କରୋନା ମୃତ୍ୟୁ ସଂଖ୍ୟା ୧୭ ଲକ୍ଷ, ସରକାରୀ ରିପୋର୍ଟ ମାତ୍ର ୪ ହଜାର…

ବେଜିଂ, ୧୬।୧ : ଚାଇନା ସରକାର କରୋନା ମୃତ୍ୟୁ ସଂଖ୍ୟା ଲୁଚାଉଥିବା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଜଣେ ବିଶ୍ଳେଷକ ଦାବି କରିଛନ୍ତି ଯେ ଚାଇନାରେ କରୋନା ମହାମାରୀ ମୃତ୍ୟୁ ସଂଖ୍ୟା ସରକାରୀ ତଥ୍ୟଠାରୁ ଢ଼େର ଅଧିକ। ଏହା ସରକାରୀ ରିପୋର୍ଟରେ ପ୍ରକାଶିତ ମତ୍ୟୁ ସଂଖ୍ୟାଠାରୁ ୧୭,୦୦୦ ପ୍ରତିଶତ ଅଧିକ। ଦେଶରେ କଡ଼ା ଲକ୍‌ଡାଉନ୍‌ ସତ୍ତ୍ୱେ ପ୍ରକୃତ ମୃତ୍ୟୁ ସଂଖ୍ୟା ୧୭ ଲକ୍ଷରୁ ଅଧିକ ରହିଛି। ମାତ୍ର ସରକାର ମୃତ୍ୟୁ ସଂଖ୍ୟାକୁ ମାତ୍ର ୪,୬୩୬ ବୋଲି ଦର୍ଶାଇଛନ୍ତି। ଏହା ପ୍ରକୃତ ମୃତ୍ୟୁର ସମ୍ପୂର୍ଣ୍ଣ ବିପରୀତ।

ଷ୍ଟିଭେନ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର କ୍ୱାଣ୍ଟିଟିଭ ଫାଇନାନ୍ସ ପ୍ରୋଗ୍ରାମର ନିର୍ଦ୍ଦେଶକ ଜର୍ଜ କୈଲହୈନ ଅଭିଯୋଗ କରିଛନ୍ତି ଯେ ଚାଇନା ସରକାର ନିଜର ଭାବମୂର୍ତ୍ତିକୁ ରକ୍ଷା କରିବା ପାଇଁ କମ ମୃତ୍ୟୁ ବିଷୟରେ ମିଥ୍ୟା ତଥ୍ୟ ପ୍ରକାଶ କରିଛନ୍ତିି। ଦି ଇକୋନୋମିଷ୍ଟର ମଡେଲକୁ ଅଧ୍ୟୟନ କରୁଥିବା ଜଣେ ବିଶେଷଜ୍ଞ ଦି ଇପୋଚ ଟାଇମ୍ସକୁ ଦାବି କରିଛନ୍ତି ଯେ ଚାଇନାର ଏଭଳି ସରକାରୀ ପରିସଂଖ୍ୟାନ ସମ୍ପୂର୍ଣ୍ଣ ମିଥ୍ୟା।

ଏପ୍ରିଲ ୨୦୨୦ ପରେ, ଯେତେବେଳେ ଅଧିକାଂଶ ମୃତ୍ୟୁ ଉହାନରେ ଘଟିଥିଲା, ସେତେବେଳେ ବେଜିଂ କର୍ତ୍ତୃପକ୍ଷ ଆନୁଷ୍ଠାନିକ ଭାବରେ କେବଳ ଦୁଇଟି ମୃତ୍ୟୁ ରେକର୍ଡ କରିଥିଲେ। ଏଭଳି ରିପୋର୍ଟ ଭିତ୍ତିହୀନ ବୋଲି ସେ କହିଛନ୍ତି।

ସାମ୍ପ୍ରତିକ ଆକଳନ ଅନୁଯାୟୀ, ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା କମ ଥିବା ଦେଶମାନଙ୍କ ମଧ୍ୟରେ ଚାଇନାକୁ ଗଣନା କରାଯାଇଥାଏ। ଏହା ଅସମ୍ଭବ ବୋଲି କଲହୋନ କହିଛନ୍ତି। ୨୦୨୦ ରେ ଟିକା ନ ଆସିବା ପୂର୍ବରୁ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଥିଲା। ମାତ୍ର ଚାଇନା ଏହାର ପ୍ରକୃତ ତଥ୍ୟ ପ୍ରକାଶ କରି ନାହିଁ ସେ କହିଛନ୍ତି।

ଜନ ହପକିନ୍ସ କରୋନାଭାଇରସ ରିସୋର୍ସ ସେଣ୍ଟରର ତଥ୍ୟ ଅନୁଯାୟୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଚାଇନା ଜିରୋ କୋଭିଡ ପଲିସି ଉପରେ ଜୋର୍‌ ଦେଉଛି।

ଏଥିପାଇଁ ଚାଇନା ସରକାର ମଧ୍ୟ ସମସ୍ତ ମାନବୀୟ ସୀମା ଅତିକ୍ରମ କରିବାକୁ ପ୍ରସ୍ତୁତ ଅଛନ୍ତି। ଲୋକଙ୍କୁ ଘରେ କିମ୍ବା ଧାତବ ବାକ୍ସରେ ବନ୍ଦ ରଖିଛନ୍ତି। କଡ଼ା ସରକାରୀ ଆଇନ ଯୋଗୁ ଲୋକେ ଘରୁ ବାହାରକୁ ଆସି ପାରୁ ନାହାନ୍ତି। ସେମାନଙ୍କ ପାଖରେ ଖାଇବା ପାଇଁ ଖାଦ୍ୟ ନାହିଁ। ଭୋକ ବିକଳରେ ଲୋକ ନାନା ପ୍ରକାର ହଇରାଣ ହରକତ ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜରେ ଅପମାନ ପରେ, ଇରାନ ଆମେରିକାକୁ ଦେଲା ନୂଆ ଅଲ୍ଟିମେଟମ; ବାବ ଅଲ-ମାଣ୍ଡେବ ଉପରେ ମଧ୍ୟ ରହିଛି ବିପଦ

ତେହରାନ,୪।୪: ଇରାନରୁ ଏକ ସଙ୍କେତ ଆସିଛି ଯାହା ସମଗ୍ର ବିଶ୍ୱରେ ଚିନ୍ତାକୁ ବୃଦ୍ଧି କରିଛି। ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଉତ୍ତେଜନା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତରରେ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି

ପୁରୀ,୪ା୪: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଛି ଜଙ୍ଗଲ ଜମି ଅନୁମତି। ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ଷ୍ଟେଜ୍‌-୧ ଅନୁମୋଦନ କରିଛନ୍ତି। ପ୍ରକଳ୍ପକୁ ବାସ୍ତବରେ ରୂପାୟନ…

ଖଡ଼ିଛୁଆଁ, ପ୍ରବେଶ ଉତ୍ସବର ଶୁଭାରମ୍ଭ କଲେ ପାଟଣା ବିଧାୟକ

ପାଟଣା,୪ା୪(ବୀରକିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଛି। ଏହି ଅବସରରେ ଶନିବାର କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ପାଟଣା ମୁଖ୍ୟାଳୟ…

କଂଗ୍ରେସ ନେତା ଶଶି ଥରୁରଙ୍କ କନଭଏ ଉପରେ ଆକ୍ରମଣ, ବନ୍ଧୁକଧାରୀ ସହ ଡ୍ରାଇଭର ଆହତ

ଥିରୁଭାନନ୍ତପୁରମ,୪।୪: କଂଗ୍ରେସ ଏମପି ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ଡ୍ରାଇଭରଙ୍କ ଉପରେ ଆକ୍ରମଣ ସମ୍ପର୍କିତ ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା କେରଳର ୱାଣ୍ଡୁର ଅଞ୍ଚଳରେ…

ଦରକାର ଥିଲା ପୁଅ, ସ୍ତ୍ରୀ ପେଟରେ ଝିଅ ଥିବା ଜାଣି ଏମିତି କାଣ୍ଡ ଘଟାଇଲେ ସ୍ବାମୀ

ହାଇଦ୍ରାବାଦ,୪।୪: ତେଲେଙ୍ଗାନାର ହନମକୋଣ୍ଡାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଆଝାରୁଦ୍ଦିନ ନାମକ ଜଣେ ବ୍ୟକ୍ତି ତାଙ୍କ ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅଙ୍କୁ…

କେନାଲରୁ ମିଳିଲା ଶୁଭଲକ୍ଷ୍ମୀଙ୍କ ମୃତଦେହ, ହତ୍ୟା ସନ୍ଦେହ, ପଡ଼ୋଶୀ ଘରକୁ ପଶିଲା ସନ୍ଧାନୀ କୁକୁର

ରାଜନଗର, ୪ା୪(ଭାସ୍କର ରାଉତରାୟ): ନିଖୋଜ ଥିବା ଶୁଭଲକ୍ଷ୍ମୀଙ୍କ ମୃତଦେହ ଶୁକ୍ରବାର କେନାଲରୁ ମିଳିଛି। ଗାଁ ନିକଟ କେନାଲରେ ଖୋଜାଖୋଜି ପୂର୍ବରୁ ମୃତଦେହ ଭାସି ଆସିଥିବା ଦେଖିବାକୁ ମିଳିଥିଲା।…

ଶେଷ ହେବ ନାହିଁ ଯୁଦ୍ଧ? ଚିନ୍ତାରେ ପଡ଼ିଲାଣି ଆମେରିକା, ବଢାଇପାରେ ଡିଫେନ୍ସ ବଜେଟ

ଓ୍ବାଶିଂଟନ,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ୩୬ ତମ ଦିନରେ ପହଞ୍ଚିଛି। ନିରନ୍ତର ଆକ୍ରମଣ ଏବଂ ପ୍ରତିଶୋଧମୂଳକ ଆକ୍ରମଣ ମଧ୍ୟରେ, ପରିସ୍ଥିତି କ୍ରମଶଃ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri