ଧାନ କିଣାକୁ ନେଇ ଦ୍ୱନ୍ଦ…

ସୋନପୁର,୧୫l୧୧(ମୃତ୍ୟୁଞ୍ଜୟ ଶତପଥୀ): ଖରିଫ ଧାନ କିଣା ସମ୍ପର୍କରେ ରାଜ୍ୟ ସରକାରଙ୍କ ସ୍ପଷ୍ଟ ସୂଚନା ନାହିଁ l ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ଓ ଧାନର କୁଇଣ୍ଟାଲ ପ୍ରତି ଅତିରିକ୍ତ ୮୦୦ ଟଙ୍କା କେତେ ଦିନ ଅନ୍ତରରେ ଚାଷୀଙ୍କୁ ମିଳିବ ତାର ବିଭ୍ରାନ୍ତି ଦୂର ହୋଇନାହିଁ। ରାଜ୍ୟ ସରକାର ଅତିରିକ୍ତ ଟଙ୍କା ବୋନସ୍‌ କିମ୍ବା ସବ୍‌ସିଡି ଆକାରରେ ଦେବେ ତାହା ସ୍ପଷ୍ଟ କରି ନାହାନ୍ତି l ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ହୋଇ ନାହିଁ। ତେଣୁ ଚାଷୀ ଧାନ ବିକ୍ରି ନେଇ ଦ୍ୱନ୍ଦରେ ଥିବା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ଖବରଦାତା ସମ୍ମୀଳନୀରେ ଅଭିଯୋଗ କରିଛନ୍ତି l ସରକାର ବିଭିନ୍ନ ସମୟରେ ନିଜର ମତ ବଦଳାଉ ଥିବାରୁ ଚାଷୀ ବିଭ୍ରାନ୍ତ ହେଉଛନ୍ତି। ସରକାର ବଦଳିବା ସହ ଚାଷୀ ପ୍ରତିନିଧି ମଧ୍ୟ ବଦଳୁଛନ୍ତି। ଶାସକ ଦଳ ନିଜକୁ ସୁହାଇଲା ଭଳି ଚାଷୀ ପ୍ରତିନିଧିଙ୍କୁ ଚୟନ କରୁଛନ୍ତି।

ଧାନ କିଣା ବିକାରେ ମାନନିର୍ଣ୍ଣୟ ପ୍ରକ୍ରିୟା ବିଷୟରେ ଚାଷୀଙ୍କୁ ସଚେତନ କରାଯାଉ ନାହିଁ। ଚାଷୀଙ୍କୁ ଠିକ୍‌ ଭାବେ ସଚେତନ ନ କରି ଧାନ କଟନି ଛଟନି କଲେ ଏହାର ଜୋରଦାର ବିରୋଧ ହେବ ବୋଲି ସଂଗଠନର ନେତ୍ରୀ ସୋନାଲି ବିଶି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ସରକାର ଚାଷ କ୍ଷେତ୍ରରେ ଯନ୍ତ୍ରପାତିର ବ୍ୟବହାରକୁ ପ୍ରୋତ୍ସାହନ ଦେଉଛନ୍ତି। ଲୋକେ ଧାନ କାଟିବା ଯନ୍ତ୍ର ବ୍ୟବହାର ମଧ୍ୟ କରୁଛନ୍ତି। ହେଲେ ସେଠାରୁ ବାହାରୁଥିବା ଧାନ ଏଫଏକ୍ୟୁ ମାନର ହେଉ ନି। ଧାନ ଅମଳ ପରେ ଶୁଖାଇବା, ଧାନ ସଫା କରିବା ଆଦି କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ଖଳାର ଜିଲାରେ ଘୋର ଅଭାବ ଅଛି l ପର୍ଯ୍ୟାୟ କ୍ରମେ ଚାଷୀମାନଙ୍କୁ ସଚେତନ କରାଇ ବିଭିନ୍ନ ଗ୍ରାମରେ ମଣ୍ଡି କମିଟିମାନ ଗଠନ କରିବାକୁ ସଂଗଠନ ପରାମର୍ଶ ଦେଇଛି l ତେବେ ଅଣଦେଖା କଲେ ଅନ୍ୟାୟର ପ୍ରତିବାଦ ଚାଷୀ କରିବେ ବୋଲି ସଂଗଠନର ସଚେତକ ସୁଧୀର ବଘାର କହିଛନ୍ତି।

ସରକାର ପ୍ରଥମେ କହିଲେ, ଧାନ କ୍ବିଣ୍ଟାଲ ପିଛା ୨୩୦୦ ଟଙ୍କା ଚାଷୀ ଆକାଉଣ୍ଟରେ ପଡ଼ିବାର ୫ ମିନିଟ ପରେ ୮୦୦ ଟଙ୍କା ବୋନସ ରାଶି ସେହି ଆକାଉଣ୍ଟରେ ଦିଆଯିବ। ପୁଣି ସରକାର କହିଲେଣି ୨୩୦୦ ଟଙ୍କା ଆସିବାର ୪୮ ଘଣ୍ଟା ମଧ୍ୟରେ ୮୦୦ ଟଙ୍କା ବୋନସ ଆସିବ। ସରକାର ବାରମ୍ବାର ନିଜ କଥା ବଦଳାଇ ଚାଷୀମାନଙ୍କୁ ଭ୍ରମିତ ନ କରିବାକୁ ଜିଲାସଭାପତି ପ୍ରଦ୍ୟୁମ୍ନ ପାଢ଼ୀ ସରକାରଙ୍କ ପାଖରେ ଦାବି ରଖିଛନ୍ତି। ଖବରଦାତା ସମ୍ମିଳନୀରେ ନବ ନିର୍ମାଣ କୃଷକ ସଂଗଠନ ଉପଦେଷ୍ଟା ରାଜେନ୍ଦ୍ର ମିଶ୍ର ଓ ଶ୍ରୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀପ ରାୟ ମୋତେ ଫୋନ କରିଥିଲେ, କିନ୍ତୁ ମୁଁ…ମତଦାନ ପୂର୍ବରୁ ବଡ଼ କଥା କହିଦେଲେ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନ ପାଇଁ ଭୋଟିଂ ଚାଲିଛି। ବିଧାନସଭା ୫୪ ନଂ ପ୍ରକୋଷ୍ଠରେ ଭୋଟିଂ ପ୍ରକ୍ରିୟା ଜାରି ରହିଛି। ଅପରାହ୍ଣ ୪ଟା ଯାଏ ମତଦାନ ଚାଲିବ।…

ଷ୍ଟ୍ରେଟ ଅଫ ହର୍ମୁଜରେ ଜାହାଜଗୁଡ଼ିକୁ ସୁରକ୍ଷା ଦେବ ଆମେରିକା? ଘୋଷଣା କରିବେ ଟ୍ରମ୍ପ? ଚାଲିଛି ବଡ଼ ଯାଜନା…

ଓ୍ବାଶିଂଟନ,୧୬।୩: ଆମେରିକା ଖୁବ ଶୀଘ୍ର ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ରଖିବା ପାଇଁ ଏକ ଅନ୍ତର୍ଜାତୀୟ ମେଣ୍ଟ ଘୋଷଣା କରିପାରେ। ପ୍ରମୁଖ ବିଶ୍ୱ ରାଷ୍ଟ୍ରଗୁଡ଼ିକର ସହଯୋଗରେ ଗଠିତ, ଏହି…

କାହାକୁ ଭୋଟ ଦେଲେ ବିଜେଡିରୁ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼: ନିଜେ କଲେ ବଡ଼ ଖୁଲାସା

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି। ବିଧାନସଭା ୫୪ ନଂ ପ୍ରକୋଷ୍ଠରେ ଚାଲିଛି ଭୋଟିଂ। ଅପରାହ୍ଣ ୪ଟା ଯାଏ ଚାଲିବ ମତଦାନ। ୫ଟାରେ…

ଟ୍ରମ୍ପଙ୍କ ଇସାରାରେ ନାଚିବ ଚାଇନା? ବଡ଼ ବିବୃତ୍ତି ଜାରି – ଷ୍ଟ୍ରେଟ ଅଫ ହର୍ମୁଜ ଦଖଲ କରିବାକୁ ଧମକ; ଘଟିବ କିଛି ବଡ଼ ଘଟଣା…

ଓ୍ବାଶିଂଟନ,୧୬।୩: ଫାଇନାନ୍ସିଆଲ ଟାଇମ୍ସ (FT) ସହିତ ଏକ ସାକ୍ଷାତକାରରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ଉପରେ ସିଧାସଳଖ ଚାପ ପକାଇଛନ୍ତି। ସେ କହିଛନ୍ତି ଯେ ଷ୍ଟ୍ରେଟ…

ପାରାଦୀପରୁ ଫେରିଲେ ବିଧାୟକ: ରାଜ୍ୟ ସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି। ବିଧାନସଭା ୫୪ ନଂ ପ୍ରକୋଷ୍ଠରେ ଚାଲିଛି ଭୋଟିଂ। ଅପରାହ୍ଣ ୪ଟା ଯାଏ ଚାଲିବ ମତଦାନ। ୫ଟାରେ…

IPL 2026 ବଡ଼ ଧମାକା କରିବେ ବୈଭବ ସୂର୍ଯ୍ୟବଂଶୀ! ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୬।୩: ଭାରତୀୟ କ୍ରିକେଟର ଉଦୀୟମାନ ଯୁବ ତାରକାଙ୍କ ମଧ୍ୟରୁ ଜଣେ ବୈଭବ ସୂର୍ଯ୍ୟବଂଶୀ ଏବେ ଏକ ପ୍ରମୁଖ ଲକ୍ଷ୍ୟ ସହିତ 2026 IPL ସିଜିନରେ ଆରମ୍ଭ କରିବାକୁ…

ଅସ୍ବାଭାବିକ ଋତୁ ପରିବର୍ତ୍ତନ ଜୀବଜଗତର ଆଚରଣ ବଦଳାଉଛି

ଓ୍ବାଶିଂଟନ୍‌ ,୧୬ା୩: ଜଳବାୟୁ ପରିବର୍ତ୍ତନ ଏବେ ବିଶ୍ୱ ସମାଜ ପାଇଁ ସବୁଠୁ ଚିନ୍ତାଜନକ ହୋଇପଡ଼ିଛି। ଜଳବାୟୁ ପରିବର୍ତ୍ତନର ଦୀର୍ଘସୂତ୍ରୀ ପ୍ରଭାବ ମାନବ ସମାଜ ପାଇଁ କେତେ ଅନିଷ୍ଟକର,…

ଆରାବଳୀ ସଂଜ୍ଞା ନିର୍ଦ୍ଧାରଣ ପାଇଁ ୧୦ ଜଣିଆ ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ,୧୬ା୩(ପି.ଟି.): ଆରାବଳୀ ପର୍ବତମାଳାର ସାର୍ବଜନିକ ସଂଜ୍ଞା ନିର୍ଦ୍ଧାରଣ ପାଇଁ ୧୦ ଜଣିଆ ଉଚ୍ଚ କ୍ଷମତାସମ୍ପନ୍ନ ବିଶେଷଜ୍ଞ କମିଟି ଗଠନ ନିମନ୍ତେ କେନ୍ଦ୍ରୀୟ କ୍ଷମତାପ୍ରାପ୍ତ କମିଟି ଦେଇଥିବା ପ୍ରସ୍ତାବ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri