ବିଷୁବ ମିଳନ, ଆମ୍ବେଡକର ଜୟନ୍ତୀ ପାଳନ ସ୍ଥାନକୁ ନେଇ ବିବାଦ

ରାୟଗଡ଼ା ଅଫିସ/ରାୟଗଡ଼ା (ସ୍ବ.ପ୍ର.),୫ା୪: ରାୟଗଡ଼ା ଜିସିଡ଼ି ପଡ଼ିଆରେ ଆସନ୍ତା ୧୪ ତାରିଖରେ ଆମ୍ବେଡକର ଜୟନ୍ତୀ ପାଳନ ଲାଗି ପ୍ରଶାସନ ଅନୁମତି ଦେଇନାହିଁ। ଅନ୍ୟପଟେ ସେହିଦିନ ଉକ୍ତ ପଡ଼ିଆରେ ବିଷୁବ ମିଳନ ଆୟୋଜନ କରାଯିବାକୁ ଥିବାରୁ ବିବାଦ ଦେଖାଯାଇଛି। ମଙ୍ଗଳବାର ଆମ୍ବେଡକରଙ୍କ ଜୟନ୍ତୀ କମିଟି ସ୍ଥାନୀୟ ତେଜସ୍ବୀ ହୋଟେଲରେ ଖବରଦାତା ସମ୍ମିଳନୀ ଆୟୋଜନ କରି ଦେଶର ସମ୍ବିଧାନ ପ୍ରଣେତା ଡ. ବାବାସାହେବ ଭୀମାରାଓ ଆମ୍ବେଡକର ଜୟନ୍ତୀ ପାଳନ ପାଇଁ ପ୍ରଶାସନ ଅସହଯୋଗ କରୁଥିବା ଅଭିଯୋଗ କରିଛି।
ଜୟନ୍ତୀ କମିଟି ସଭାପତି ଗଙ୍ଗାଧର ପୁଆଲା କହିଛନ୍ତି, ଜିସିଡ଼ି ପଡ଼ିଆରେ ଚଳିତବର୍ଷ ଆମ୍ବେଡକର ଜୟନ୍ତୀ ସମାରୋହ ପାଳନ ନିମନ୍ତେ ଜିଲାପାଳଙ୍କୁ ଅନୁମତି ମଗାଯାଇଥିଲା। ହେଲେ ଜିଲାପାଳ ଅନ୍ୟତ୍ର ଜୟନ୍ତୀ ପାଳନ କରିବାକୁ କହିଥିବା ଗଙ୍ଗାଧର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ରାଜନୈତିକ ଚାପରେ ପଡ଼ି ସେଠାରେ ବିଷୁବ ମିଳନ ପାଇଁ ଅନୁମତି ଦିଆଯାଇଥିବାରୁ ସମ୍ବିଧାନ ପ୍ରଣେତା ଏବଂ ଆମ୍ବେଡକରବାଦୀଙ୍କୁ ଏହା ଅପମାନ ବୋଲି କମିଟି ପକ୍ଷରୁ କୁହାଯାଇଛି। କମିଟି ଆହୁରି ଦର୍ଶାଇଛି ଯେ, ଉକ୍ତ ପଡ଼ିଆ ଜିସିଡ଼ି ହାଇସ୍କୁଲ ଅଧୀନରେ ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୧୬ ସେପ୍ଟେମ୍ବର ୨୬ରେ ହୋଇଥିବା ଚିଠି (ନଂ.୧୯୫୪୭ର ସି(୨) )ରେ ଉଲ୍ଲେଖ ରହିଛି ଯେ, ହାଇକୋର୍ଟ ନିର୍ଦ୍ଦେଶନାମା ଡବ୍ଲୁପି(ସି) ନଂ.୨୮୧୫/୨୦୦୩ ମୁତାବକ କୌଣସି ବିଦ୍ୟାଳୟ ଗୃହ କିମ୍ବା ଏହାର ଖେଳ ପଡ଼ିଆରେ ଅପେରା, ଯାତ୍ରା ଆଦି ହୋଇପାରିବ ନାହିଁ ା ଜିଲାପାଳ କେଉଁ ଆଧାରରେ ଜିସିଡି ପଡ଼ିଆରେ ବିଷୁବ ମିଳନ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଇଛନ୍ତି ତାହା ସାର୍ବଜନୀନ କରନ୍ତୁ ବୋଲି ଗଙ୍ଗାଧର କହିଛନ୍ତି ା ବିଷୁବ ମିଳନ ପାଇଁ ଯଦି ଲିଖିତ ଅନୁମତି ପତ୍ର ଦିଆଯାଇଛି, ତେବେ ଏହାର ଏକକିତା ନକଲ ଆମ୍ବେଡକର ଜୟନ୍ତୀ ସମାରୋହ କମିଟିକୁ ହସ୍ତାନ୍ତର କରାଯାଉ। ଜିଲାପାଳ ଯଦି ଏଭଳି କିଛି ଅନୁମତି ଦେଇନାହାନ୍ତି ବିଷୁବ ମିଳନ ପାଇଁ ମଙ୍ଗଳବାର ସେଠାରେ ଭୂମି ପୂଜନ କରାଯିବା ବେଆଇନ ନୁହେଁ କି ବୋଲି ଗଙ୍ଗାଧର ପ୍ରଶ୍ନ କରିଛନ୍ତି ା ଆମ୍ବେଡକର ହେଉଛନ୍ତି ଦେଶର ସମ୍ବିଧାନ ପ୍ରଣେତା ଏବଂ ନିରୀହ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗକୁ ଦେଶରେ ଏକ ସମ୍ମାନ ପାଇଁ ସମ୍ବିଧାନ ଲେଖିଥିବା ମହାନ ଜନନାୟକ ା ତେଣୁ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ସମାଧାନ କରିବାକୁ କମିଟି ଦାବି କରିଛି ା ଏଥିସହିତ ଏନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳ ସ୍ବଧାଦେବ ସିଂଙ୍କୁ ପ୍ରଦାନ କରାଯାଇଛି। ଜିଲା ପ୍ରଶାସନ କୌଣସି ସମାଧାନ ନ କଲେ ଆମ୍ବେଡକରଗାମୀମାନେ ୩୨୬ ନଂ ଜାତୀୟ ରାଜପଥରେ ଥିବା ବାବା ସାହେବଙ୍କ ପ୍ରତିମୂର୍ତ୍ତିି ନିକଟରେ ରାସ୍ତାରୋକୋ କରିବା ସହିତ ଜିସିଡ଼ି ପଡ଼ିଆରେ ଜୟନ୍ତୀ ସମାରୋହ ପାଳନ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଖବରଦାତା ସମ୍ମିଳନୀ ଓ ଦାବିପତ୍ର ପ୍ରଦାନ ସମୟରେ କମିଟିର ସଭାପତିଙ୍କ ସମେତ କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବିଡ଼ିକା, ତାମାରାଓ ବିଡ଼ିକା, ଉପସଭାପତି ହର ପ୍ରସାଦ ହେପୃକା, ପ୍ରତାପ ପୁଆଲା, ଜିଲା ପରିଷଦ ସଭ୍ୟ ଓ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ା
ସେହିପରି ଜିଲା ଆଦିବାସୀ ମିଳିତ ମହାସଂଘ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଖବରଦାତା ସମ୍ମିଳନୀ କରାଯାଇଥିଲା। ଏଥିରେ ଭାଜପା ନେତା ବସନ୍ତ ଉଲାକା କଛeନ୍ତି ଯେ, ଜିସିଡ଼ି ପଡ଼ିଆଠାରେ ଦଳମତ ନିର୍ବିଶେଷରେ ଏକାଠି ବିଷୁବ ମିଳନ ପାଳନ ହେବାକୁ ଯାଉଛି। ଏଥିପାଇଁ କୌଣସି ବିରୋଧ କରା ନ ଯାଉ ା ବାରିଝୋଲା ନିକଟସ୍ଥ ପଡ଼ିଆ ଅଥବା ହିରୋ ଶୋରୁମ୍‌ ସମ୍ମୁଖରେ ଥିବା ପଡ଼ିଆ ଠାରେ ଆମ୍ବେଡକର ଜୟନ୍ତୀ ସମାରୋହ ପାଳନ କରିବାକୁ ସେ ଆମ୍ବେଡକର ଜୟନ୍ତୀ ସମାରୋହ କମିଟିକୁ ପରାମର୍ଶ ଦେଇଛନ୍ତି ା ସେହିଭଳି ବରିଷ୍ଠ କଂଗ୍ରେସ ନେତା ଆପଲସ୍ବାମୀ କାଡ୍ରାକାଙ୍କ ସମେତ ରାଉଳ ମାଝି, କାଉନସିଲର ରାଜୀବ ଖୋସଲା ଓ ଧନୀରାମ ନାଏକ ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ରହି କୌଣସି ରାଜନୈତିକ ଚାପରେ ନ ଆସି ଆମ୍ବେଡକର ଜୟନ୍ତୀ ଜିସିଡ଼ି ପଡ଼ିଆ ବଦଳରେ ଅନ୍ୟତ୍ର ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri