ଗଳାବାଟ ଦେଇ ଆସୁଛି କରୋନା

ପୁରୀ ଅଫିସ,୨୪।୭: ପୁରୀ ଜିଲାରେ କରୋନା ସ୍ଥିତି ଅଣାୟତ୍ତ ହେଉଛି। ପ୍ରଶାସନ ପକ୍ଷରୁ ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏହି ମହାମାରୀକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ଗତ ଦୁଇଦିନରେ ଜିଲାରେ ୫୦ ଆକ୍ରାନ୍ତ ଚିହ୍ନଟ ହେଲେଣି। ବୁଧବାର ୨୮ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗୁରୁବାର ୨୨ ଆକ୍ରାନ୍ତ ବାହାରିଛନ୍ତି। ଉଦ୍‌ବେଗର ବିଷୟ ହେଉଛି ପୁରୀ ସହରର ସବୁଠୁ ଅଧିକ ବସ୍ତି ଥିବା ପେଣ୍ଠକଟା ଅଞ୍ଚଳରୁ ଦୁଇଦିନରେ ସଂଖ୍ୟାଧିକ ସଂକ୍ରମିତ ଚିହ୍ନଟ ହେଲେଣି। ଏବେ ବି ଲୁଚାଛପାରେ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ପେଣ୍ଠକଟାକୁ ଗାଡ଼ି ଚଳାଚଳ କରୁଛି। ପୁରୀ- ଆନ୍ଧ୍ର ସୀମାନ୍ତ ରାସ୍ତାର ଗଳା ବାଟ ଦେଇ କାର୍‌, ଟ୍ୟାକ୍ସି, ଅଟୋ ଆଦି ଛୋଟ ଯାନ ଲୋକଙ୍କୁ ନେବା ଆଣିବା କରୁଥିବା ଜଣାପଡ଼ିିଛି। ସେଥିରେ ଆସୁଥିବା ଲୋକଙ୍କ ଦ୍ୱାରା କରୋନା ଭୂତାଣୁ ବ୍ୟାପୁଥିବା ଆଶଙ୍କା କରାଯାଉଛି।
ପୁରୀ ପୌରପାଳିକା ଅଧୀନ ପେଣ୍ଠକଟା ଓ ବଳିଆପଣ୍ଡା ବସ୍ତି ଅଞ୍ଚଳରେ କରୋନା କାୟା ମେଲାଉଛି। ତେଣୁ ପ୍ରଶାସନ ବସ୍ତି ଅଞ୍ଚଳ ଉପରେ ଫୋକସ କରିଛି। ସ୍ବେଚ୍ଛାସେବୀମାନେ ଘର ଘର ବୁଲି ତଥ୍ୟ ସଂଗ୍ରହ କରୁଛନ୍ତି। ଯଦି କାହାର ଥଣ୍ଡା, କାଶ, ଜ୍ୱର ଆଦି ଲକ୍ଷଣ ରହିଛି ସେମାନଙ୍କୁ ଚିହ୍ନଟ କରି ଟେଷ୍ଟ କରାଯାଉଛି। ସଂକ୍ରମଣଠାରୁ କିପରି ନିଜକୁ ଦୂରେଇ ରଖିପାରିବେ ସେ ନେଇ ମଧ୍ୟ ସଚେତନ କରାଯାଉଛି। ପ୍ରଥମେ ପେଣ୍ଠକଟାରେ ଏହି ଅଭିଯାନ ଚାଲିଛି। ଏଠାରେ ୩ହଜାରରୁ ଊର୍ଦ୍ଧ୍ୱ ବସ୍ତି ରହିଛି। ପେଣ୍ଠକଟା ଅଞ୍ଚଳରୁ ଦୁଇଦିନରେ ୨୦ରୁ ଊର୍ଦ୍ଧ୍ୱ ପଜିଟିଭ ଚିହ୍ନଟ ହେଲେଣି। ତେଣୁ ପ୍ରଶାସନ ପକ୍ଷରୁ ପେଣ୍ଠକଟାର କେତେକ ସ୍ଥାନକୁ କଣ୍ଟେନମେଣ୍ଟନ ଜୋନ ଘୋଷଣା କରାଯାଇଛି।
ପେଣ୍ଠକଟା ଅଞ୍ଚଳର ରାଜେଶ କୁମାର ନନ୍ଦ କହିଛନ୍ତି, ୨୫, ୨୬, ୩୧ ଓ ୩୨ ନମ୍ବର ୱାର୍ଡରେ ପ୍ରାୟ ୫ ହଜାର ପରିବାର ରହୁଛନ୍ତି। ଏଥିମଧ୍ୟରୁ ପ୍ରାୟ ୩ ହଜାର ହେଉଛି ବସ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ପୈତୃକ ଘର ବ୍ରହ୍ମପୁର ଓ ଆନ୍ଧ୍ରପ୍ରଦେଶରେ। ମଝିରେ ଲକ୍‌ଡାଉନ କଟକଣା ସାମାନ୍ୟ କୋହଳ ହେବା ପରେ ଗାଡ଼ିିମୋଟର ଯାତାୟାତ କରିବାରୁ ଏମାନେ ଆନ୍ଧ୍ରପ୍ରଦେଶ ଓ ବ୍ରହ୍ମପୁର ଯିବା ଆସିବା କରୁଥିଲେ। ଫଳରେ ଆଜି ପେଣ୍ଠକଟାର ସ୍ଥିତି ବିଗିଡ଼ିବାରେ ଲାଗିଛି। ସେହିପରି କେ. ସଚ୍ଚି ରାଓ କହିଛନ୍ତି ଆନ୍ଧ୍ରରୁ ଏବେ ବି ଲୋକଙ୍କୁ ଆଣି ଗାଡ଼ିି ପୁରୀ ଆସୁଛି। ପେଣ୍ଠକଟା ଓ ଆନ୍ଧ୍ର ମଧ୍ୟରେ ଲୁଚାରେ ଗାଡ଼ିି ଚଳାଚଳ କରୁଛି। ବୁଧବାର ରାତି ପ୍ରାୟ ୩ଟାରେ ଆନ୍ଧ୍ରରୁ ଏକ ଗାଡ଼ି ଆସିଥିଲା। ଏଥିରେ ୫ଜଣ ଲୋକ ଥିଲେ। ଡ୍ରାଇଭର ସେମାନଙ୍କୁ ପିକେଆର୍‌ଆଇଟି ଛକ ନିକଟରେ ଛାଡ଼ିି ପଳାଇଥିଲେ। ତେଣୁ କେଉଁମାନେ ଏହି ଗାଡ଼ିି ଚଳାଚଳ ପଛରେ ଏଜେଣ୍ଟ ସାଜିଛନ୍ତି ସେମାନଙ୍କୁ ପ୍ରଶାସନ ଖୋଜି ବାହାର କରିବା ଦରକାର। ନଚେତ୍‌ ଆଗକୁ କରୋନା ସ୍ଥିତି ଆହୁରି ଅଧିକ ଗମ୍ଭୀର ହୋଇପଡ଼ିବ।
ସୂଚନାଥାଉ କି, ପ୍ରଶାସନ ପକ୍ଷରୁ ଜିଲାର ସମସ୍ତ ସୀମା ସିଲ୍‌ କରାଯାଇଛି। ଜିଲାର ୬ଟି ପ୍ରବେଶ ପଥରେ କଡ଼ାକଡ଼ି ଯାଞ୍ଚ ହେଉଛି। ଅତ୍ୟାବଶ୍ୟକ କାମ ନ ଥିଲେ ଜିଲା ମଧ୍ୟକୁ ପ୍ରବେଶ ବାରଣ କରାଯାଇଛି। ଏହା ସତ୍ତ୍ବେ ଆନ୍ଧ୍ରପ୍ରଦେଶରୁ ପୁରୀ ଗଳାବାଟରେ ଘରୋଇ ବସ୍‌ ଚଳାଚଳ କରୁଥିଲା। ଗତ ୧୪ ତାରିଖରେ ହିନ୍ଦୁସ୍ଥାନ ଟ୍ରାଭେଲ୍ସର ଏକ ବସ୍‌କୁ ଜବତ କରାଯାଇଥିଲା। ସମ୍ପୃକ୍ତ ବସ୍‌ ମାଲିକଙ୍କ ନଁାରେ ସମୁଦ୍ରକୂଳ ଥାନାରେ ମାମଲା ରୁଜୁ ହୋଇଥିଲା। ବସ୍‌ ଚଳାଚଳ ବନ୍ଦ ରହିଥିବାବେଳେ ଏବେ କାର୍‌, ଟ୍ୟାକ୍ସି ଅଟୋ ଆଦି ପୁରୀ ଏବଂ ଆନ୍ଧ୍ର ମଧ୍ୟରେ ଲୋକଙ୍କୁ ନେବା ଆଣିବା କରୁଥିବା ଜଣାପଡ଼ିିଛି। ଏ ସଂକ୍ରାନ୍ତରେ ଆଡ଼ିଶନାଲ ଏସ୍‌ପି ଅରୁଣ କୁମାର ଜେନାଙ୍କୁ ପଚାରିବାରେ କହିଛନ୍ତି, ଯଦି ଲୁଚାଛପାରେ କୌଣସି ଗାଡ଼ି ଆସୁଥିବା ସ୍ଥାନୀୟ ଲୋକେ ଜାଣୁଛନ୍ତି, ତେବେ ସମ୍ପୃକ୍ତ ଗାଡ଼ିକୁ ଅଟକାଇ ପୋଲିସକୁ ଖବର ଦିଅନ୍ତୁ। ପୋଲିସ ପହଞ୍ଚି ଯାଞ୍ଚ କରିବ। ସତ୍ୟାସତ୍ୟ ଜଣାପଡ଼ିଲେ ଗାଡ଼ି ଜବତ କରାଯିବା ସହ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri