କରୋନା ଲଢ଼େଇ: ଭାରତର ପ୍ରସ୍ତାବକୁ ସମର୍ଥନ କଲେ ନେପାଳ-ପାକିସ୍ତାନ, ଅମଙ୍ଗ ହେଲା ଆମେରିକା

ଜେନେଭା, ୧୯।୧୦: କରୋନା ଲଢ଼େଇରେ ଭାରତ ପକ୍ଷରୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନକୁ ଦିଆଯାଇଥିବା ପ୍ରସ୍ତାବକୁ ନେପାଳ ଏବଂ ପାକିସ୍ତାନ ସମର୍ଥନ କରିଛନ୍ତି। ଅପରପକ୍ଷରେ ଆମେରିକା ପ୍ରସ୍ତାବରେ ଅମଙ୍ଗ ରହିଛି। ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ଯେ, ପୃଥିବୀର ସମସ୍ତ ଦେଶକୁ କରୋନା ଟିକା ଉପଲବ୍ଧ କରାଇବା ନେଇ ବିଶ୍ୱ ବ୍ୟାପାର ସଂଗଠନ ସୁନିଶ୍ଚିତ କରାଇବା ଆବଶ୍ୟକ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ପକ୍ଷରୁ ଏହି ପ୍ରସ୍ତାବ ଅଣାଯାଇଥିଲା। ଏହାକୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ବାଗତ କରାଯାଇଥିଲେ। ପୃଥିବୀରୁ କରୋନା ମହାମାରୀ ହଟାଇବା ଲାଗି ସମସ୍ତ ଦେଶ ମିଳିତ ଭାବେ ଲଢ଼େଇ କରିବା ଅପରିହାର୍ଯ୍ୟ ବୋଲି ବିଶ୍ୱସାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ୍‌ ଆଧାନୋମ୍‌ ଗେବ୍ରିୟେସସ୍‌ ଟୁଇଟ୍‌ କରି କହିଥିଲେ। କରୋନା ଟିକା ଲାଗି ଅନ୍ତର୍ଜାତୀୟସ୍ତରରେ ବ୍ୟବସାୟିକ ନିୟମ କୋହଳ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସେହିପରି ନମୁନା ପରୀକ୍ଷା ଉପକରଣ ଏବଂ ଚିକିତ୍ସା ସମ୍ପର୍କିତ ସହାୟତା ଶସ୍ତା ଦାମରେ ଯୋଗାଇ ଦେବା ଲାଗି ଭାରତ ଏବଂ ଦକ୍ଷିଣ ଆଫ୍ରିକା ପକ୍ଷରୁ ଆଗତ ହୋଇଥିବା ପ୍ରସ୍ତାବକୁ ସେ ପ୍ରଶଂସା କରିଥିଲେ। ଆମେରିକା ସହିତ ୟୁରୋପୀୟ ସଂଘ, କାନାଡ଼ା, ଜାପାନ, ବ୍ରିଟେନ, ଅଷ୍ଟ୍ରେଲିଆ ଏବଂ ସୁଇଜରଲାଣ୍ଡ୍‌ ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲେ। ଅପରପକ୍ଷରେ ଆଫ୍ରିକୀୟ ଦେଶ ସମୂହ, ବାଂଲାଦେଶ, ଶ୍ରୀଲଙ୍କା, ପାକିସ୍ତାନ, ନେପାଳ ପ୍ରମୁଖ ଏହାକୁ ସମର୍ଥନ କରିଥିଲେ। ସେହିପରି ଚାଇନା, ତୁର୍କୀ, ଫିଲିପାଇନ୍ସ୍‌, କଳମ୍ବିଆ ପ୍ରମୁଖ ଦେଶ ଭାରତ ଏବଂ ଦକ୍ଷିଣ ଆଫ୍ରିକା ପକ୍ଷରୁ ଅଗାତ ହୋଇଥିବା ପ୍ରସ୍ତାବ ଊପରେ ପୁନର୍ବିଚାର କରିବାକୁ ମତପୋଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri