ପାଞ୍ଜିରେ ପର୍ବପର୍ବାଣିକୁ ନେଇ ବିବାଦ ଘଟଣା: ପାଣ୍ଡୁଲିପି ଦାଖଲ ପାଇଁ ପଞ୍ଜିକାରଙ୍କୁ ମନ୍ଦିର ପ୍ରଶାସନର ଚିଠି

ପୁରୀ,୫ା୧୧(ଅଜିତ୍‌ କୁମାର ମହାନ୍ତି): ଚଳିତ ବର୍ଷ ପାଞ୍ଜିରେ ଥିବା ତିଥି ତଥା ପର୍ବପର୍ବାଣିକୁ ନେଇ ବିବାଦ ଦେଖାଦେଇଥିଲା। ଭିନ୍ନ ଭିନ୍ନ ପାଞ୍ଜିରେ ଭିନ୍ନ ଭିନ୍ନ ତିଥିରେ ପର୍ବପର୍ବାଣି ପାଳନ ନେଇ ଦର୍ଶାଯାଇଥିଲା, ଯାହାକୁ ନେଇ ଜନସାଧାରଣ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ବିଶେଷକରି କୁମାର ପୂର୍ଣ୍ଣିମା ଓ କାର୍ତ୍ତିକ ଅମାବାସ୍ୟା ପାଳନ ନେଇ ଦ୍ୱନ୍ଦ୍ୱ ଦେଖାଯାଇଥିଲା, ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରି ଘଟଣା ଚଳିତ ବର୍ଷର ନୁହେଁ, କିଛିବର୍ଷ ହେବ ପାଞ୍ଜିରେ ଭିନ୍ନତା ପରିଲକ୍ଷିତ ହେଉଛି। ଯାହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏପରି ସମସ୍ୟାକୁ ଦୂର କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି। ପ୍ରତ୍ୟେକ ବର୍ଷ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପଞ୍ଜିକାରମାନଙ୍କୁ ଡକାଯିବା ସହ ପାଣ୍ଡୁଲିପି ଦାଖଲ କରିବାକୁ କୁହାଯାଇଥାଏ।

ପଞ୍ଜିକାରମାନେ ସେମାନଙ୍କ ପାଣ୍ଡୁଲିପି ଦାଖଲ କରିବା ପରେ ସମସ୍ତ ପାଣ୍ଡୁଲିପିକୁ ଦେଖାଯିବା ସହ ସଂଶୋଧନ କରାଯାଇଥାଏ। ପଞ୍ଜିକା ସମ୍ପନ୍ବୟ ବୈଠକ କରାଯାଇ ତାରିଖ, ତିଥି ଆଦି ନିର୍ଦ୍ଧାରଣ ହୋଇଥାଏ। କିଛିବର୍ଷ ହେବ କେତେଜଣ ପଞ୍ଜିକାରଙ୍କୁ ଛାଡ଼ିଦେଲେ ଅନେକ ପଞ୍ଜିକାର ସେମାନଙ୍କ ପାଣ୍ଡୁଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରୁନାହାନ୍ତି କି ବୈଠକରେ ଯୋଗଦାନ କରୁନାହାନ୍ତି। ଫଳରେ ଅନେକ ସମୟରେ ପାଞ୍ଜିର ପ୍ରକାଶିତ ତଥ୍ୟକୁ ନେଇ ଭିନ୍ନ ଭିନ୍ନ ମତପ୍ରକାଶ ପାଉଛି। ତେଣୁ ଏହାକୁ ଦୂର କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସମସ୍ତ ପଞ୍ଜିକାରଙ୍କୁ ସେମାନଙ୍କ ପାଣ୍ଡୁଲିପି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ଶ୍ରୀମନ୍ଦିରରେ ପାଳିତ ହେଉଥିବା ସମସ୍ତ ପର୍ବପର୍ବାଣିରେ ଯେପରି ସମସ୍ତ ପଞ୍ଜିକାରଙ୍କ ସମାନ ତିଥି ରହିବ ସେଥିପାଇଁ ପ୍ରତିବର୍ଷ ପଞ୍ଜିକା ସମୀକରଣ ବୈଠକ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ମଧ୍ୟ ସମସ୍ତ ପଞ୍ଜିକାରଙ୍କୁ ସେମାନଙ୍କ ପାଣ୍ଡୁଲିପି ଦାଖଲ କରିବା ପାଇଁ କୁହାଯାଇଛି। ପଞ୍ଜିକାରମାନେ ସେମାନଙ୍କ ପାଣ୍ଡୁଲିପି ଦାଖଲ କରିବା ପରେ ତର୍ଜମା କରାଯାଇ ବୈଠକ ଅନୁଷ୍ଠିତ ହେବ। ବର୍ତ୍ତମାନ ସୁଦ୍ଧା ୨ ଜଣ ପଞ୍ଜିକାର ସେମାନଙ୍କ ପାଣ୍ଡୁଲିପି ଦାଖଲ କରିଛନ୍ତି। ଅନ୍ୟ ପଞ୍ଜିକାରମାନେ ସେମାନଙ୍କ ପାଣ୍ଡୁଲିପି ଦାଖଲ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କୁ ଦ୍ୱିତୀୟଥର ଲାଗି ରିମାଇଣ୍ଡର ପଠାଯାଇଛି। ନିର୍ଦ୍ଦିଷ୍ଟ ତାରିଖ ମଧ୍ୟରେ ଦାଖଲ କରିବା ନେଇ ଡେଡ୍‌ଲାଇନ ଦିଆଯିବ। ତେବେ ଶ୍ରୀମନ୍ଦିରରେ ପାଳନ କରାଯାଉଥିବା ପର୍ବପବାଣି ଯେପରି ଗୋଟିଏ ଦିନରେ ସମସ୍ତ ପଞ୍ଜିକାରମାନେ ଛାପିବେ ସେ ନେଇ ସେମାନଙ୍କୁ ଅବଗତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ କଲ୍‌, ଶେଷ ଉଡ଼ାଣ… ଅଜିତ ପାଓ୍ବାରଙ୍କ ପରିଚାରିକା ପିଙ୍କି ମାଲିଙ୍କ କାହାଣୀ ସମସ୍ତଙ୍କ ଆଖିରେ ଆଣିବ ଲୁହ

ମୁମ୍ବାଇ,୨୮ା୧: ବାରାମତି ବିମାନ ଦୁର୍ଘଟଣାରେ ବୁଧବାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଦେହାନ୍ତ ହୋଇଛି। ଏହି ଦୁର୍ଘଟଣାରେ ଅଜିତ ପାଓ୍ବାରଙ୍କ ସମେତ ଆଉ ୫ ଜଣଙ୍କର ମଧ୍ୟ…

ରାଉରକେଲାକୁ ୮୮୮୪ କୋଟିର ଭେଟି, ବମ୍ପର ନିଯୁକ୍ତି ସୃଷ୍ଟି ହେବ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୮।୧: ରାଉରକେଲାରେ ଏଣ୍ଟରପ୍ରାଇଜ ଓଡ଼ିଶାର ରଜତ ଜୟନ୍ତୀ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଆଜି ବଡ଼ ଘୋଷଣା…

କିଏ ସେହି ମହିଳା ପାଇଲଟ ? ଯିଏ ଚଲାଉଥିଲେ ଅଜିତଙ୍କ ବିମାନ

ପୁଣେ,୨୮।୧: ଏକ ଦୁଖଦଃ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଛି। ମୃତକ ୫ ଜଣଙ୍କ ମଧ୍ୟରେ ବିମାନର କୋ-ପାଇଲଟ୍ ଶମ୍ଭାବୀ ପାଠକ ମଧ୍ୟ…

ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…

ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨୦୨୬ ମସିହାରେ ହେବାକୁ ଯାଉଛି…

ଭୁବନେଶ୍ବର,୨୮।୧: ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି । ୨୦୨୬ ମସିହାରେ ବହୁତ କିଛି ହେବ ବୋଲି କହିଛନ୍ତି ।…

ଏମିତି ଭୟଙ୍କର ଥିଲା ବିମାନ ଦୁର୍ଘଟଣାସ୍ଥଳ: ଅଜିତ ପାଓ୍ବାରଙ୍କୁ ଚିହ୍ନିବାରେ ସାହାଯ୍ୟ କଲା ତାଙ୍କ…

ମୁମ୍ବାଇ,୨୮ା୧: ବୁଧବାର ଏକ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ମୃତ୍ୟୁ ଘଟିଛି। ବିମାନରେ ଥିବା ସମସ୍ତ ୬ ଜଣ ଯାତ୍ରୀଙ୍କର ମଧ୍ୟ ମୃତ୍ୟୁ ଘଟିଛି।…

ଦିଗପହଣ୍ଡିରେ ବନ୍ଦ ପ୍ରଭାବ ଶୂନ୍ୟ: ସବୁ ଖୋଲା, ଗାଡ଼ି ଚଳାଚଳ ବି ସ୍ବାଭାବିକ

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳରେ ନବ ନିର୍ମାଣକୃଷକ ସଙ୍ଗଠନ ପକ୍ଷରୁ ବୁଧବାର ଡାକରା ଦିଆଯାଇଥିବା ୮ ଘଣ୍ଟିଆ ବନ୍ଦ ପାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri