Categories: ବାଣିଜ୍ୟ

କୋର୍‌ ସେକ୍ଟର ଅଭିବୃଦ୍ଧି ୨.୫% ହ୍ରାସ

ନୂଆଦିଲ୍ଲୀ,୨୮।୧୧: କରୋନା ମହାମାରୀର ଯୋଗୁ ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ଦେଶ ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପ ମଧ୍ୟ ପ୍ରଭାବିତ ହୋଇ ରହିଛି। ଲକଡାଉନ କଟକଣାକୁ ସରକାର ଧୀରେ ଧୀରେ କୋହଳ କରୁଥିବା ବେଳେ ଆର୍ଥତ୍କ କାର୍ଯ୍ୟକଳାପକୁ ଅନୁମତି ମିଳିଛି। ହେଲେ ବି ଅର୍ଥ ବ୍ୟବସ୍ଥା ଉପରେ ରହିଥିବା ପ୍ରଭାବ କମିନାହିଁ। ଏଭଳି ସ୍ଥିତିରେ ଦେଶର ୮ କୋର ସେକ୍ଟର ଶିଳ୍ପ ଅଭିବୃଦ୍ଧି ଅକ୍ଟୋବରରେ ୨.୫% ହ୍ରାସ ପାଇଛି। ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ରିଫାଇନେରୀ ପ୍ରଡକ୍ଟ ଏବଂ ଇସ୍ପାତ ଉତ୍ପାଦନ କମିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଅକ୍ଟୋବର ୨୦୧୯ରେ କୋର୍‌ ସେକ୍ଟର ୫.୫% ହ୍ରାସ ହୋଇଥିବା ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଡାଟାରୁ ଏହା ଜଣାପଡିଛି। ଅକ୍ଟୋବରରେ କୋଇଲା, ସାର ଏବଂ ବିଦ୍ୟୁତ ଉତ୍ପାଦନ ଭଲ ସ୍ଥିତିରେ ରହିଛି। ଏପ୍ରିଲରୁ ଅକ୍ଟୋବର ମାସରେ କୋର ସେକ୍ଟର ୧୩% ଖସିଛି। ଏହା ଗତ ଆର୍ଥତ୍କ ବର୍ଷ ସମାନ ସମୟରେ ୦.୩% ହ୍ରାସ ହୋଇଥିଲା।

Share