‘ଜାଟ୍‌’ ସିନେମାକୁ ନେଇ ବିବାଦ: ସନ୍ନି ଦେଓଲ, ରଣଦୀପ୍‌ ହୁଡାଙ୍କ ନାଁରେ ମାମଲା

ଚଣ୍ଡିଗଡ଼,୧୯।୪:ଗତ ୧୦ ତାରିଖରେ ମୁକ୍ତିଲାଭ କରିଥିବା ‘ଜାଟ୍‌’ ଚଳଚ୍ଚିତ୍ରର ଏକ ଦୃଶ୍ୟ ସମଗ୍ର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗକ୍ରମେ ବଲିଉଡ୍‌ ଅଭିନେତା ସନ୍ନି ଦେଓଲ, ରଣଦୀପ୍‌ ହୁଡା ଏବଂ ବିନୀତ କୁମାର ସିଂଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଯିଶୁ ଖ୍ରୀଷ୍ଟଙ୍କୁ ଚଳଚ୍ଚିତ୍ରରେ ଅସମ୍ମାନିତ କରାଯାଇଥିବା ଅଭିଯୋଗ ହୋଇଛି। ଧର୍ମୀୟ ଭାବନାକୁ ଉତ୍ତେଜିତ କରିବା ଲାଗି ଜାଣିଶୁଣି ଏଭଳି ଦୃଶ୍ୟ ସ୍ଥାନିତ କରାଯାଇଥିବା ନେଇ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଧାରା ୨୯୯ ଅନୁଯାୟୀ ଜଳନ୍ଧର ଥାନାରେ ଏତଲା ଦାଏର ହୋଇଛି। ଏହା ବ୍ୟତୀତ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଗୋପୀଚାନ୍ଦ ମାଲିନେନି ଏବଂ ପ୍ରଯୋଜକଙ୍କ ନାଁରେ ମଧ୍ୟ ଏତଲା ହୋଇଛି। ନିର୍ଦ୍ଦେଶକ, କାହାଣୀ ଲେଖକ ଏବଂ ଚଳଚ୍ଚିତ୍ର ନିର୍ମାତା ଜାଣିଶୁଣି ପବିତ୍ର ଗୁଡ୍‌ ଫ୍ରାଇଡେ ଏବଂ ଇଷ୍ଟର ମାସରେ ଚଳଚ୍ଚିତ୍ରକୁ ମୁକ୍ତିଲାଭ କରାଇଥିବାରୁ ଖ୍ରୀଷ୍ଟିଆନମାନେ କ୍ଷୁବ୍ଧ ହୋଇଛନ୍ତି। ଏହାକୁ ନେଇ ଦେଶର ବିଭିନ୍ନ ଭାଗରେ ଉତ୍ତେଜନା ଦେଖାଦେବା ସହ ଚଳଚ୍ଚିତ୍ରକୁ ନିଷିଦ୍ଧ କରାଇବା ପାଇଁ ଦାବି ହେଉଛି। ସନ୍ନି ଦେଓଲଙ୍କ ଅଭିନୀତ ସଦ୍ୟତମ ଫିଲ୍ମ ଜାଟ୍‌ରେ ରଣଦୀପ୍‌ ହୁଡା, ବିନୀତ କୁମାର ସିଂ, ସୈୟାମି ଖେର୍‌, ରେଜିନା କେସେଣ୍ଡ୍ରା, ପ୍ରଶାନ୍ତ ବଜାଜ, ଜରିନା ଓ୍ବାହାବ ପ୍ରମୁଖ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀ ୨ରେ ନୁହଁ, ଏହି ତାରିଖରେ ସାତଫେରା ନେବେ ରଶ୍ମିକା-ବିଜୟ

ମୁମ୍ବାଇ,୨।୨: ଗ୍ଲାମର ଦୁନିଆର ଫେମସ କପଲ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ସେମାନଙ୍କ ବିବାହ ଖବରକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି । ନୂଆ ନୂଆ…

ଏମିତି ଲୁକ୍‌ ଦେଲେ ସୋନମ, ପ୍ରଶଂସକ ଆଶ୍ଚର୍ଯ୍ୟ

ବଲିଉଡ ଫ୍ୟାଶନ ଆଇକନ ତଥା ଷ୍ଟାଇଲ କୁଇନ ସୋନମ କପୁର ଆଜିକାଲି ଜୀବନର ଏକ ସୁନ୍ଦର ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ସେ ଖୁବଶୀଘ୍ର ଦ୍ୱିତୀୟ ସନ୍ତାନ…

Grammy Awardରେ ସମ୍ମାନିତ ହେଲେ ଦଲାଇ ଲାମା, ଜାଣନ୍ତୁ କେଉଁ କାରଣ ପାଇଁ ବୌଦ୍ଧ ଧର୍ମଗୁରୁଙ୍କୁ ମିଳିଛି ପ୍ରତିଷ୍ଠିତ ସମ୍ମାନ

ନୂଆଦିଲ୍ଲୀ,୨।୨: ବୌଦ୍ଧ ଧାର୍ମ ସବୁଠାରୁ ବଡ଼ ଧର୍ମଗୁରୁ ଦଲାଇ ଲାମା ଗ୍ରାମୀ ପୁରସ୍କାର ଜିତିଛନ୍ତି। ୧୪ତମ ଦଲାଇ ଲାମା ୬୮ତମ ଗ୍ରାମୀ ପୁରସ୍କାରରେ ଏକ ପୁରସ୍କାର ଜିତିଛନ୍ତି।…

ରୋହିତ ସେଟ୍ଟୀଙ୍କ ଘର ବାହାରେ ଫାୟାରିଂ, ପହଞ୍ଚିଲା ମୁମ୍ବାଇ ପୋଲିସ 

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଶନିବାର ବିଳମ୍ବିତ ରାତିରେ ତାଙ୍କ ଘର ବାହାରେ…

ବାପା ହେଲେ ସୁପରଷ୍ଟାର ରାମ ଚରଣ: ଉପାସନା ଜନ୍ମ ଦେଲେ ଯମଜ ସନ୍ତାନ

ମୁମ୍ବାଇ: ଟଲିଉଡର ପାୱାର କପଲ ରାମ ଚରଣ ଏବଂ ଉପାସନା କୋନିଡେଲାଙ୍କ ଘରକୁ ଆସିଛନ୍ତି ଦୁଇ ନୂଆ ଅତିଥି। ଉପାସନା ଏକ ପୁତ୍ର ଏବଂ ଏକ କନ୍ୟା…

ଡାଏଲଗ ନାହିଁ, ଦର୍ଶକଙ୍କୁ ଦୁଇ ଘଣ୍ଟା ବାନ୍ଧି ରଖୁଛି ଏହି ଫିଲ୍ମ

ମୁମ୍ବାଇ: ଡାଏଲଗ୍‌ ବିନା ଫିଲ୍ମ। ଆଜିର ଯୁଗରେ ଏମିତି ଫିଲ୍ମ ନିର୍ମାଣ କରିବା ବୋଧହୁଏ କାଠିକର ପାଠ। କିନ୍ତୁ ନିର୍ଦ୍ଦେଶକ କିଶୋର ପାଣ୍ଡୁରଙ୍ଗ ବେଲେକର ଟିକେ ନିଆରା।…

ଅରିଜିତଙ୍କ ଅବସର ପରେ ଏମିତି କହିଲେ ଶ୍ରେୟା ଘୋଷାଲ, ସବୁଠି ଚର୍ଚ୍ଚା

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ଏହି ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ସହକର୍ମୀମାନେ…

ଅରିଜିତଙ୍କୁ ନେଇ ବଡ଼ ଖବର! ରାଜନୈତିକ ଦଳ କରିବାକୁ ଅବସର…ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ… 

ମୁମ୍ବାଇ: ଆଜିକାଲି ଅଭିନୟ ଜୀବନ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ଖ୍ୟାତନାମା ଗାୟକ ଅରିଜିତ ସିଂ। ଦିନକ ପୂର୍ବେ ସେ ହଠାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri