କରୋନା ମହାମାରୀକୁ ନିଘା ନାହିଁ: ଚାଇନାରେ ନୂଆବର୍ଷ ଧୁମଧାମରେ ପାଳିତ…

ବେଜିଂ,୧।୧ : ଚାଇନାରେ କରୋନା ମହାମାରୀ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଡାକ୍ତରଖାନାଗୁଡ଼ିକରେ ସ୍ଥାନ ନାହିଁ ଏବଂ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଧାଡି ଲାଗି ରହିଛି। କରୋନା ମହାମାରୀର ଆତଙ୍କ ମଧ୍ୟରେ, ବିଶ୍ୱର ଅନେକ ଦେଶର ଲୋକମାନେ ଉତ୍ସାହର ସହିତ ନୂତନ ବର୍ଷ ପାଳନ କରୁଛନ୍ତି। ଚାଇନାରେ ଲୋକେ ମହାମାରୀର ବିପଦକୁ ଖାତିର ନକରି ଭିଡ଼ ମଧ୍ୟରେ ଉତ୍ସବ ପାଳନ କରୁଛନ୍ତି। ଏହା କରୋନା ସଂକ୍ରମଣ ଆଶଙ୍କାକୁ ବଢ଼ାଇ ଦେଇଛି।

ଦେଶରେ କରୋନା ବିସ୍ଫୋରଣ ଯୋଗୁ ହୋଇଥିବା ବିନାଶ ସତ୍ତ୍ୱେ ରାସ୍ତାରେ ଲକ୍ଷ ଲକ୍ଷ ଲୋକଙ୍କୁ ଦେଖିବାକୁ ମିଳିଥିଲା। ବହୁ ସଂଖ୍ୟକ ଲୋକ ଆତସବାଜି ସହିତ ବେଲୁନ ଛାଡିଥିବାର ଦେଖାଯାଇଥିଲା। ଅନେକ ଲୋକ ପରସ୍ପରକୁ ଆଲିଙ୍ଗନ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଏହି ସମୟ ମଧ୍ୟରେ ସମସ୍ତେ ମାସ୍କ ପିନ୍ଧିଥିବାର ନଜର ଆସିଥିଲେ। ମାତ୍ର ସାମାଜିକ ଦୂରତା ବଜାୟ ରଖିବା ସମ୍ଭବ ହୋଇ ପାରି ନଥିଲା।

ଦେଶରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ପ୍ରତିଦିନ ମୃତ୍ୟୁ ସଂଖ୍ୟା ୯,୦୦୦ ଛୁଇଁଛି। ସେହିପରି ଦୈନିକ ସଂକ୍ରମଣ ୩୭ ଲକ୍ଷ ପାର୍‌ ହୋଇଛି। ଏଭଳି ଜାରି ରହିଲେ ଜାନୁୟାରୀ ୨୩ ସୁଦ୍ଧା ଦେଶରେ ୫ ଲକ୍ଷ ୮୪ ହଜାର ଲୋକଙ୍କ ମୃତ୍ୟୁ ଘଟିବାର ଆଶଙ୍କା ରହିଛି। ଡାକ୍ତରଖାନାଗୁଡ଼ିକରେ ସ୍ଥାନ ନାହିଁ ଏବଂ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଧାଡି ଲାଗି ରହିଛି। ଇତିମଧ୍ୟରେ ନୂଆ ବର୍ଷରୁ ଚାଇନା କରୋନା ସହ ଜଡିତ ତଥ୍ୟକୁ ମାସକୁ ଥରେ ପ୍ରକାଶ କରିବ ବୋଲି ଚର୍ଚ୍ଚା ହେଉଥିଲା। ଚାଇନା ପକ୍ଷରୁ ସବୁବେଳେ କରୋନାଙ୍କ ଆକଳନ ଲୁଚାଇ ରଖାଯାଇଥିବା ଅଭିଯୋଗ ହୋଇଛି। ଏଥି ସହିତ, ଅନୁଷ୍ଠିତ ଏକ ବୈଠକରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ରିଅଲ ଟାଇମ କୋଭିଡ ତଥ୍ୟ ବାଣ୍ଟିବାକୁ ଚାଇନା ଉପରେ ଚାପ ପକାଇଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଅଧିକ ବିପଦ ଥିବା ଲୋକଙ୍କୁ ସଂକ୍ରମଣ ଏବଂ ମୃତ୍ୟୁରୁ ସୁରକ୍ଷା ଦେବା ପାଇଁ ଟିକାକରଣ ବୃଦ୍ଧି ଗୁରୁତ୍ୱକୁ ଦୋହରାଇଛି। ବିବୃତ୍ତି ଅନୁଯାୟୀ, ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଚାଇନାକୁ ଭାଇରାଲ ସିକ୍ୱେନ୍ସିଂ, କ୍ଲିନିକାଲ ମ୍ୟାନେଜମେଣ୍ଟ ଏବଂ ପ୍ରଭାବ ମୂଲ୍ୟାଙ୍କନକୁ ମଜବୁତ କରିବାକୁ ଆହ୍ବାନ କରିଛି ଏବଂ ଏହି କ୍ଷେତ୍ରରେ ସହାୟତା ଯୋଗାଇବାକୁ ଇଚ୍ଛା ପ୍ରକାଶ କରିଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟସସ ଚାଇନାରେ ବଢ଼ୁଥିବା କରୋନା ଆକାନ୍ତଙ୍କ ସଂଖ୍ୟା ଏବଂ ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିବାବେଳେ ବ୍ୟାପକ ସୂଚନାର ଅଭାବକୁ ସ୍ବୀକାର କରିଛନ୍ତି। ସେ କହିଥିଲେ ଯେ ଚାଇନାରେ କରୋନା କଟକଣାକୁ କୋହଳ କରିବା ପରେ ଏକ ଚିନ୍ତାଜନକ ପରିସ୍ଥିତି ଉପୁଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri