ଧାନ କିଣାକୁ ନେଇ ଦ୍ୱନ୍ଦ…

ସୋନପୁର,୧୫l୧୧(ମୃତ୍ୟୁଞ୍ଜୟ ଶତପଥୀ): ଖରିଫ ଧାନ କିଣା ସମ୍ପର୍କରେ ରାଜ୍ୟ ସରକାରଙ୍କ ସ୍ପଷ୍ଟ ସୂଚନା ନାହିଁ l ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ଓ ଧାନର କୁଇଣ୍ଟାଲ ପ୍ରତି ଅତିରିକ୍ତ ୮୦୦ ଟଙ୍କା କେତେ ଦିନ ଅନ୍ତରରେ ଚାଷୀଙ୍କୁ ମିଳିବ ତାର ବିଭ୍ରାନ୍ତି ଦୂର ହୋଇନାହିଁ। ରାଜ୍ୟ ସରକାର ଅତିରିକ୍ତ ଟଙ୍କା ବୋନସ୍‌ କିମ୍ବା ସବ୍‌ସିଡି ଆକାରରେ ଦେବେ ତାହା ସ୍ପଷ୍ଟ କରି ନାହାନ୍ତି l ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ହୋଇ ନାହିଁ। ତେଣୁ ଚାଷୀ ଧାନ ବିକ୍ରି ନେଇ ଦ୍ୱନ୍ଦରେ ଥିବା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ଖବରଦାତା ସମ୍ମୀଳନୀରେ ଅଭିଯୋଗ କରିଛନ୍ତି l ସରକାର ବିଭିନ୍ନ ସମୟରେ ନିଜର ମତ ବଦଳାଉ ଥିବାରୁ ଚାଷୀ ବିଭ୍ରାନ୍ତ ହେଉଛନ୍ତି। ସରକାର ବଦଳିବା ସହ ଚାଷୀ ପ୍ରତିନିଧି ମଧ୍ୟ ବଦଳୁଛନ୍ତି। ଶାସକ ଦଳ ନିଜକୁ ସୁହାଇଲା ଭଳି ଚାଷୀ ପ୍ରତିନିଧିଙ୍କୁ ଚୟନ କରୁଛନ୍ତି।

ଧାନ କିଣା ବିକାରେ ମାନନିର୍ଣ୍ଣୟ ପ୍ରକ୍ରିୟା ବିଷୟରେ ଚାଷୀଙ୍କୁ ସଚେତନ କରାଯାଉ ନାହିଁ। ଚାଷୀଙ୍କୁ ଠିକ୍‌ ଭାବେ ସଚେତନ ନ କରି ଧାନ କଟନି ଛଟନି କଲେ ଏହାର ଜୋରଦାର ବିରୋଧ ହେବ ବୋଲି ସଂଗଠନର ନେତ୍ରୀ ସୋନାଲି ବିଶି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ସରକାର ଚାଷ କ୍ଷେତ୍ରରେ ଯନ୍ତ୍ରପାତିର ବ୍ୟବହାରକୁ ପ୍ରୋତ୍ସାହନ ଦେଉଛନ୍ତି। ଲୋକେ ଧାନ କାଟିବା ଯନ୍ତ୍ର ବ୍ୟବହାର ମଧ୍ୟ କରୁଛନ୍ତି। ହେଲେ ସେଠାରୁ ବାହାରୁଥିବା ଧାନ ଏଫଏକ୍ୟୁ ମାନର ହେଉ ନି। ଧାନ ଅମଳ ପରେ ଶୁଖାଇବା, ଧାନ ସଫା କରିବା ଆଦି କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ଖଳାର ଜିଲାରେ ଘୋର ଅଭାବ ଅଛି l ପର୍ଯ୍ୟାୟ କ୍ରମେ ଚାଷୀମାନଙ୍କୁ ସଚେତନ କରାଇ ବିଭିନ୍ନ ଗ୍ରାମରେ ମଣ୍ଡି କମିଟିମାନ ଗଠନ କରିବାକୁ ସଂଗଠନ ପରାମର୍ଶ ଦେଇଛି l ତେବେ ଅଣଦେଖା କଲେ ଅନ୍ୟାୟର ପ୍ରତିବାଦ ଚାଷୀ କରିବେ ବୋଲି ସଂଗଠନର ସଚେତକ ସୁଧୀର ବଘାର କହିଛନ୍ତି।

ସରକାର ପ୍ରଥମେ କହିଲେ, ଧାନ କ୍ବିଣ୍ଟାଲ ପିଛା ୨୩୦୦ ଟଙ୍କା ଚାଷୀ ଆକାଉଣ୍ଟରେ ପଡ଼ିବାର ୫ ମିନିଟ ପରେ ୮୦୦ ଟଙ୍କା ବୋନସ ରାଶି ସେହି ଆକାଉଣ୍ଟରେ ଦିଆଯିବ। ପୁଣି ସରକାର କହିଲେଣି ୨୩୦୦ ଟଙ୍କା ଆସିବାର ୪୮ ଘଣ୍ଟା ମଧ୍ୟରେ ୮୦୦ ଟଙ୍କା ବୋନସ ଆସିବ। ସରକାର ବାରମ୍ବାର ନିଜ କଥା ବଦଳାଇ ଚାଷୀମାନଙ୍କୁ ଭ୍ରମିତ ନ କରିବାକୁ ଜିଲାସଭାପତି ପ୍ରଦ୍ୟୁମ୍ନ ପାଢ଼ୀ ସରକାରଙ୍କ ପାଖରେ ଦାବି ରଖିଛନ୍ତି। ଖବରଦାତା ସମ୍ମିଳନୀରେ ନବ ନିର୍ମାଣ କୃଷକ ସଂଗଠନ ଉପଦେଷ୍ଟା ରାଜେନ୍ଦ୍ର ମିଶ୍ର ଓ ଶ୍ରୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଜୀବ, ଯାହା ନିଃଶ୍ୱାସ ନ ନେଇ ବଞ୍ଚିଥାଏ

ଦୁନିଆରେ ଏପରି ଅନେକ ଜୀବ ଅଛନ୍ତି, ଯାହା ଲୋକଙ୍କ ପାଇଁ ରହସ୍ୟ ହୋଇ ରହିଯାଇଛନ୍ତି। ଆଜି ଏମିତି ଏକ ଜୀବ ବିଷୟରେ କହିବୁ ଯାହା ନିଃଶ୍ୱାସ ନ…

ଜାନୁଆରୀ ୨୯ ରାତିରେ ମିଥୁନ ରାଶିରେ ଗୋଚର କରିବେ ଚନ୍ଦ୍ର, ଏହି ୩ଟି ରାଶିକୁ…

ଜ୍ୟୋତିଷ ଶାସ୍ତ୍ରରେ, ଚନ୍ଦ୍ରକୁ ମନ ଏବଂ ମାତାଙ୍କ କାରକ ଗ୍ରହ ଭାବେ ବିବେଚନା କରାଯାଏ । ଆଜି, ଜାନୁଆରୀ ୨୯ତାରିଖ, ରାତିରେ ଚନ୍ଦ୍ର ବୃଷ ରାଶିରୁ ମିଥୁନ…

ଭିଜିଲାନ୍ସ ଜାଲରେ ଏସସିବି ମେଡିକାଲର ସହକାରୀ ପ୍ରଫେସର: ୨.୬୩ ଲକ୍ଷ ଟଙ୍କା ଜବତ

କଟକ,୨୯।୧: ଭିଜିଲାନ୍ସ ଜାଲରେ ପଡିଲେ ଏସସିବି ମେଡିକାଲର ଡାକ୍ତର ସନାତନ ବେହେରା। ଚିକିତ୍ସା ସରଞ୍ଜାମ ଯୋଗାଉଥିବା ବିଡରଙ୍କ ଠାରୁ ଲାଞ୍ଚ ନେଇ ଧରାପଡିଲେ। ଗୁରୁବାର ଅପରାହ୍ନରେ ତାଙ୍କ…

ସୁନେତ୍ରା ହେବେ ଉପ ମୁଖ୍ୟମନ୍ତ୍ରୀ! ଅଜିତ ପାଓ୍ବାରଙ୍କ ନିଧନ ପରେ…

ମୁମ୍ବାଇ,୨୯।୧: ଦିବଂଗତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି କରିବାକୁ ଦାବି ହୋଇଛି। ଏନସିପି ନେତା ଏବଂ ମନ୍ତ୍ରୀ ନରହରି ଜିରୱାଲ…

ମିନିବସ୍-ଟ୍ରକ ମଧ୍ୟରେ ଭୟଙ୍କର ଧକ୍କା, ୧୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୯।୧: ଦକ୍ଷିଣ ଆଫ୍ରିକାରେ ଗୁରୁବାର ଦିନ ପୂର୍ବ କ୍ୱାଜୁଲୁ-ନାଟାଲ ପ୍ରଦେଶର ଡର୍ବାନ ସହର ନିକଟରେ ଏକ ମିନିବସ୍ ଏବଂ ଏକ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି…

ଘୋଷଣା ହେଲା ରାୟଗଡ଼ା ଜିଲା କଂଗ୍ରେସ କମିଟି: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ଏଥିରେ ସାମିଲ ଅଛନ୍ତି…

ରାୟଗଡ଼ା,୨୯ା୧(ଆଶିଷ ରଞ୍ଜନ ପଣ୍ଡା): ଜିଲା କଂଗ୍ରେସ ସଭାପତି ତଥା ରାୟଗଡ଼ା ବିଧାୟକ ଆପଲସ୍ବାମୀ କାଡ୍ରାକାଙ୍କ ସଭାପତିତ୍ୱରେ ଗଠନ ହୋଇଛି ନୂତନ ଜିଲା କଂଗ୍ରେସ କମିଟି। ଜିଲା ସଭାପତି…

UGC New Rules: General, SC, ST, OBCଙ୍କ ପାଇଁ ହେଉ ଅଲଗା ଅଲଗା ହଷ୍ଟେଲ, ଶୁଣୁ ଶୁଣୁ କାହିଁକି ରାଗିଗଲେ CJI, କହିଲେ…

ନୂଆଦିଲ୍ଲୀ,୨୯।୧: ନୂତନ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ନିୟମକୁ ଗୁରୁବାର (ଜାନୁଆରୀ ୨୯, ୨୦୨୬)ରେ ଚ୍ୟାଲେଞ୍ଜ କରି ଏକ ଆବେଦନର ଶୁଣାଣି କରିବା ସମୟରେ, ବିଭିନ୍ନ ଜାତି…

୧୨୭ବାଟାଲିଆନ ସିଆରପିଏଫର ସିଭିକ୍ସ ଆକ୍ସନ ପ୍ରୋଗ୍ରାମ, ଦାଦନ ଶ୍ରମିକ ଭାବେ…

ତୁମୁଡିବନ୍ଧ,୨୯ା୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତର ସଭା ଗୃହରେ ୧୨୭ବାଟାଲିଆନ ସିଆରପିଏଫର ସିଭିକ୍ସ ଆକ୍ସନ ପ୍ରୋଗ୍ରାମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri