କରୋନା ବଦଳାଇଲା ନିୟମ: ବ୍ରସେଲ୍ସ ସମ୍ମିଳନୀରେ ହାତ ବଦଳରେ ପରସ୍ପରଙ୍କୁ କହୁଣୀରେ ଜଣାଇଲେ ଅଭିବାଦନ

ବ୍ରସେଲ୍ସ,୧୮।୭: ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ଅଣାୟତ ହେବାରେ ଲାଗିଛି। ସାରା ଦେଶରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କରୋନା ବ୍ୟାପିବାରୁ ରୋକିବା ପାଇଁ ସବୁ ଦେଶର ସରକାରଙ୍କ ପାଇଁ ଏବେ ଚିନ୍ତାର ବିଷୟ ହୋଇଥିବା ବେଳେ ଏହା ଏକ ଚ୍ୟାଲେଞ୍ଜ ପାଲଟିଛି। କରୋନା ଯୋଗୁ ସାମାଜିକ କାର୍ଯ୍ୟ, ଜନସମାବେଶ ଆଦି ବନ୍ଦ ରହିଥିବା ବେଳେ ନୀତି ପରମ୍ପରାରେ ମଧ୍ୟ ପରିବର୍ତ୍ତନ ଆସିଛି। ଏହି କରୋନା କାଳରେ ଲୋକମାନେ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ପରସ୍ପର କୋଳାଗ୍ରତ କି ଆଉ ହାତ ମିଳାଇ ଅଭିବାଦନ କରୁନାହାନ୍ତି। କିଛି ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ବ୍ରାଜିଲର ରାଜଧାନୀ ବ୍ରସେଲ୍ସ ସମ୍ମିଳନୀରେ।

ଇୟୁ ସମିଟରେ ୨୭ଟି ୟୁରୋପିୟନ ଦେଶରୁ ଆସିଥିବା ନେତାମାନେ ପରସ୍ପର ମଧ୍ୟରେ ହାତ ମିଳାଇବା ବଦଳରେ କହୁଣୀକୁ କହୁଣୀ ମିଳାଇଥିବା ଦେଖିବାକୁ ମିଳିଛି। ଏହାର ଏଭ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ ସୁରକ୍ଷା ଦୃଷ୍ଟିରୁ ଉକ୍ତ ସମ୍ମିଳନୀରେ ଯୋଗେଦେଇଥିବା ନେତାମାନେ ମାସ୍କ ପିନ୍ଧିବା ସହ ସଂକ୍ରମଣରୁ ଦୂରେଇ ରହିବା ଉଭୟ ନେତାମାନେ ନିକଟକୁ ଯାଇ କହୁଣୀ ଦ୍ୱାରା ପରସ୍ପରଙ୍କୁ ଅଭିବାଦନ ଜଣାଇଥିଲେ। ଏହି ସମିଟରେ ଜର୍ମାନର ଚାନ୍ସଲର ଏଞ୍ଜେଲା ମାର୍କେନ ଓ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ ମଧ୍ୟ ଉପସ୍ଥିତ ଥିଲେ।

Share