ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସମ୍ଭବ

ଛତ୍ରପୁର,୧୩।୯(ସନ୍ତୋଷ ପାଢ଼ୀ):  ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା (ଓସ୍‌ଡମା) ତରଫରୁ ଜିଲା ପରିଷଦସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରଶିକ୍ଷଣ ଶିବିର ଅତିରିକ୍ତ ଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଡେପୁଟି କଲେକ୍ଟର(ଜରୁରୀ କାଳିନ) ଆୟୁସୀ ପତି ସମସ୍ତଙ୍କୁ ସ୍ବାଗତ କରିବା ସହ ଏହି ଶିବିରର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ବିପର୍ଯ୍ୟୟ ପରିଚାଳନାରେ ଆଗୁଆ ପ୍ରସ୍ତୁତ, ପଦକ୍ଷେପ ଏବଂ କାର୍ଯ୍ୟଶୈଳୀ ପାଇଁ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଥିବା ଅତିରିକ୍ତ ଜିଲାପାଳ ପୃଷ୍ଟି ପ୍ରକାଶ କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶାସନିକ ପ୍ରସ୍ତୁତି ମଧ୍ୟରେ ଉତ୍ତମ ଯୋଗାଯୋଗ ଓ ସୁପରିଚାଳନା କରିପାରିଲେ ଏହାର ସୁଫଳ ପାଇପାରିବା। ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟ କରୁଥିବା ବିପର୍ଯ୍ୟୟ ବନ୍ଧୁଙ୍କୁ ୧୨ଦିନିଆ ତାଲିମ ଦିଆଯାଇଛି। ତୃଣମୂଳସ୍ତରରେ ସଚେତନ କରିପାରିଲେ ବିପର୍ଯ୍ୟୟରୁ ପ୍ରତ୍ୟେକ ନିଜକୁ ସୁରକ୍ଷିତ ରଖିପାରିବେ। ସ୍ବୟଂସିଦ୍ଧା କାର୍ଯ୍ୟକ୍ରମ ଜରିଆରେ ପ୍ରତି ଗ୍ରାମ ପଞ୍ଚାୟତରେ ୧୫ରୁ ୨୦ ଜଣ ମହିଳାଙ୍କୁ ତାଲିମ ଦିଆଯାଇଛି। ବିପର୍ଯ୍ୟୟ ସମୟରେ ସେମାନେ ତୁରନ୍ତ ପହଞ୍ଚି ଲୋକମାନଙ୍କୁ ସୁରକ୍ଷା ନିମନ୍ତେ ପ୍ରବର୍ତ୍ତାଇବେ ବୋଲି ପୃଷ୍ଟି ପ୍ରକାଶ କରିଥିଲେ। ସମ୍ଭାବ୍ୟ ବନ୍ୟା, ବାତ୍ୟା ଭଳିସ୍ଥିତି ଉପୁଜିବା ପ୍ରାକ ପ୍ରସ୍ତୁତି , ବିପର୍ଯ୍ୟୟ ସମୟରେ ଓ ପରେ ଏହାର ମୁକାବିଲା, ଉଦ୍ଧାର ଓ ଥଇଥାନ କିପରି ବ୍ୟବସ୍ଥିତ ଭାବେ ପରିଚାଳନା କରି ଜନ ସାଧାରଣଙ୍କ ଧନଜୀବନ କିପରି ସୁରକ୍ଷିତ କରାଯାଇ ପାରିବ ସେ ସମ୍ବନ୍ଧରେ ଓସଡମାର ସିଜିଏମ ଡ. ସୁନିତା ଜେନା ବିସ୍ତୃତ ଭାବେ ବୁଝାଇଥିଲେ । ବାତ୍ୟା, ବନ୍ୟା, ମରୁଡି, ସୁନାମୀ, ସାପକାମୁଡ଼ା, ବଜ୍ରପାତ, ଅଂଶୁଘାତ, କାଳବୈଶାଖୀ ଆଦି ବିପର୍ଯ୍ୟୟ ସମୟରେ ଦେଖାଯାଉଥିବା ସମସ୍ୟା ଗୁଡିକୁ ଚିହ୍ନଟ କରି ସେଗୁଡିକର ସମାଧାନ କରିପାରିଲେ ଏହାର ସୁଫଳ ସମସ୍ତେ ପାଇପାରିବେ । ଉଚିତ୍‌ ସମୟରେ ଠିକ ପଦକ୍ଷେପ ନେଲେ ଯେତେ ବିପର୍ଯ୍ୟୟ ଆସିଲେ ମଧ୍ୟ ଆମେ ତାକୁ ମୁକାବିଲା କରିପାରିବା। ବ୍ଲକର ସମସ୍ତ ନୋଡାଲ ଅଧିକାରୀମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଭୟଭୀତ ନ ହୋଇ ବିପଦସଙ୍କୁଳ ଅବସ୍ଥାରେ ଥିବା ଜନସାଧାରଣଙ୍କୁ ଠିକ ସୂଚନା ପ୍ରଦାନ କରି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ଜେନା ପରାମର୍ଶ ଦେଇଥିଲେ । ରାଜ୍ୟ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ ବନ୍ୟା ବାତ୍ୟା ଭଳି ବିପର୍ଯ୍ୟୟ ସମୟରେ ଜନ ସାଧାରଣ ଧନଜୀବନକୁ କିପରି ରକ୍ଷା କରିପାରିବେ ତାହା ଏହି ତାଲିମ ଶିବିରର ମୂଳଲକ୍ଷ୍ୟ ବୋଲି ସେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri