ହଟିପାରେ କରୋନା ଜରୁରୀକାଳୀନ ପରିସ୍ଥିତି, ଡବ୍ଲୁଏଚଓର ପ୍ରସ୍ତୁତି ଆରମ୍ଭ…

ଜେନେଭା, ୧୩।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। କରୋନା ମହାମାରୀର ଦୁଇ ବର୍ଷ ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏହି ସଙ୍କଟକୁ ସମାପ୍ତ କରିବାର ମାନଦଣ୍ଡ ଉପରେ ବିଚାର କରିବା ଆରମ୍ଭ କରିଛି। ୨୦୨୦ ଜାନୁୟାରୀ ୩୦ରେ ଡବ୍ଲୁଏଚଓ ପକ୍ଷରୁ ଜନସ୍ବାସ୍ଥ୍ୟ ସମ୍ପର୍କିତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା।

ଯଦିଓ ଡବ୍ଲୁଏଚଓ କରୋନା ଜରୁରୀକାଳୀନ ପରିସ୍ଥିତିର ସମାପ୍ତି ଘୋଷଣା ଉପରେ ବିଚାର କରୁନାହିଁ କିନ୍ତୁ ଜରୁରୀକାଳୀନ ପରିସ୍ଥିତି ସମାପ୍ତ ହୋଇଛି ବୋଲି କେଉଁ ଅବସ୍ଥା ସୂଚିତ କରିବ ତାହାର ଅନୁସନ୍ଧାନ କରୁଛି। ଅନେକ ଦେଶରେ କରୋନା ମାମଲା ହ୍ରାସ ହୋଇଥିବା ରିପୋର୍ଟ କରିଛନ୍ତି। କିନ୍ତୁ ହଂକଂରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଏବଂ ଚାଇନା ଚଳିତ ସପ୍ତାହରେ ଦୁଇ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ୧୦୦୦ ରୁ ଅଧିକ ନୂତନ ମାମଲା ରିପୋର୍ଟ କରିଛି।

କରୋନା ଉପରେ ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ନିୟମାବଳୀ ଜରୁରୀକାଳୀନ କମିଟି ସଙ୍କଟ ପରିସ୍ଥିତିକୁ ସମାପ୍ତ କରିବାକୁ ଘୋଷଣା କରିବା ଲାଗି ଆବଶ୍ୟକ ମାନଦଣ୍ଡ ଉପରେ ଦୃଷ୍ଟି ରଖିଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଡବ୍ଲୁଏଚଓ ଏକ ଇମେଲରେ କୁହାଯାଇଛି ଯେ କରୋନା ଉପରେ ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ନିୟମାବଳୀ ଜରୁରୀକାଳୀନ କମିଟି କଟକଣାକୁ ଦୂର କରିବା ପାଇଁ ଆବଶ୍ୟକ ମାନଦଣ୍ଡ ଉପରେ ଦୃଷ୍ଟି ରଖିଛି। ତଥାପି, ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ ।

ଗତ ମାସରେ, ଡବ୍ଲୁଏଚଓର ଜରୁରୀକାଳୀନ ପରିସ୍ଥିତିର ମୁଖ୍ୟ କହିଛନ୍ତି ଯେ ଟିକାକରଣ ଏବଂ ଔଷଧର ବୃହତ ପାର୍ଥକ୍ୟ ଶୀଘ୍ର ସମାଧାନ ହେଲେ କରୋନା ମହାମାରୀ ମୃତ୍ୟୁ, ହସ୍ପିଟାଲରେ ଭର୍ତ୍ତି ହେବା ଏବଂ ଲକ୍‌ଡାଉନ୍‌ ଭଳି ସ୍ଥିତିରେ ଚଳିତ ବର୍ଷ ଶେଷ ସୁଦ୍ଧା ସୁଧାର ଆସିପାରେ।

ବିଶ୍ୱ ଅର୍ଥନୈତିକ ଫୋରମ ଦ୍ୱାରା ଆୟୋଜିତ ଭାକ୍ସିନ୍‌ ଇକ୍ୱିଟି ଉପରେ ଏକ ପ୍ୟାନେଲ ଆଲୋଚନା ସମୟରେ ଡବ୍ଲୁଏଚଓ ଜରୁରୀକାଳୀନ ପରିସ୍ଥିତି ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକମାଇକେଲ ରିୟାନ କହିଛନ୍ତି ଯେ ଆମେ କରୋନା ଭୂତାଣୁକୁ କେବେ ବି ଦୂର କରିପାରିବୁ ନାହିଁ। କାରଣ ଏହି ପରି ମହାମାରୀ ଭୂତାଣୁ ଶେଷରେ ଇକୋସିଷ୍ଟମର ଏକ ଅଂଶ ହୋଇଯାଏ।

ପିଟିଆଇ ରିପୋର୍ଟ ଅନୁଯାୟୀ ସେ କହିଛନ୍ତି ଯେ ଚଳିତ ବର୍ଷ ଜନସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିକୁ ସମାପ୍ତ କରିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri