ଜଳିଗଲା ଲକ୍ଷାଧିକ ଟଙ୍କାର ମକା, ସରକାରଙ୍କ ପାଖରେ କ୍ଷତିପୂରଣ ଦାବି କରି…

ମୋହନା,୧୦ା୧(ମନ୍ମଥ ମିଶ୍ର): ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଶୁଖିଲା ମକା ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଭଳି ଘଟଣା ଘଟିଛି ଗଜପତି ଜିଲା ରା.ଉଦୟଗିରି ଥାନା ଅନ୍ତର୍ଗତ ପରିସଲ ଗ୍ରାମରେ। ଶୁକ୍ରବାର ହଠାତ୍‌ ନିଆଁ ଲାଗିଥିଲା ମକା ଖଳାରେ। ପରିସଲ ଗ୍ରାମର ଅନେକ ପରିବାର ମକା ଚାଷ କରି ପରିବାରର ଜୀବନ ଜୀବିକା ନିର୍ବାହ କରୁଛନ୍ତି। ବଞ୍ଚିବା ପାଇଁ ଧନ ଉପାର୍ଜନ ଆଶାନେଇ ବର୍ଷା ଖରାକୁ ଖାତିର ନ କରି ସମସ୍ତ ମକାକୁ ଏକ ପଥର ଚାଞ୍ଚଡ଼ାରେ ପରିସଲ ଗ୍ରାମର ତୀର୍ଷା ମାଳି, ଆନ୍ଦ୍ରିୟଜେନା, ସରସ ଆନନ୍ଦ, ସଞ୍ଜୁମଣି ଲିମା ୪ଟି ପରିବାରର ପରିଶ୍ରମ କରିଥିବା ମକା ଆଜି ପାଉଁଶ ହୋଇଯାଇଛି। ଖବର ପାଇଁ ଗ୍ରାମର ଅନେକ ଲୋକେ ଆସି ନିଆଁକୁ ଲିଭେଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଅଧିକରୁ ଅଧିକ ନିଆଁ ହୁତୁହୁତୁ ହୋଇ ଲାଗିଥିଲା। ଗ୍ରାମବାସୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ନିଆଁକୁ ଆୟତ୍ତ ହୋଇଥିଲେ ମଧ୍ୟ ୪ଟି ଚାଷୀଙ୍କ ସମସ୍ତ ମକା ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଏଣୁ ବର୍ଷକ ମଧ୍ୟରେ ଯାହା ଅର୍ଜନ କରିଥିଲେ ତାହା ସବୁ ଧୂଳିସାତ ହୋଇଯାଇଛି। ପରିବାର ଲୋକ କ୍ଷତିପୂରଣ ପାଇଁ ସରକାରଙ୍କ ପାଖରେ ନିବେଦନ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀଙ୍କୁ ଡିଜିପିଙ୍କ କଡ଼ା ଚେତାବନୀ, ହିଂସା ଛାଡ଼ି ଆତ୍ମସମର୍ପଣ କର, ନଚେତ୍‌…

ଭୁବନେଶ୍ୱର,୨୭ା୨: ମାଓବାଦୀଙ୍କୁ ପୋଲିସ ଡିଜି ଓ୍ବାଇ ବି ଖୁରାନିଆ କଡ଼ା ଚେତାବନୀ ଦେଇଛନ୍ତି। ଡିଜିପି କହିଛନ୍ତି, ହିଂସା ଛାଡ଼ି ଆତ୍ମସମର୍ପଣ କର, ନଚେତ୍‌ ପରିଣାମ ଭୋଗିବ। ଏସ୍‌ଓଜି…

CBIର ମଦ ଦୁର୍ନୀତି ମାମଲା: ଅରବିନ୍ଦ କେଜରିୱାଲ ଓ ମନୀଷ ସିସୋଦିଆ ଦୋଷମୁକ୍ତ, ଆଲିଙ୍ଗନ କରି କାନ୍ଦିଲେ

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି…

ଆଫଗାନିସ୍ତାନର ଆକ୍ରମଣରେ ବିଚଳିତ ହେଲାଣି ପାକିସ୍ତାନ! ଭାରତ ଉପରେ ଆଣୁଛି ବଡ଼ ଅଭିଯୋଗ

ଇସଲାମାବାଦ,୨୭।୨: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ଏବେ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ପରିଣତ ହୋଇଛି। ପାକିସ୍ତାନର ବିମାନ ଆକ୍ରମଣର ପ୍ରତିଶୋଧ ନେଇ ଆଫଗାନିସ୍ତାନ ଏହି ଆକ୍ରମଣ କରିଛି।…

ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ଯଦି ବର୍ଷା ଯୋଗୁ ହୁଏ ବାତିଲ: ସେମିଫାଇନାଲକୁ ଯିବ କିଏ, ଜାଣନ୍ତୁ ସମ୍ପୂର୍ଣ୍ଣ ନିୟମ

ନୂଆଦିଲ୍ଲୀ,୨୭।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ ପର୍ଯ୍ୟାୟରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ ଏବେ କର ବା ମର ପ୍ରତିଯୋଗିତାରେ ପରିଣତ ହୋଇଛି। ୧…

‘ମୁଁ ଦାଢିଥିବା ଲୋକଙ୍କୁ ଭୟକରେ’, କାହିଁକି ଏମିତି କହିଲେ ପୂର୍ବତନ ଉପ ରାଷ୍ଟ୍ରପତି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୭।୨: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖର ବୁଧବାର (୨୫ ଫେବୃଆରୀ) ତାଙ୍କ ଗୃହରାଜ୍ୟ ରାଜସ୍ଥାନର ଚୁରୁ ଜିଲାରେ ପହଞ୍ଚିଥିଲେ। ସେ ପୂର୍ବତନ ଏମପି ରାମ ସିଂହ କାସୱା…

କାମ ନ କରି ମଜୁରୀ ହଡ଼ପ କରୁଛନ୍ତି ଶ୍ରମିକ: ଆସିଲା ସାଂଘାତିକ ଅଭିଯୋଗ

ଲୋଇସିଂହା,୨୬।୨(ସୁଶାନ୍ତ ବାରିକ): ଗାଁରେ ଶ୍ରମିକ ବର୍ଗର ଲୋକଙ୍କୁ କାମ ଯୋଗାଇବା ସହିତ ସେମାନଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନା କାର୍ଯ୍ୟକାରୀ…

ଲଜିଷ୍ଟିକ୍ସ୍‌ରେ ପୂର୍ବ ପରିବହନ ସଂସ୍ଥାର ଦବଙ୍ଗଗିରି ଅଭିଯୋଗ, ସ୍ଥାନୀୟ ଯୁବକଙ୍କୁ…

ଗଞ୍ଜାମ,୨୭।୨(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଅବସ୍ଥିତ ଗ୍ରାସୀମ ଇଣ୍ଡ୍ରଷ୍ଟ୍ରିର ପରିବହନ ବ୍ୟବସ୍ଥାକୁ ନେଇ ପୁନର୍ବାର ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଦୀର୍ଘ ୬ ବର୍ଷ…

ବିଧାୟକଙ୍କୁ ନବୀନ ନିବାସ ଡକରା, ଅପରାହ୍ନ ୫ଟାରେ ବଡ଼ ବୈଠକ

ଭୁବନେଶ୍ବର,୨୭।୨: ଅପରାହ୍ନ ୫ଟାରେ ନବୀନଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏନେଇ ସମସ୍ତ ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡକରା ହୋଇଛି । ରାଜ୍ୟ ସଭା ନିର୍ବାଚନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri