Posted inରାଜ୍ୟ

କରୋନା ଭଲ ନାଗରିକ କରିଦେଇଛି

କ୍ରିଟିକାଲ କେୟାର ମେଡିସିନ କ୍ଷେତ୍ରରେ ଜଣେ ଜଣାଶୁଣା ବିଶେଷଜ୍ଞ ହେଲେ ଡା. ପ୍ରଜ୍ଞାନ ରାଉତରାୟ। ଭୁବନେଶ୍ୱର ନିବାସୀ ଡା. ରାଉତରାୟଙ୍କ ପ୍ରକୃତ ଘର ପୁରୀ। ସେ କଟକ ଏସ୍‌ସିବି ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ ଓ ମେଡିସିନ ସ୍ପେଶାଲାଇଜେଶନ କରିଥିଲେ। ଏହାପରେ ଚେନ୍ନାଇ ଆପୋଲୋ ହସ୍ପିଟାଲରେ କ୍ରିଟିକାଲ କେୟାର ଫେଲୋଶିପ୍‌ କରିଥିଲେ। ୨୦୧୧ରୁ ଡାକ୍ତରୀ ଜୀବନ ଆରମ୍ଭ କରିଥିବା ଡା. ରାଉତରାୟଙ୍କ ସହିତ ଧରିତ୍ରୀର ଅସମାପିକା ସାହୁଙ୍କ ଆଳାପ।

ପ୍ରଶ୍ନ- କ୍ରିଟିକାଲ କେୟାର ଓ ଏମର୍ଜେନ୍ସି ମେଡିସିନ ଭିତରେ ପାର୍ଥକ୍ୟ କଣ?
ଉତ୍ତର- ଏମର୍ଜେନ୍ସି ହେଉଛି ଟ୍ରାଫିକ ପୋଲିସ ଭଳି। ଜଣେ ରୋଗୀ ହସ୍ପିଟାଲ ଆସିଲେ ଏମର୍ଜେନ୍ସି ବିଭାଗକୁ ଯାଇଥାଏ। ରୋଗୀଙ୍କ ସ୍ବାସ୍ଥ୍ୟ ଗୁରୁତର ଥିଲେ ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନିୟନ୍ତ୍ରଣକୁ ଅଣାଯାଇ ଆଇସିୟୁକୁ ପଠାଯାଏ କିମ୍ବା ରୋଗୀ ଭଲ ଥିଲେ ତାଙ୍କୁ ଓ୍ବାର୍ଡକୁ ପଠାଯାଏ। ଏମର୍ଜେନ୍ସି ମେଡିସିନ୍‌ ଡାକ୍ତରଙ୍କ ରୋଗୀଙ୍କ ସହିତ ଯୋଗାଯୋଗ ୫ରୁ ୬ ଘଣ୍ଟା ଥାଏ। ତା’ପରେ ସେମାନେ ଅନ୍ୟ ରୋଗୀଙ୍କୁ ଦେଖିଥାନ୍ତି। କିନ୍ତୁ ଏମର୍ଜେନ୍ସି ବିଭାଗରେ ଯେଉଁ ଗୁରୁତର ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ନିୟନ୍ତ୍ରଣ ସମ୍ଭବ ହୋଇପାରେ, ତାଙ୍କୁ କ୍ରିଟିକାଲ କେୟାର ବିଭାଗକୁ ପଠାଯାଇଥାଏ। ସେଠାରେ ପୂରା ଠିକ୍‌ ହେବା ପର୍ଯ୍ୟନ୍ତ ରୋଗୀଙ୍କୁ ଚିକିତ୍ସା କରାଯାଏ। ରୋଗୀ କେତେଦିନ ରହିବେ ତାହା ତାଙ୍କର ସ୍ବାସ୍ଥ୍ୟାବସ୍ଥା ଉପରେ ନିର୍ଭର କରେ।
ପ୍ରଶ୍ନ- ଗୁରୁତର ରୋଗୀଙ୍କୁ ଚିକିତ୍ସା କରିଥାନ୍ତି। କେତେ ଚ୍ୟାଲେଞ୍ଜିଂ ଥାଏ?
ଉତ୍ତର- ଚିକିତ୍ସା ଚ୍ୟାଲେଞ୍ଜିଂ ଏବେ ବଢ଼ି ବଢ଼ିଯାଉଛି। ମେଡିକାଲ ସାଇନ୍ସ ଯେତେ ଆଡଭାନ୍ସ ହେଉଛି, ଲୋକଙ୍କର ଆଶା ବି ବଢ଼ୁଛି। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଲୋକଙ୍କର ଡାକ୍ତରଙ୍କ ଉପରୁ ଭରସା କମିଯାଉଛି। ତେଣୁ ଲୋକେ ଡାକ୍ତରଙ୍କୁ ଦେଖାନ୍ତି ନାହିଁ। ଫଳରେ ଆମର କେସ୍‌ ବଢ଼ିଯାଉଛି।
ପ୍ରଶ୍ନ- ଜଣେ ଗୁରୁତର ରୋଗୀଙ୍କୁ ଚିକିତ୍ସା କରୁଥିବା ସମୟରେ ଆଉ ଜଣେ ଗୁରୁତର ରୋଗୀ ଆସିଗଲେ କିପରି ପରିଚାଳନା କରନ୍ତି ?
ଉତ୍ତର- ତାକୁ ଆମେ ‘ଟ୍ରାଏଜ୍‌’ ବୋଲି କହୁ। ଉଭୟ ରୋଗୀଙ୍କ ବୟସ, କେଉଁ ପ୍ରକାର ରୋଗରେ ପୀଡ଼ିତ ଓ ସରଭାଇଭାଲ ରେଟ୍‌ ଦେଖି ଆମେ ରୋଗୀଙ୍କୁ ପ୍ରାଥମିକତା ଦେଇଥାଉ।
ପ୍ରଶ୍ନ-ଗୁରୁତର ରୋଗୀଙ୍କ ଅର୍ଗାନ ଫେଲ୍ୟୁଅର ହେବାର କାରଣ କ’ଣ ଥାଏ?
ଉତ୍ତର- ଯଦି କୌଣସି ଗୁରୁତର ରୋଗୀଙ୍କ ବ୍ଲଡ୍‌ପ୍ରେସର ବହୁତ କମ୍‌ ଥାଏ ଓ ଅକ୍ସିଜେନ ଲେଭଲ କମ୍‌ ଥାଏ, ତେବେ ଅର୍ଗାନ ଫେଲ୍ୟୁଅର ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଆମେ ରୋଗୀଙ୍କୁ ଔଷଧ ଦେଇ ବ୍ଲଡ୍‌ପ୍ରେସର ଠିକ୍‌ରେ ରଖିଥାଉ ଏବଂ ଯେଉଁ ରୋଗୀ ଅକ୍ସିଜେନ ଠିକ୍‌ରେ ପାଇପାରୁ ନ ଥିବେ, ତେବେ ତାଙ୍କୁ ଭେଣ୍ଟିଲେଟରରେ ରଖିଥାଉ। ସବୁବେଳେ ଶତ ପ୍ରତିଶତ ପ୍ଲାନ୍‌ରେ ଏଭଳି ଚିକିତ୍ସା କଲେ ପ୍ରାୟ ୮୦% ରୋଗୀଙ୍କ ଅର୍ଗାନ ଫେଲ୍ୟୁଅର ହୁଏ ନାହିଁ।
ପ୍ରଶ୍ନ- କରୋନା ସଂକ୍ରମଣ ଆମ ସମସ୍ତଙ୍କ ପାଇଁ ନୂଆ। ଆପଣଙ୍କ ଡାକ୍ତରୀ ଜୀବନରେ ବି ଏଭଳି ସ୍ଥିତି କେବେ ଦେଖି ନ ଥିବେ। କ’ଣ କହିବେ ଏ ସମ୍ପର୍କରେ ?
ଉତ୍ତର- ଏହାକୁ ମୁକାବିଲା କରିବା ବହୁତ କଠିନ। ଦିନସାରା ପିପିଇ କିଟ୍‌ ପିନ୍ଧି କରୋନା ରୋଗୀଙ୍କୁ ଦେଖିବା ସହିତ ତାଙ୍କ ପରିବାର ଲୋକଙ୍କୁ ବୁଝାଇବା ଏବଂ ତା’ ସହିତ ଅନ୍ୟ ରୋଗୀଙ୍କୁ ବି ଦେଖିବା କଷ୍ଟ ହୋଇଯାଉଛି। ସବୁବେଳେ ଡର ରୁହେ, ନିଜେ ସଂକ୍ରମଣ ହୋଇ ଘରକୁ ସେହି ଭୂତାଣୁ ନେଇଯିବାନି ତ। ଯଦି କେହି ରୋଗୀ ବା ତାଙ୍କ ସମ୍ପର୍କୀୟ ମାସ୍କ ଠିକ୍‌ରେ ପିନ୍ଧି ନ ଥିବ ଏବଂ ଛିଙ୍କିଦେବ, ତା’ହେଲେ ଦିନସାରା କୋଭିଡ୍‌ ସଂକ୍ରମଣ ଚିନ୍ତା ଘାରୁଛି। ଦେଢ଼ବର୍ଷ ହେଲାଣି ଏହି ଡରରେ ରହିଛୁ। କିନ୍ତୁ ମୋ ମତରେ ଏହି କୋଭିଡ୍‌ ମୋତେ ଜଣେ ଭଲ ନାଗରିକ କରିବାରେ ସାହାଯ୍ୟ କଲା।
ପ୍ରଶ୍ନ- କରୋନା ପରବର୍ତ୍ତୀ ଜଟିଳତା ସମ୍ପର୍କରେ କ’ଣ କହିବେ ?
ଉତ୍ତର- ଯେଉଁମାନେ କରୋନାରେ ଗୁରୁତର ହେଉଛନ୍ତି, ସେମାନେ ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟଜନିତ ଜଟିଳତାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ସହଯୋଗର ଆବଶ୍ୟକତା ରହିଛି। ମୁଖ୍ୟତଃ ରାଜ୍ୟରେ ହେଲ୍‌ଥ କେୟାର ସିଷ୍ଟମ ଅପ୍‌ଗ୍ରେଡ୍‌ କରିବାକୁ ପଡ଼ିବ। ୨୦୨୧ରେ ଯଦି କେଉଁ ହସ୍ପିଟାଲରେ ବିନା ଅକ୍ସିଜେନ୍‌ରେ ରୋଗୀ ମରିଯାଉଛି, ତାହା ଗ୍ରହଣୀୟ ନୁହେଁ। ନିଜେ ଆଖି ଖୋଲିବା ସହିତ ସମସ୍ତଙ୍କୁ ଆଖି ଖୋଲିବାକୁ ପଡ଼ିବ ଯେ ଆମେ ହେଲ୍‌ଥ କେୟାର ସିଷ୍ଟମକୁ ୟୁନିଫର୍ମ କରିବା।
ପ୍ରଶ୍ନ- ସମୟ ମିଳିଲେ କ’ଣ କରନ୍ତି ?
ଉତ୍ତର- ସମୟ ମିଳିଲେ ଦିନସାରା କ’ଣ କରିଛି ତାକୁ ଆନାଲିସିସ୍‌ କରେ। ମୁଁ ଘରକୁ ଗଲେ ବି ଶାନ୍ତିରେ ବସି ପାରେନି। ଆଜି ଯେଉଁ ରୋଗୀଙ୍କୁ ଆଟେଣ୍ଡ କରିଥିଲି, ଚିକିତ୍ସା ସମୟରେ କିଛି ମିସ୍‌ କରିଦେଲି କି। ଯଦି କିଛି ଦେଖେ, ତେବେ ସଙ୍ଗେ ସଙ୍ଗେ ଜଣାଏ। ରୋଗୀଙ୍କୁ ଆହୁରି ଭଲ ଚିକିତ୍ସା କିପରି ଦିଆଯାଇପାରିବ ସେ ନେଇ ଆଲୋଚନା କରୁ।
ପ୍ରଶ୍ନ- କ’ଣ ଖାଇବାକୁ ଭଲଲାଗେ ?
ଉତ୍ତର- ମିଠା ଖାଇବାକୁ ଭଲ ଲାଗେ। ତେବେ ଛେନାପୋଡ଼ ଅଧିକ।
ପ୍ରଶ୍ନ- ରୋଷେଇ ଜାଣନ୍ତି କି ?
ଉତ୍ତର- ଅଣ୍ଡା ତରକାରି, ଚିକେନ ତରକାରି ପ୍ରସ୍ତୁତ କରିବା ଜାଣିଛି। ବାକି ସବୁ ବି କରିପାରିବି ବୋଲି ଭାବୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri