇଟିରେ ଥିବା ଗୋଟିଏ ଫ୍ଲାଟର ଶୌଚାଳୟରୁ ଅନ୍ୟ ଶୌଚାଳୟ ପର୍ଯ୍ୟନ୍ତ ବିସ୍ତାର ହୋଇଥିବା ପାଇପ୍‌ ଯୋଗେ ବ୍ୟାପିପାରେ କି? ଏଥିପାଇଁ ହଂକଂରେ ଏକ ବିଲ୍ଡିଂର ଉଦାହରଣ ଦିଆଯାଇଥିଲା।ଏହା ଅଧୀନରେ ବୈଜ୍ଞାନିକମାନେ କହିଛନ୍ତି ଯେ ଏଠାରେ ଥିବା ବିଲ୍ଡିଂରେ ପ୍ଲମ୍ବିଂ ସିଷ୍ଟମ ମାଧ୍ୟମରେ ଭୂତାଣୁ ସଂକ୍ରମିତ ହୋଇଥିଲା।

୨୦୦୩ରେ ହଂକଂରେ ଅର୍ମାୟ ଗାର୍ଡେନରେ ସାର୍ସ ରୋଗ ବ୍ୟାପିବା ଘଟଣା ସାମ୍ନାକୁ ଆସିଥିଲା। ୫୦ ମହଲା କୋଠା ବିଶିଷ୍ଟ ଅର୍ମାୟ ଗାର୍ଡେନରେ ୩୪୨ ଜଣ ଲୋକ ଅସୁସ୍ଥ ହୋଇପଡିଥିଲେ ଏବଂ ସାର୍ସ ମହାମାରୀ ହେତୁ ୪୨ ଜଣଙ୍କର ମୃତ୍ୟୁ ହୋଇଥିଲା। ବୈଜ୍ଞାନିକଙ୍କ ଅନୁଯାୟୀ ଏହି ବିଲ୍ଡିଂରେ ପ୍ଲମ୍ବିଂ ସିଷ୍ଟମ ମାଧ୍ୟମରେ ଏହି ଭୂତାଣୁ ସଂକ୍ରମିତ ହୋଇଥିଲା।