ମୁଣ୍ଡ ଟେକିଲା ବିତର୍କ: ଆମେରିକୀୟ କୃଷି ଉତ୍ପାଦ ଉପରେ ଭାରତ କଷିବନି ଟାରିଫ୍‌

ନ୍ୟୁୟର୍କ/ ଓ୍ବାଶିଂଟନ୍‌/ ନୂଆଦିଲ୍ଲୀ, ୫ା୨:ନୂଆଦିଲ୍ଲୀ ଏବଂ ଓ୍ବାଶିଂଟନ୍‌ ମଧ୍ୟରେ କିଛି ମାସର ବାଣିଜି୍ୟକ ଅନିଶ୍ଚିତତା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃଆରୀ ୨ରେ ଐତିହାସିକ ଟ୍ରେଡ୍‌ ଡିଲ୍‌ ନେଇ ଘୋଷଣା କରିଛନ୍ତି। କିନ୍ତୁ ଏହି ବାଣିଜି୍ୟକ ଚୁକ୍ତି ଭାରତୀୟ ବଜାର ଓ ଅର୍ଥନୀତି ପାଇଁ କାଳ ହୋଇପାରେ, ଯାହାକି ଆମେରିକାର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନାରୁ ସ୍ପଷ୍ଟ ହୋଇଛି। ଆମେରିକା ବାଣିଜ୍ୟ ପ୍ରତିନିଧି (ୟୁଏସ୍‌ଟିଆର୍‌) ଜେମିଏସନ ଗ୍ରିର୍‌ ଟ୍ରେଡ୍‌ ଡିଲ୍‌କୁ ତାଙ୍କ ଦେଶ ପାଇଁ ଏକ ବଡ଼ ବିଜୟ ଭାବେ ଅଭିହିତ କରିଛନ୍ତି। ସିଏନ୍‌ବିସିକୁ ସାକ୍ଷାତ୍‌କାର ଦେଇ ଗ୍ରିର୍‌ କହିଛନ୍ତି, ଆମେରିକାରୁ ଭାରତ ଆମଦାନୀ କରିବାକୁ ଥିବା ଶିଳ୍ପ ଓ କୃଷି କ୍ଷେତ୍ରର ବିବିଧ ଉତ୍ପାଦ ଉପରେ ୦% ଟାରିଫ୍‌ ଲଗାଇବାକୁ ସହମତି ପ୍ରକାଶ କରିଛି। ବର୍ତ୍ତମାନ ଟ୍ରେଡ୍‌ ଡିଲ୍‌ ପାଇଁ ଉପଯୁକ୍ତ ସମୟ ଆସିଯାଇଛି। ଭାରତରୁ ଆମେରିକାକୁ ପ୍ରବେଶ କରିବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ ୧୮% ଆମଦାନୀ ଶୁଳ୍କ ଲାଗିବ। କାରଣ ଭାରତ ସହିତ ଆମର ବାଣିଜି୍ୟକ ନିଅଣ୍ଟ ଜାରି ରହିଛି। କିନ୍ତୁ ଆମେରିକାରୁ ଭାରତକୁ ରପ୍ତାନି ହେବାକୁ ଥିବା ଶିଳ୍ପ ଓ କୃଷି କ୍ଷେତ୍ରର ଅନେକ ଉତ୍ପାଦ ଉପରେ ଆଦୌ ଆମଦାନୀ ଶୁଳ୍କ ନ ଲଗାଇବା ପାଇଁ ନୂଆଦିଲ୍ଲୀ ରାଜି ହୋଇଛି। ସେଗୁଡ଼ିକ ମଧ୍ୟରେ କୃଷି ଉତ୍ପାଦ, ମାନୁଫାକ୍ଚର୍ଡ ଗୁଡ୍ସ, କେମିକାଲ୍ସ, ଡାକ୍ତରୀ ଉପକରଣ ଇତ୍ୟାଦି ରହିଛି। ଏହା ଉଭୟ ଦେଶ ପାଇଁ ଏକ ଉତ୍ସାହଜନକ ସୁଯୋଗ। ଡିଲ୍‌ ସମ୍ପର୍କରେ ବିସ୍ତୃତ ସୂଚନା ଦେବାକୁ ଯାଇ ଗ୍ରିର୍‌ କହିଛନ୍ତି, ଭାରତରେ ଶିଳ୍ପ ଉତ୍ପାଦଗୁଡ଼ିକ ଉପରେ ୧୩.୫% ଟାରିଫ୍‌ ରହିଛି, ଯାହାକି ବାସ୍ତବରେ ଶୂନ ହେବାକୁ ଯାଉଛି। ୯୮-୯୯% ଶିଳ୍ପ ସାମଗ୍ରୀ ଭାରତକୁ ପ୍ରବେଶ କରିବ, ଯାହା ଉପରେ ନୂଆଦିଲ୍ଲୀ ଆଦୌ ଶୁଳ୍କ ଲଗାଇବ ନାହିଁ। ସେହିପରି ଓ୍ବାଇନ୍‌, ସ୍ପିରିଟ୍‌, ଫଳ, ପନିପରିବା ଭଳି ବିବିଧ କୃଷିଜାତ ସାମଗ୍ରୀଗୁଡ଼ିକ ଉପରେ ମଧ୍ୟ ଭାରତ ଆଦୌ ଆମଦାନୀ ଶୁଳ୍କ କଷିବ ନାହିଁ। ଏହା ଏକ ବଡ଼ ବିଜୟ। ଏଥିଯୋଗୁ ଆମେରିକୀୟ ଚାଷୀ ଓ ଉତ୍ପାଦକମାନେ ଭାରତୀୟ ବଜାରକୁ ଅନାୟାସରେ ପ୍ରବେଶ କରିପାରିବେ।
ସେହିପରି ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସେକ୍ରେଟାରି କାରୋଲିନ୍‌ ଲିଏଭିଟ୍ଟ କହିଛନ୍ତି, ଭାରତ ଆଉ ରୁଷୀୟ ତୈଳ କ୍ରୟ ନ କରିବା ପାଇଁ ପ୍ରତିଶ୍ରୁତି ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆମେରିକାର କେତେକ ପ୍ରମୁଖ ସେକ୍ଟରରେ ୫୦୦ ବିଲିୟନ୍‌ ଡଲାର ପୁଞ୍ଜିନିବେଶ କରିବାକୁ ସହମତି ପ୍ରକାଶ କରିଛନ୍ତି। ଇତିମଧ୍ୟରେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ଆମେରିକା ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ମଙ୍ଗଳବାର ଓ୍ବାଶିଂଟନ୍‌ ବୈଠକରେ ଟ୍ରେଡ୍‌ ଡିଲ୍‌କୁ ସ୍ବାଗତ କରିବା ସହ ମୂଲ୍ୟବାନ୍‌ ଖଣିଜ ସମ୍ପଦ ଅନ୍ବେଷଣ ଏବଂ ଖନନ ଉପରେ ଦ୍ୱିପାକ୍ଷିକ ସହଯୋଗ ଆଗକୁ ବଢ଼ାଇବା ଉପରେ ଆଲୋଚନା କରିଛନ୍ତି। ନୂଆ ଅର୍ଥନୈତିକ ସୁଯୋଗ ସୃଷ୍ଟି ଓ ଶକ୍ତି ନିରାପତ୍ତା ସହଯୋଗ ବୃଦ୍ଧି ନେଇ ଆଗକୁ ବଢ଼ିବା ନେଇ ଉଭୟ ଦେଶ ଗୁରୁତ୍ୱ ଦେଉଛନ୍ତି ବୋଲି ପରରାଷ୍ଟ୍ର ବିଭାଗ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।
ପ୍ରକାଶ ଯେ, ଟ୍ରମ୍ପ୍‌ ସୋମବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନ୍‌ରେ ଆଲୋଚନା ପରେ ଟ୍ରୁଥ୍‌ ସୋସିଅଲରେ ଏକ ପୋଷ୍ଟ କରି କହିଥିଲେ, ଭାରତ ଓ ଆମେରିକା ମଧ୍ୟରେ ଟ୍ରେଡ୍‌ ଡିଲ୍‌ ନେଇ ସହମତି ପ୍ରକାଶ ପାଇଛି। ତଦନୁଯାୟୀ ଆମେରିକା ଭାରତରୁ ଆମଦାନୀ କରୁଥିବା ସାମଗ୍ରୀଗୁଡ଼ିକ ଉପରେ ପାରସ୍ପରିକ ଟିକସକୁ ୨୫%ରୁ ୧୮%କୁ ଖସାଇଦେଇଛି। ଅପରପକ୍ଷେ ଭାରତ ଆମେରିକୀୟ ସାମଗ୍ରୀଗୁଡ଼ିକ ଉପରେ ୦% ଟାରିଫ୍‌ ଲଗାଇବାକୁ ରାଜି ହୋଇଛି। ଆମେରିକାର ଶକ୍ତି, ପ୍ରଯୁକ୍ତି, କୃଷି, କୋଇଲା ସମେତ ଅନେକ କ୍ଷେତ୍ରରେ ଉତ୍ପାଦନ ନିମନ୍ତେ ଭାରତ ପକ୍ଷରୁ ୫୦୦ ବିଲିୟନ୍‌ ଡଲାର ପୁଞ୍ଜିନିବେଶ କରିବାକୁ ମୋଦି ପ୍ରତିଶ୍ରୁତିବଦ୍ଧ ହୋଇଥିବା ଟ୍ରମ୍ପ୍‌ ନିଜ ସାମାଜିକ ଗଣମାଧ୍ୟମ ମଞ୍ଚରେ ସୂଚନା ଦେଇଥିଲେ।
ଏହି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବୁଧବାର କହିଛନ୍ତି, ସଂସଦର ବଜେଟ ଅଧିବେଶନ ଚାଲିଥିବାବେଳେ ଯେପରି ଭାବେ ଭାରତ-ଆମେରିକା ଟ୍ରେଡ୍‌ ଡିଲ୍‌ ନେଇ ଘୋଷଣା କରାଗଲା, ତାହା ଅନେକ ପ୍ରଶ୍ନ ଛିଡ଼ା କରାଇଛି। ଆମେରିକାର ଚାପରେ ପଡ଼ି ଭାରତ ମୁଣ୍ଡ ନୁଆଇଛି କି? ଆମେରିକୀୟ ସାମଗ୍ରୀଗୁଡ଼ିକ ଉପରେ ଭାରତ ଆଦୌ ଟାରିଫ୍‌ ନ ଲଗାଇବାକୁ ରାଜି ହୋଇଛି କି, ଯାହାକି ଟ୍ରମ୍ପ୍‌ ଓ ତାଙ୍କ ସହଯୋଗୀମାନେ ଦାବି କରିଆସୁଛନ୍ତି? ଭାରତ କୃଷି କ୍ଷେତ୍ରକୁ ଆମେରିକୀୟ ବଜାର ପାଇଁ ଖୋଲିଦେଲେ ଦେଶର କୃଷକମାନେ କ୍ଷତିଗ୍ରସ୍ତ ହେବେ। ସେହିପରି କଂଗ୍ରେସ ନେତା ଆନନ୍ଦ ଶର୍ମା ମଧ୍ୟ ଅନୁରୂପ ପ୍ରଶ୍ନ ଉଠାଇ ସରକାରଙ୍କୁ ଘେରିଛନ୍ତି। ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ଲୋକ ସଭାରେ ଏହାର ଜବାବ ରଖି କହିଛନ୍ତି, ସରକାର ଖାଦ୍ୟ ଓ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ସେକ୍ଟରକୁ ନେଇ ସମ୍ବେଦନଶୀଳ। ଟ୍ରେଡ୍‌ ଡିଲ୍‌ ଆମେରିକୀୟ ବଜାରରେ ଭାରତୀୟ ରପ୍ତାନି ପ୍ରତିଦ୍ୱନ୍ଦ୍ୱିତାକୁ ଗତିଶୀଳ କରିବ। ତେବେ ଗୋୟଲଙ୍କ ବିବୃତିକୁ ନେଇ ଅସନ୍ତୁଷ୍ଟ ବିରୋଧୀ ଦଳଗୁଡ଼ିକର ସଦସ୍ୟମାନେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଲୋଡ଼ି ହଟ୍ଟଗୋଳ କରଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ସୁଦାନ ହସ୍ପିଟାଲ ଉପରେ ବଡ଼ଧରଣର ଆକ୍ରମଣ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ନିନ୍ଦା କରି କହିଲେ…

କାଇରୋ,୨୨ା୩: ସୁଦାନର ଡାର୍‌ପୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ଆକ୍ରମଣ ଯୋଗୁ ୧୩ ଜଣ ପିଲାଙ୍କ ସମେତ ଅନୂ୍ୟନ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri