ଗଞ୍ଜାମରେ କରୋନା ସଚେତନତା ରାଲି

ଗଞ୍ଜାମ,୮।୪(ଡି.ଏନ୍‌.ଏ): ମହାମାରୀ କରୋନା ଦିନକୁ ଦିନ ରାଜ୍ୟରେ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। କରୋନାର ନୂଆ ଷ୍ଟ୍ରେନ୍‌ ଅତି ଭୟଙ୍କର ହୋଇଥିବା ବେଳେ ଏଥିପାଇଁ ଲୋକେ ସଚେତନ ହେବାର ଆବଶ୍ୟକତା ରହିଛି l ଏହାକୁ ଦୃଷ୍ଟିରେ ରଖି ଜିଲାପ୍ରଶାସନ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା। ଏହା ଜୟଶ୍ରୀ ଛକରୁ ବାହାରି ସାନ ବଜାର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ବାହାରିଥିଲା। ଡାକବାଜି ଯନ୍ତ୍ର ଦ୍ୱାରା ମାକ୍ସ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ବିଶେଷ କାମ ନ ଥିଲେ ଘରୁ ପଦାକୁ ନ ବାହାରିବାକୁ ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁ ଆହ୍ବାନ ଦେଇଥିଲେ। ଏହି ନିୟମକୁ କେହି ଅମାନ୍ୟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏହି ରାଲିରେ ଏସ୍‌ଆଇ ଅଜିତ କୁମାର ପରିଡା, ନାରାୟଣ କହ୍ନର, ବିଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।