Posted inଜାତୀୟ

ସଂରକ୍ଷଣ ପାଇଁ ଧର୍ମ ପରିବର୍ତ୍ତନ ସମ୍ବିଧାନ ସହ ବିଶ୍ୱାସଘାତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୧୧(ପି.ଟି.):କୌଣସି ଧର୍ମ ପ୍ରତି ଆସ୍ଥା ନ ଥାଇ କେବଳ ସଂରକ୍ଷଣ ସୁବିଧା ହାସଲ ପାଇଁ ଧର୍ମ ପରିବର୍ତ୍ତନ କରିବା ସମ୍ବିଧାନ ସହ ବିଶ୍ୱାସଘାତ ବୋଲି ବୁଧବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।
ସି. ସେଲଭାରାନିଙ୍କ ବାପା ହିନ୍ଦୁ ହୋଇଥିବାବେଳେ ମା’ ଖ୍ରୀଷ୍ଟିଆନ୍‌। ସେଲଭାରାନି ଜନ୍ମ ହେବାର କିଛି ଦିନ ପରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ। ୨୦୧୫ରେ ପଣ୍ଡିଚେରୀରେ କିରାଣି ନିଯୁକ୍ତିରେ ସଂରକ୍ଷଣ ସୁବିଧା ହାସଲ ପାଇଁ ନିଜକୁ ହିନ୍ଦୁ ଦାବିକରି ତଫସିଲଭୁକ୍ତ ଜାତି (ଏସ୍‌ସି) ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ସେଲଭାରାନିଙ୍କ ବାପା ପୂର୍ବରୁ ଭଲ୍ଲୁଭନ୍‌ ଜାତି (ଏସ୍‌ସି ବର୍ଗ)ର ହୋଇଥିବାରୁ ଜାତିଗତ ପ୍ରମାଣପତ୍ର ପାଇଁ ନିଜକୁ ଦାବିଦାର ବୋଲି ଉଲ୍ଲେଖ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ବାପା ଖ୍ରୀଷ୍ଟଧର୍ମ ଆପଣାଇଥିଲେ। ଏଭଳି ସ୍ଥିତିରେ ସେଲଭାରାନିଙ୍କୁ ଜାତିଗତ ପ୍ରମାଣପତ୍ର ନ ମିଳିବାରୁ ସେ ମାଡ୍ରାସ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ଜାନୁଆରୀ ୨୪ରେ ହାଇକୋର୍ଟ ସମ୍ପୃକ୍ତା ମହିଳାଙ୍କୁ ଜାତିଗତ ପ୍ରମାଣପତ୍ର ଦେବାକୁ ଅନୁମତି ପ୍ରଦାନ କରି ନ ଥିଲେ। ସେଲଭାରାନି ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍‌ ପଙ୍କଜ ମିଥଲ ଏବଂ ଆର୍‌. ମହାଦେବନ୍‌ଙ୍କ ଖଣ୍ଡପୀଠ ମଙ୍ଗଳବାର ଏହା ଉପରେ ରାୟ ଦେଇଛନ୍ତି। ୨୧ ପୃଷ୍ଠା ସମ୍ବଳିତ ରାୟରେ ଖଣ୍ଡପୀଠ
କହିଛନ୍ତି, ଜଣେ ବ୍ୟକ୍ତି ଯେତେବେଳେ ଏକ ଧର୍ମର ସିଦ୍ଧାନ୍ତ ଓ ଧର୍ମୀୟ ବିଚାରଧାରାକୁ ନେଇ ବାସ୍ତବରେ ଅନୁପ୍ରାଣିତ ହୋଇଥାନ୍ତି, ସେତେବେଳେ ସେ ନିଜ ଧର୍ମରୁ ସମ୍ପୃକ୍ତ ଧର୍ମକୁ ପରିବର୍ତ୍ତିତ ହୋଇଥାନ୍ତି। କିନ୍ତୁ ଧର୍ମ ପରିବର୍ତ୍ତନର ଉଦ୍ଦେଶ୍ୟ କେବଳ ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ହୋଇଥିଲେ ତାକୁ ଅନୁମତି ଦିଆଯାଇପାରିବ ନାହିଁ। ମହିଳା ଜଣକ ଖ୍ରୀଷ୍ଟିଆନ୍‌ ଧର୍ମ ଗ୍ରହଣ କରିବା ପରେ ମଧ୍ୟ ନିଜକୁ ହିନ୍ଦୁ ବୋଲି ଦାବି କରୁଛନ୍ତି। ଏହି ଆଧାରରେ ସେ ନିଯୁକ୍ତି ଲକ୍ଷ୍ୟରେ ଏସ୍‌ସି ପ୍ରମାଣପତ୍ର ମାଗୁଛନ୍ତି। ଏଭଳି ଦ୍ୱୈତ ଦାବି ଗ୍ରହଣୀୟ ନୁହେଁ। ତାଙ୍କୁ ଜାତିଗତ ପ୍ରମାଣପତ୍ର ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।
ଖଣ୍ଡପୀଠ ଆହୁରି କହିଛନ୍ତି, ସଂରକ୍ଷଣ ସୁବିଧା ହାସଲ ଲାଗି ବିନା କୌଣସି ଆସ୍ଥାରେ ନିଜ ଧର୍ମ ବଦଳାଇବା ସଂରକ୍ଷଣ ନୀତିର ମୌଳିକ ସାମାଜିକ ଉଦ୍ଦେଶ୍ୟକୁ ନୂ୍ୟନ କରିଦିଏ। ମହିଳାଙ୍କ ଏପରି କାର୍ଯ୍ୟ ବଞ୍ଚତ୍ତ ବର୍ଗଙ୍କ ଉତ୍‌ଥାନ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ନୀତିର ପରିପନ୍ଥୀ। ଜଣେ ବ୍ୟକ୍ତି ଖ୍ରୀଷ୍ଟଧର୍ମ ଗ୍ରହଣ କରିବା ପରେ ନିଜ ଜାତିଗତ ପରିଚୟ ହରାଇ ଦେଇଥାଏ। ଏଭଳି ସ୍ଥିତିରେ ସେ କେଉଁ କାରଣରୁ ଧର୍ମ ପରିବର୍ତ୍ତନ କରିଥିଲେ ତାହାର ଯୁକ୍ତିଯୁକ୍ତ ପ୍ରମାଣ ଦେବେ। ଏଥିସହ ପୁଣି ମୂଳ ଧର୍ମକୁ ଫେରିଆସିଥିବା ନେଇ ମଧ୍ୟ ପ୍ରମାଣ ଦାଖଲ କରିବେ, ଯାହାକି ଆବେଦନକାରୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିନାହିଁ। ତେଣୁ ତାଙ୍କ ପିଟିଶନକୁ ଖାରଜ କରାଯାଇଥିବା ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri