ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୨୫.୦୩୨

ବଲାଙ୍ଗୀର, ୨୭ା୧୧(ବୀରେନ୍ଦ୍ର କୁମାର ଝାଙ୍କର): କରୋନା ମହାମାରୀ ସମୟର ଅନେକ ତଥ୍ୟ ଲୋକଲୋଚନକୁ ଆସିନାହିଁ। ସେହି ତଥ୍ୟ ଜାଣିବାକୁ ଲୋକେ ଆଗ୍ରହୀ ଥିଲେ ମଧ୍ୟ ସରକାରୀ ଭାବେ ତଥ୍ୟ ଉପଲବ୍ଧ ହେଉ ନ ଥିବାରୁ ଅନେକାଂଶରେ ନିରାଶ ହେବାକୁ ପଡ଼ିଛି। ବିଶେଷକରି ଓଡ଼ିଶାରେ ଜିଲାୱାରି କରୋନା ମୃତ୍ୟୁ ସଂଖ୍ୟା ସରକାରୀ ଭାବେ କେତେ ଥିଲା ଓ ସରକାର ଘୋଷଣା କରିଥିବା ୫୦ହଜାର ଟଙ୍କାର ଅନୁକମ୍ପା ରାଶି କେତେ ପରିବାରଙ୍କୁ ମିଳିଛି ତାହା ଜଣାପଡ଼ି ନ ଥିଲା। ତେବେ ସୂଚନା ଅଧିକାର ଆଇନ ବଳରେ ଓଡ଼ିଶାରେ କରୋନା ମହାମାରୀ ସମୟର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବେ ଉପଲବ୍ଧ ହୋଇଛି। ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ଏହି ତଥ୍ୟକୁ ସାର୍ବଜନୀନ କରିଛନ୍ତି ।
ମିଳିଥିବା ସୂଚନାରେ ଓଡ଼ିଶାରେ କରୋନା ଯୋଗୁ ୨୫ ହଜାର ୩୨ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ନଂ. ୬୦୭୭/ଆର୍‌ ଆଣ୍ଡ ଡିଏମ୍‌ ତା୨୨ା୧୧ା୨୦୨୩ରିଖ ଯୋଗେ ତଥ୍ୟ ପ୍ରଦାନ କରାଯାଇଛି। ଖୋର୍ଦ୍ଧା ଜିଲାରେ ରାଜ୍ୟର ସର୍ବାଧିକ ୫୯୮୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦେବଗଡ଼ ଜିଲାରେ ସବୁଠୁ କମ୍‌ ୭୪ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। କଟକ ଜିଲାରେ ୩୪୬୮, ସୁନ୍ଦରଗଡ଼ରେ ୧୯୪୧, ଗଞ୍ଜାମରେ ୧୭୭୨, ସମ୍ବଲପୁରରେ ୧୪୬୮, ବରଗଡ଼ରେ ୮୫୮, ପୁରୀରେ ୭୮୪, ବାଲେଶ୍ୱରରେ ୭୬୮, ଅନୁଗୋଳରେ ୭୨୧, ମୟୂରଭଞ୍ଜରେ ୬୪୭, ଯାଜପୁରରେ ୬୪୫ ଓ ବଲାଙ୍ଗୀର ଜିଲାରେ ୫୮୬, କଳାହାଣ୍ଡିରେ ୫୨୪ ଏବଂ କେନ୍ଦୁଝରରେ ୫୨୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ଅନ୍ୟ ଜିଲାରେ ମୃତ୍ୟୁସଂଖ୍ୟା ୫୦୦ ତଳକୁ ରହିଛି। ରାଜ୍ୟରେ ୨୫,୦୩୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ ସରକାରଙ୍କ ଦ୍ୱାରା ଘୋଷିତ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ମୃତକଙ୍କ ପରିବାରବର୍ଗ ପାଇବା କଥା। ହେଲେ ମାତ୍ର ୨୦,୩୯୬ ପରିବାର ଅନୁକମ୍ପା ସହାୟତା ରାଶି ପାଇଥିବା ତଥ୍ୟରୁ ଜଣାପଡ଼ିଛି। ଅନୁକମ୍ପା ସହାୟତା ରାଶି ପାଇବା ପାଇଁ ୨୧,୧୭୫ ମୃତକଙ୍କ ପରିବାର ପକ୍ଷରୁ ଆବେଦନ କରାଯାଇଥିଲା ଅର୍ଥାତ୍‌ ୩୮୫୭ ପରିବାର ପକ୍ଷରୁ ସହାୟତା ରାଶି ପାଇଁ ଆବେଦନ କରାଯାଇ ନ ଥିବା ତଥ୍ୟରେ କୁହାଯାଇଛି।

ଏତେ ସଂଖ୍ୟାରେ ମୃତକଙ୍କ ପରିବାର କାହିଁକି ସରକାରଙ୍କ ଦ୍ୱାରା ଘୋଷିତ ଅନୁକମ୍ପା ରାଶି ପାଇଁ ଆବେଦନ କଲେ ନାହିଁ ଏବଂ ଯଦି ଦୁଃଖାଭିଭୂତ ପରିବାରବର୍ଗ ଆବେଦନ କଲେ ନାହିଁ ସରକାରୀ ସଂସ୍ଥା ସେମାନଙ୍କ ପାଖକୁ କାହିଁକି ସହାୟତା ପହଞ୍ଚାଇଲେ ନାହିଁ ବୋଲି ପଣ୍ଡା ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ସର୍ବଭାରତୀୟ ସ୍ତରରେ କରୋନା ମୃତକଙ୍କ ପାଇଁ ସରକାରୀ ସହାୟତା ଘୋଷଣା କରାଯାଇଥିଲେ ମଧ୍ୟ ସରକାରୀ ବ୍ୟବସ୍ଥାର ଅନୁକମ୍ପା ମୃତକଙ୍କ ପରିବାରବର୍ଗଙ୍କ ପାଇଁ ନ ଥିବା କଥା ଏହି ତଥ୍ୟରୁ ସ୍ପଷ୍ଟ ହୋଇଛି ବୋଲି ପଣ୍ଡା କହିଛନ୍ତି। କେତେକ ଜିଲାରେ ମୃତକଙ୍କ ସଂଖ୍ୟାଠାରୁ ଅଧିକ ଲୋକଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଥିବା ବେଳେ ଆଉ କେତେକ ଜିଲାରେ କମ୍‌ ଲୋକଙ୍କୁ ପ୍ରଦାନ କରାଯାଇଛି । କେନ୍ଦ୍ରାପଡ଼ା ଜିଲାରେ କରୋନା ମୃତ୍ୟୁ ସଂଖ୍ୟା ୨୯୫ ଦର୍ଶାଯାଇଥିବା ବେଳେ ୫୨୦ଜଣଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ସେହିଭଳି ଅନୁଗୋଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଜଗତ୍‌ସିଂହପୁର, ଯାଜପୁର, ଝାରସୁଗୁଡ଼ା, ନୟାଗଡ଼ ଓ ପୁରୀ ଜିଲାରେ ମୃତକଙ୍କ ସଂଖ୍ୟା ଅପେକ୍ଷା ଅଧିକ ସଂଖ୍ୟକ ପରିବାବର୍ଗଙ୍କୁ ଅନୁକମ୍ପା ରାଶି ଯୋଗାଇ ଦିଆଯାଇଛି। କିନ୍ତୁ କଟକ, ଖୋର୍ଦ୍ଧା, ବୌଦ୍ଧ, ଗଞ୍ଜାମ, ସମ୍ବଲପୁର, କୋରାପୁଟ, ମାଲକାନଗିରି ଜିଲାରେ ମୃତକଙ୍କ ସଂଖ୍ୟାଠାରୁ ଢେର କମ୍‌ ପରିବାରଙ୍କୁ ଅନୁକମ୍ପା ରାଶି ଯୋଗାଇ ଦିଆଯାଇଛି । ମହାମାରୀ ସମୟରେ ମୃତ୍ୟୁ ସଂଖ୍ୟା ଠିକ୍‌ ଗଣନା କରିବାର ଆବଶ୍ୟକତା ଥିଲେ ମଧ୍ୟ ଏହା ସରକାର କରିପାରିନାହାନ୍ତି। ଅନୁକମ୍ପା ରାଶି ପାଇ ନ ଥିବା ପରିବାରଙ୍କୁ ତୁରନ୍ତ ପ୍ରଦାନ କରିବାକୁ ସୂଚନା ଅଧିକାର କର୍ମୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କଠାରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri