Posted inଖେଳ

କୋପା ଆମେରିକା ଫୁଟ୍‌ବଲ : ବ୍ରାଜିଲ- ଭେନିଜୁଏଲା ଉଦ୍‌ଘାଟନୀ ମ୍ୟାଚ୍‌

ବ୍ରାସିଲିଆ,୧୩।୬: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟ୍‌ବଲ ଟୁର୍ନାମେଣ୍ଟ ବିବେଚିତ ହେଉଥିବା କୋପା ଆମେରିକା ରବିବାରଠାରୁ ଆରମ୍ଭ ହେବ। ଦକ୍ଷିଣ ତଥା ଲାଟିନ ଆମେରିକାର ସର୍ବଶ୍ରେଷ୍ଠ ଫୁଟ୍‌ବଲ ଟୁର୍ନାମେଣ୍ଟ ବିବେଚିତ ହେଉଥିବା କୋପା ଆମେରିକାର ଉଦ୍‌ଘାଟନୀ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ତଥା ଆୟୋଜକ ବ୍ରାଜିଲ ଓ ଭେନିଜୁଏଲା ପରସ୍ପରକୁ ଭେଟିବେ। ସ୍ଥାନୀୟ ଇଷ୍ଟାଡିଓ ନାସିଓନାଲ ମେନ୍‌ ଗାରିଞ୍ଚା ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ୟୁରୋ କପ୍‌ ଆରମ୍ଭ ହେବାର ଗୋଟିଏ ଦିନ ପରେ ଏହି ମେଗା ଇଭେଣ୍ଟର ୪୭ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି।
ପ୍ରଥମେ ଆର୍ଜେଣ୍ଟିନା ଓ କଲମ୍ବିଆ ଏହାକୁ ଆୟୋଜନ କରିବାର କାର୍ଯ୍ୟକ୍ରମ ଥିଲା। କୋଭିଡ୍‌-୧୯ କାରଣରୁ ଏହି ଦୁଇ ଦେଶ ଓହରିଯାଇଥିଲେ। ଫଳରେ ବ୍ରାଜିଲକୁ ଆୟୋଜନ ଅଧିକାର ମିଳିଥିଲା। ବ୍ରାଜିଲ ନିଜ ଦେଶରେ ଆୟୋଜନ ନେଇ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲା। ତେବେ ଶେଷରେ ବ୍ରାଜିଲ ସୁପ୍ରିମକୋର୍ଟ ଏହି ମେଗା ଇଭେଣ୍ଟ ଆୟୋଜନ କରିବାକୁ ଅନୁମତି ଦେଇଥିଲେ। ଟୁର୍ନାମେଣ୍ଟ ପାଖାପାଖି ମାସେ ଚାଲିବା ପରେ ଜୁଲାଇ ୧୦ ତାରିଖରେ ଶେଷ ହେବ। ଫାଇନାଲ ମ୍ୟାଚ ରିଓ ଡି ଜାନେଇରୋର ଐତିହାସିକ ମାରାକାନା ଷ୍ଟାଡିୟମରେ ଖେଳାଯିବ। ଦକ୍ଷିଣ ଆମେରିକା ଫୁଟ୍‌ବଲ ପ୍ରଶାସନର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା କନ୍‌ମେବୋଲ ଆନୁକୂଲ୍ୟରେ ଆୟୋଜନ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ମୋଟ ଗୋଟିଏ କନ୍‌ଫେଡେରେଶନର ୧୦ଟି ଦେଶ ଅଂଶଗ୍ରହଣ କରିବେ। ୧୦ଟି ଦଳକୁ ଏ ଓ ବି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ବ୍ରାଜିଲ ୨୦୧୯ରେ ନବମ ଟାଇଟଲ ଜିତି ସଫଳତମ ଦଳ ବିବେଚିତ ହେଉଛି। ବ୍ରାଜିଲର ୪ଟି ସହରରେ ମ୍ୟାଚ୍‌ଗୁଡିକ ଆୟୋଜନ ହେବ। ଘରୋଇ ପରିବେଶରେ ବ୍ରାଜିଲ ଅବଶ୍ୟ ଫେଭରାଇଟ୍‌ ବିବେଚିତ ହେଉଛି। ଗ୍ରୁପ୍‌ ବି’ରେ ବ୍ରାଜିଲ ଶୀର୍ଷ ସ୍ଥାନରେ ରହିବ ବୋଲି ଆଶା କରାଯାଉଛି। ସେହିପରି ଗ୍ରୁପ୍‌ ଏ’ରେ ଆର୍ଜେଣ୍ଟିନା ଓ ଉରୁଗୁଏ ଶ୍ରେଷ୍ଠ ଦୁଇଟି ସ୍ଥାନରେ ରହି ନକ୍‌ ଆଉଟ୍‌ରେ ପ୍ରବେଶ କରିବେ।
ଗ୍ରୁପ୍‌୍‌ ଏ: ଆର୍ଜେଣ୍ଟିନା, ବଲିଭିଆ, ଉରୁଗୁଏ, ଚିଲି ଓ ପାରାଗୁଏ ।
ଗ୍ରୁପ୍‌ ବି: ବ୍ରାଜିଲ, କଲମ୍ବିଆ, ଭେନିଜୁଏଲା, ଇକ୍ୱେଡର ଓ ପେରୁ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri