ଶିଥିଳତା ପଛରେ ସମନ୍ବୟ ଅଭାବ

ଖୋର୍ଦ୍ଧା ଅଫିସ,୨୦ା୧୨: ୧୮୧୭ ପାଇକ ବିଦ୍ରୋହର ଦ୍ୱିଶତ ବାର୍ଷିକୀ ଅବସରରେ ବରୁଣେଇ ପାହାଡ଼ ପାଦଦେଶରେ ୨୦୧୯ ଡିସେମ୍ବର ୮ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକ ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଶିଳାନ୍ୟାସକୁ ଦୁଇବର୍ଷ ବିତିଲାଣି ଅଥଚ ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ ବୋଲି ଖୋର୍ଦ୍ଧା ନାଗରିକ ମଞ୍ଚ ସମ୍ପାଦକ ସଞ୍ଜୟ ପଟ୍ଟନାୟକ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି। ଶିଳାନ୍ୟାସର ଦୁଇ ବର୍ଷ ପରେ କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ଡିସେମ୍ବର ୧୫ରେ ଜମି ହସ୍ତାନ୍ତର ଲାଗି ଜିଲା ପ୍ରଶାସନକୁ ଚିଠି ଲେଖାଯାଇଥିବା ଜଣାପଡ଼ିିଛି। ପୂର୍ବରୁ ପ୍ରସ୍ତାବିତ ୧୦ଏକର ଜମିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହି ବିବାଦୀୟ ଜମି ରାଜସ୍ବ ବିଭାଗର ବୋଲି ଜିଲାପାଳ ସ୍ପଷ୍ଟ କରିଛନ୍ତି। ତେବେ ପ୍ରସ୍ତାବିତ ଜମିରେ ସ୍ମାରକୀ ନିର୍ମାଣ ପାଇଁ ଦୁଇବର୍ଷ ମଧ୍ୟରେ କେନ୍ଦ୍ର ପକ୍ଷରୁ ପ୍ରାଧିକୃତ ସଂସ୍ଥା ଦ୍ୱାରା କୌଣସି ଆବେଦନ ଜିଲା ପ୍ରଶାସନ ନିକଟରେ କରାଯାଇ ନ ଥିଲା। ଜମି ବିଡିଏ ଅଧୀନରେ ରହିଛି। ବିଡିଏ ପକ୍ଷରୁ ଜମି କ୍ଲିୟରାନ୍ସ ପାଇବାକୁ ହେଲେ ସ୍ମାରକୀ ନିର୍ମାଣର ଡିପିଆର୍‌ ଦାଖଲ କରାଯିବା ଆବଶ୍ୟକ। ମାତ୍ର କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ଡିପିଆର୍‌ ପ୍ରସ୍ତୁତ କରାଯାଇ ନ ଥିବା ଜଣାପଡ଼ିିଛି। ଦ୍ୱିତୀୟତଃ ପ୍ରସ୍ତାବିତ ୧୦ ଏକର ଜମିର ସମ୍ପୂର୍ଣ୍ଣ ନକ୍ସା ପ୍ରସ୍ତୁତିରେ ବିଳମ୍ବ ଆଉ ଏକ କାରଣ। ଏହି ନକ୍ସା ପ୍ରାଧିକୃତ ସଂସ୍ଥାର ହସ୍ତଗତ ହୋଇ ନ ଥିବାରୁ ଡିପିଆର୍‌ ପ୍ଲାନ୍‌ ପ୍ରସ୍ତୁତ କରାଯାଇପାରିନାହିଁ ବୋଲି କୁହାଯାଉଛି। ତୃତୀୟତଃ ପ୍ରସ୍ତାବିତ ଜମିର ମୂଲ୍ୟ ୩୦ କୋଟି ରହିଛି। ଜମି ହସ୍ତାନ୍ତର ଲାଗି ଏକ ନିର୍ଦ୍ଦିଷ୍ଟ ଲିଜ୍‌ ଆବେଦନପତ୍ରରେ କେନ୍ଦ୍ର ସରକାର ରାଜ୍ୟକୁ ଆବେଦନ କରିବେ। କେନ୍ଦ୍ର ପକ୍ଷରୁ ଜମି ହସ୍ତାନ୍ତର ଲାଗି ଅଦ୍ୟାବଧି ଲିଜ୍‌ ଫର୍ମରେ ଆବେଦନ କରାଯାଇନାହିଁ ବୋଲି ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ବୃହତ୍ତର ଜନସ୍ବାର୍ଥ ଦୃଷ୍ଟିରୁ ପାଇକ ସ୍ମାରକୀ ନିର୍ମାଣ ପାଇଁ ରାଜ୍ୟ ସରକାର ବିନା ମୂଲ୍ୟରେ ଏହି ଜମି ଯୋଗାଇ ଦେବା ପାଇଁ ଖୋର୍ଦ୍ଧା ନାଗରିକ ମଞ୍ଚ ସମ୍ପାଦକ ସଞ୍ଜୟ ପଟ୍ଟନାୟକ, ଓଡ଼ିଶା ବୀର ମହାସଂଘ ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନ, ପୂର୍ବତନ ବିଧାୟକ ଦିଲୀପ ଶ୍ରୀଚନ୍ଦନ, କଳିଙ୍ଗ ପାଇକ ସଙ୍ଗଠନ ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ, ଉପଦେଷ୍ଟା ଗବେଷକ ସତ୍ୟବାଦୀ ବଳିଆରସିଂ, ଭୀମସେନ ପ୍ରଧାନ, ବିଶ୍ୱାମିତ୍ର ଜନକଲ୍ୟାଣ ଟ୍ରଷ୍ଟ ସଭାପତି ରାମଶଙ୍କର, ନ୍ୟୁ ଥିଙ୍କିଙ୍ଗ ଫୋରମ ସଭାପତି ନରେନ୍ଦ୍ର ପୃଷ୍ଟି, ଗବେଷକ ଗୋପାଳକୃଷ୍ଣ ଦାସ, ସଂସ୍କୃତି ଗବେଷକ ଶକ୍ତିଶଙ୍କର ମିଶ୍ର, ଓକିଲ ସଂଘ ସଭାପତି ଅଜିତ ପଟ୍ଟନାୟକ, ସ୍ତମ୍ଭକାର ଉମାଶଙ୍କର ପ୍ରସାଦ, ସାମାଜିକ କର୍ମୀ ଶୋଭନ ଘୋଷ, ଆଇନଜୀବୀ ଶିଶିର ପରିଡ଼ା, ଉତ୍କଳ ସାମ୍ବାଦିକ ସଂଘ ସଭାପତି ପ୍ରଭାତ ମିଶ୍ରଙ୍କ ସମେତ ବହୁ ଅନୁଷ୍ଠାନର କର୍ମକର୍ତ୍ତା ଦାବି କରିଛନ୍ତି।
ଏ ନେଇ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି, ଜମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜମି ହସ୍ତାନ୍ତର ଲାଗି ଆବେଦନ ଆସିଛି। ନିର୍ଦ୍ଦିଷ୍ଟ ଲିଜ୍‌ ଫର୍ମରେ ଆବେଦନ ପରେ ତର୍ଜମା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri