ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସମ୍ଭବ

ଛତ୍ରପୁର,୧୩।୯(ସନ୍ତୋଷ ପାଢ଼ୀ):  ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା (ଓସ୍‌ଡମା) ତରଫରୁ ଜିଲା ପରିଷଦସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରଶିକ୍ଷଣ ଶିବିର ଅତିରିକ୍ତ ଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଡେପୁଟି କଲେକ୍ଟର(ଜରୁରୀ କାଳିନ) ଆୟୁସୀ ପତି ସମସ୍ତଙ୍କୁ ସ୍ବାଗତ କରିବା ସହ ଏହି ଶିବିରର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ବିପର୍ଯ୍ୟୟ ପରିଚାଳନାରେ ଆଗୁଆ ପ୍ରସ୍ତୁତ, ପଦକ୍ଷେପ ଏବଂ କାର୍ଯ୍ୟଶୈଳୀ ପାଇଁ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଥିବା ଅତିରିକ୍ତ ଜିଲାପାଳ ପୃଷ୍ଟି ପ୍ରକାଶ କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶାସନିକ ପ୍ରସ୍ତୁତି ମଧ୍ୟରେ ଉତ୍ତମ ଯୋଗାଯୋଗ ଓ ସୁପରିଚାଳନା କରିପାରିଲେ ଏହାର ସୁଫଳ ପାଇପାରିବା। ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟ କରୁଥିବା ବିପର୍ଯ୍ୟୟ ବନ୍ଧୁଙ୍କୁ ୧୨ଦିନିଆ ତାଲିମ ଦିଆଯାଇଛି। ତୃଣମୂଳସ୍ତରରେ ସଚେତନ କରିପାରିଲେ ବିପର୍ଯ୍ୟୟରୁ ପ୍ରତ୍ୟେକ ନିଜକୁ ସୁରକ୍ଷିତ ରଖିପାରିବେ। ସ୍ବୟଂସିଦ୍ଧା କାର୍ଯ୍ୟକ୍ରମ ଜରିଆରେ ପ୍ରତି ଗ୍ରାମ ପଞ୍ଚାୟତରେ ୧୫ରୁ ୨୦ ଜଣ ମହିଳାଙ୍କୁ ତାଲିମ ଦିଆଯାଇଛି। ବିପର୍ଯ୍ୟୟ ସମୟରେ ସେମାନେ ତୁରନ୍ତ ପହଞ୍ଚି ଲୋକମାନଙ୍କୁ ସୁରକ୍ଷା ନିମନ୍ତେ ପ୍ରବର୍ତ୍ତାଇବେ ବୋଲି ପୃଷ୍ଟି ପ୍ରକାଶ କରିଥିଲେ। ସମ୍ଭାବ୍ୟ ବନ୍ୟା, ବାତ୍ୟା ଭଳିସ୍ଥିତି ଉପୁଜିବା ପ୍ରାକ ପ୍ରସ୍ତୁତି , ବିପର୍ଯ୍ୟୟ ସମୟରେ ଓ ପରେ ଏହାର ମୁକାବିଲା, ଉଦ୍ଧାର ଓ ଥଇଥାନ କିପରି ବ୍ୟବସ୍ଥିତ ଭାବେ ପରିଚାଳନା କରି ଜନ ସାଧାରଣଙ୍କ ଧନଜୀବନ କିପରି ସୁରକ୍ଷିତ କରାଯାଇ ପାରିବ ସେ ସମ୍ବନ୍ଧରେ ଓସଡମାର ସିଜିଏମ ଡ. ସୁନିତା ଜେନା ବିସ୍ତୃତ ଭାବେ ବୁଝାଇଥିଲେ । ବାତ୍ୟା, ବନ୍ୟା, ମରୁଡି, ସୁନାମୀ, ସାପକାମୁଡ଼ା, ବଜ୍ରପାତ, ଅଂଶୁଘାତ, କାଳବୈଶାଖୀ ଆଦି ବିପର୍ଯ୍ୟୟ ସମୟରେ ଦେଖାଯାଉଥିବା ସମସ୍ୟା ଗୁଡିକୁ ଚିହ୍ନଟ କରି ସେଗୁଡିକର ସମାଧାନ କରିପାରିଲେ ଏହାର ସୁଫଳ ସମସ୍ତେ ପାଇପାରିବେ । ଉଚିତ୍‌ ସମୟରେ ଠିକ ପଦକ୍ଷେପ ନେଲେ ଯେତେ ବିପର୍ଯ୍ୟୟ ଆସିଲେ ମଧ୍ୟ ଆମେ ତାକୁ ମୁକାବିଲା କରିପାରିବା। ବ୍ଲକର ସମସ୍ତ ନୋଡାଲ ଅଧିକାରୀମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଭୟଭୀତ ନ ହୋଇ ବିପଦସଙ୍କୁଳ ଅବସ୍ଥାରେ ଥିବା ଜନସାଧାରଣଙ୍କୁ ଠିକ ସୂଚନା ପ୍ରଦାନ କରି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ଜେନା ପରାମର୍ଶ ଦେଇଥିଲେ । ରାଜ୍ୟ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ ବନ୍ୟା ବାତ୍ୟା ଭଳି ବିପର୍ଯ୍ୟୟ ସମୟରେ ଜନ ସାଧାରଣ ଧନଜୀବନକୁ କିପରି ରକ୍ଷା କରିପାରିବେ ତାହା ଏହି ତାଲିମ ଶିବିରର ମୂଳଲକ୍ଷ୍ୟ ବୋଲି ସେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri