Posted inରାଜ୍ୟ

କରୋନା ଭଲ ନାଗରିକ କରିଦେଇଛି

କ୍ରିଟିକାଲ କେୟାର ମେଡିସିନ କ୍ଷେତ୍ରରେ ଜଣେ ଜଣାଶୁଣା ବିଶେଷଜ୍ଞ ହେଲେ ଡା. ପ୍ରଜ୍ଞାନ ରାଉତରାୟ। ଭୁବନେଶ୍ୱର ନିବାସୀ ଡା. ରାଉତରାୟଙ୍କ ପ୍ରକୃତ ଘର ପୁରୀ। ସେ କଟକ ଏସ୍‌ସିବି ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ ଓ ମେଡିସିନ ସ୍ପେଶାଲାଇଜେଶନ କରିଥିଲେ। ଏହାପରେ ଚେନ୍ନାଇ ଆପୋଲୋ ହସ୍ପିଟାଲରେ କ୍ରିଟିକାଲ କେୟାର ଫେଲୋଶିପ୍‌ କରିଥିଲେ। ୨୦୧୧ରୁ ଡାକ୍ତରୀ ଜୀବନ ଆରମ୍ଭ କରିଥିବା ଡା. ରାଉତରାୟଙ୍କ ସହିତ ଧରିତ୍ରୀର ଅସମାପିକା ସାହୁଙ୍କ ଆଳାପ।

ପ୍ରଶ୍ନ- କ୍ରିଟିକାଲ କେୟାର ଓ ଏମର୍ଜେନ୍ସି ମେଡିସିନ ଭିତରେ ପାର୍ଥକ୍ୟ କଣ?
ଉତ୍ତର- ଏମର୍ଜେନ୍ସି ହେଉଛି ଟ୍ରାଫିକ ପୋଲିସ ଭଳି। ଜଣେ ରୋଗୀ ହସ୍ପିଟାଲ ଆସିଲେ ଏମର୍ଜେନ୍ସି ବିଭାଗକୁ ଯାଇଥାଏ। ରୋଗୀଙ୍କ ସ୍ବାସ୍ଥ୍ୟ ଗୁରୁତର ଥିଲେ ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନିୟନ୍ତ୍ରଣକୁ ଅଣାଯାଇ ଆଇସିୟୁକୁ ପଠାଯାଏ କିମ୍ବା ରୋଗୀ ଭଲ ଥିଲେ ତାଙ୍କୁ ଓ୍ବାର୍ଡକୁ ପଠାଯାଏ। ଏମର୍ଜେନ୍ସି ମେଡିସିନ୍‌ ଡାକ୍ତରଙ୍କ ରୋଗୀଙ୍କ ସହିତ ଯୋଗାଯୋଗ ୫ରୁ ୬ ଘଣ୍ଟା ଥାଏ। ତା’ପରେ ସେମାନେ ଅନ୍ୟ ରୋଗୀଙ୍କୁ ଦେଖିଥାନ୍ତି। କିନ୍ତୁ ଏମର୍ଜେନ୍ସି ବିଭାଗରେ ଯେଉଁ ଗୁରୁତର ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ନିୟନ୍ତ୍ରଣ ସମ୍ଭବ ହୋଇପାରେ, ତାଙ୍କୁ କ୍ରିଟିକାଲ କେୟାର ବିଭାଗକୁ ପଠାଯାଇଥାଏ। ସେଠାରେ ପୂରା ଠିକ୍‌ ହେବା ପର୍ଯ୍ୟନ୍ତ ରୋଗୀଙ୍କୁ ଚିକିତ୍ସା କରାଯାଏ। ରୋଗୀ କେତେଦିନ ରହିବେ ତାହା ତାଙ୍କର ସ୍ବାସ୍ଥ୍ୟାବସ୍ଥା ଉପରେ ନିର୍ଭର କରେ।
ପ୍ରଶ୍ନ- ଗୁରୁତର ରୋଗୀଙ୍କୁ ଚିକିତ୍ସା କରିଥାନ୍ତି। କେତେ ଚ୍ୟାଲେଞ୍ଜିଂ ଥାଏ?
ଉତ୍ତର- ଚିକିତ୍ସା ଚ୍ୟାଲେଞ୍ଜିଂ ଏବେ ବଢ଼ି ବଢ଼ିଯାଉଛି। ମେଡିକାଲ ସାଇନ୍ସ ଯେତେ ଆଡଭାନ୍ସ ହେଉଛି, ଲୋକଙ୍କର ଆଶା ବି ବଢ଼ୁଛି। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଲୋକଙ୍କର ଡାକ୍ତରଙ୍କ ଉପରୁ ଭରସା କମିଯାଉଛି। ତେଣୁ ଲୋକେ ଡାକ୍ତରଙ୍କୁ ଦେଖାନ୍ତି ନାହିଁ। ଫଳରେ ଆମର କେସ୍‌ ବଢ଼ିଯାଉଛି।
ପ୍ରଶ୍ନ- ଜଣେ ଗୁରୁତର ରୋଗୀଙ୍କୁ ଚିକିତ୍ସା କରୁଥିବା ସମୟରେ ଆଉ ଜଣେ ଗୁରୁତର ରୋଗୀ ଆସିଗଲେ କିପରି ପରିଚାଳନା କରନ୍ତି ?
ଉତ୍ତର- ତାକୁ ଆମେ ‘ଟ୍ରାଏଜ୍‌’ ବୋଲି କହୁ। ଉଭୟ ରୋଗୀଙ୍କ ବୟସ, କେଉଁ ପ୍ରକାର ରୋଗରେ ପୀଡ଼ିତ ଓ ସରଭାଇଭାଲ ରେଟ୍‌ ଦେଖି ଆମେ ରୋଗୀଙ୍କୁ ପ୍ରାଥମିକତା ଦେଇଥାଉ।
ପ୍ରଶ୍ନ-ଗୁରୁତର ରୋଗୀଙ୍କ ଅର୍ଗାନ ଫେଲ୍ୟୁଅର ହେବାର କାରଣ କ’ଣ ଥାଏ?
ଉତ୍ତର- ଯଦି କୌଣସି ଗୁରୁତର ରୋଗୀଙ୍କ ବ୍ଲଡ୍‌ପ୍ରେସର ବହୁତ କମ୍‌ ଥାଏ ଓ ଅକ୍ସିଜେନ ଲେଭଲ କମ୍‌ ଥାଏ, ତେବେ ଅର୍ଗାନ ଫେଲ୍ୟୁଅର ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଆମେ ରୋଗୀଙ୍କୁ ଔଷଧ ଦେଇ ବ୍ଲଡ୍‌ପ୍ରେସର ଠିକ୍‌ରେ ରଖିଥାଉ ଏବଂ ଯେଉଁ ରୋଗୀ ଅକ୍ସିଜେନ ଠିକ୍‌ରେ ପାଇପାରୁ ନ ଥିବେ, ତେବେ ତାଙ୍କୁ ଭେଣ୍ଟିଲେଟରରେ ରଖିଥାଉ। ସବୁବେଳେ ଶତ ପ୍ରତିଶତ ପ୍ଲାନ୍‌ରେ ଏଭଳି ଚିକିତ୍ସା କଲେ ପ୍ରାୟ ୮୦% ରୋଗୀଙ୍କ ଅର୍ଗାନ ଫେଲ୍ୟୁଅର ହୁଏ ନାହିଁ।
ପ୍ରଶ୍ନ- କରୋନା ସଂକ୍ରମଣ ଆମ ସମସ୍ତଙ୍କ ପାଇଁ ନୂଆ। ଆପଣଙ୍କ ଡାକ୍ତରୀ ଜୀବନରେ ବି ଏଭଳି ସ୍ଥିତି କେବେ ଦେଖି ନ ଥିବେ। କ’ଣ କହିବେ ଏ ସମ୍ପର୍କରେ ?
ଉତ୍ତର- ଏହାକୁ ମୁକାବିଲା କରିବା ବହୁତ କଠିନ। ଦିନସାରା ପିପିଇ କିଟ୍‌ ପିନ୍ଧି କରୋନା ରୋଗୀଙ୍କୁ ଦେଖିବା ସହିତ ତାଙ୍କ ପରିବାର ଲୋକଙ୍କୁ ବୁଝାଇବା ଏବଂ ତା’ ସହିତ ଅନ୍ୟ ରୋଗୀଙ୍କୁ ବି ଦେଖିବା କଷ୍ଟ ହୋଇଯାଉଛି। ସବୁବେଳେ ଡର ରୁହେ, ନିଜେ ସଂକ୍ରମଣ ହୋଇ ଘରକୁ ସେହି ଭୂତାଣୁ ନେଇଯିବାନି ତ। ଯଦି କେହି ରୋଗୀ ବା ତାଙ୍କ ସମ୍ପର୍କୀୟ ମାସ୍କ ଠିକ୍‌ରେ ପିନ୍ଧି ନ ଥିବ ଏବଂ ଛିଙ୍କିଦେବ, ତା’ହେଲେ ଦିନସାରା କୋଭିଡ୍‌ ସଂକ୍ରମଣ ଚିନ୍ତା ଘାରୁଛି। ଦେଢ଼ବର୍ଷ ହେଲାଣି ଏହି ଡରରେ ରହିଛୁ। କିନ୍ତୁ ମୋ ମତରେ ଏହି କୋଭିଡ୍‌ ମୋତେ ଜଣେ ଭଲ ନାଗରିକ କରିବାରେ ସାହାଯ୍ୟ କଲା।
ପ୍ରଶ୍ନ- କରୋନା ପରବର୍ତ୍ତୀ ଜଟିଳତା ସମ୍ପର୍କରେ କ’ଣ କହିବେ ?
ଉତ୍ତର- ଯେଉଁମାନେ କରୋନାରେ ଗୁରୁତର ହେଉଛନ୍ତି, ସେମାନେ ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟଜନିତ ଜଟିଳତାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ସହଯୋଗର ଆବଶ୍ୟକତା ରହିଛି। ମୁଖ୍ୟତଃ ରାଜ୍ୟରେ ହେଲ୍‌ଥ କେୟାର ସିଷ୍ଟମ ଅପ୍‌ଗ୍ରେଡ୍‌ କରିବାକୁ ପଡ଼ିବ। ୨୦୨୧ରେ ଯଦି କେଉଁ ହସ୍ପିଟାଲରେ ବିନା ଅକ୍ସିଜେନ୍‌ରେ ରୋଗୀ ମରିଯାଉଛି, ତାହା ଗ୍ରହଣୀୟ ନୁହେଁ। ନିଜେ ଆଖି ଖୋଲିବା ସହିତ ସମସ୍ତଙ୍କୁ ଆଖି ଖୋଲିବାକୁ ପଡ଼ିବ ଯେ ଆମେ ହେଲ୍‌ଥ କେୟାର ସିଷ୍ଟମକୁ ୟୁନିଫର୍ମ କରିବା।
ପ୍ରଶ୍ନ- ସମୟ ମିଳିଲେ କ’ଣ କରନ୍ତି ?
ଉତ୍ତର- ସମୟ ମିଳିଲେ ଦିନସାରା କ’ଣ କରିଛି ତାକୁ ଆନାଲିସିସ୍‌ କରେ। ମୁଁ ଘରକୁ ଗଲେ ବି ଶାନ୍ତିରେ ବସି ପାରେନି। ଆଜି ଯେଉଁ ରୋଗୀଙ୍କୁ ଆଟେଣ୍ଡ କରିଥିଲି, ଚିକିତ୍ସା ସମୟରେ କିଛି ମିସ୍‌ କରିଦେଲି କି। ଯଦି କିଛି ଦେଖେ, ତେବେ ସଙ୍ଗେ ସଙ୍ଗେ ଜଣାଏ। ରୋଗୀଙ୍କୁ ଆହୁରି ଭଲ ଚିକିତ୍ସା କିପରି ଦିଆଯାଇପାରିବ ସେ ନେଇ ଆଲୋଚନା କରୁ।
ପ୍ରଶ୍ନ- କ’ଣ ଖାଇବାକୁ ଭଲଲାଗେ ?
ଉତ୍ତର- ମିଠା ଖାଇବାକୁ ଭଲ ଲାଗେ। ତେବେ ଛେନାପୋଡ଼ ଅଧିକ।
ପ୍ରଶ୍ନ- ରୋଷେଇ ଜାଣନ୍ତି କି ?
ଉତ୍ତର- ଅଣ୍ଡା ତରକାରି, ଚିକେନ ତରକାରି ପ୍ରସ୍ତୁତ କରିବା ଜାଣିଛି। ବାକି ସବୁ ବି କରିପାରିବି ବୋଲି ଭାବୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri