ମା’ ହେବାରୁ ବିବାଦ

ଚେନ୍ନାଇ: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପାଓ୍ବାର କପୁଲ କୁହାଯାଉଥିବା ନୟନତାରା (ଡିଆନା ମାରିଅମ କୁରିଆନ) ଓ ବିଘ୍ନେଶ ରବିବାର ଦୁଇଟି ଯମଜ ସନ୍ତାନଙ୍କ ଅଭିଭାବକ ହୋଇଛନ୍ତି। ବିବହାରର ୪ ମାସ ପରେ ଦୁହେଁ ଏତେବଡ଼ ଦାୟିତ୍ୱ ପାଇବା ପରେ ବେଶ୍‌ ଖୁସିଥିବାବେଳେ ତାଙ୍କ ଫ୍ୟାନ୍‌ ଫଲୋୟର୍ସମାନେ ମଧ୍ୟ ଉଭୟଙ୍କୁ ଶୁଭେଚ୍ଛା ଜଣାଇବାରେ ହେଳା କରି ନାହାନ୍ତି। ତେବେ ନୟନତାରାଙ୍କୁ ଖୁସି ସହିତ ଏବେ ବଡ଼ ବିବାଦର ସାମ୍ନା କରିବାକୁ ପଡ଼ିଛି। ଏହି ନାୟିକା ଓ ଫିଲ୍ମ ନିର୍ଦ୍ଦେଶକ ବିଘ୍ନେଶ ସରୋଗେସି ଜରିଆରେ ସନ୍ତାନଙ୍କ ଅଭିଭାବକ ହେବା ନେଇ କୌଣସି ବିଧିବଦ୍ଧ ଘୋଷଣା କରି ନ ଥିଲେ ହେଁ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ସରୋଗେସି ଲାଗି ଦେଶରେ ପ୍ରଣୟନ ଆଇନ ଉପରେ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣାର ତଦନ୍ତ କରାଯିବ ବୋଲି ସୋମବାର ତିମିଲନାଡୁ ସ୍ବାସ୍ଥ୍ୟମନ୍ତ୍ରୀ ମା ଶୁଭ୍ରମନିଆନ କହିଛନ୍ତି। ଆଇନ ଅନୁସାରେ ଯେଉଁ ମହିଳାଙ୍କ ବୟସ ୨୧ ବର୍ଷରୁ ଅଧିକ ଏବଂ ୩୬ ବର୍ଷରୁ କମ୍‌ ସେହିମାନେ ଗର୍ଭଧାରଣର ଏହି ବିକଳ୍ପ ପନ୍ଥାକୁ ଆପଣାଇ ପାରିବେ। ଏ ନେଇ ମେଡିକାଲ ସେବା ନିର୍ଦ୍ଦେଶାଳୟକୁ ମଧ୍ୟ ଘଟଣାର ତଦନ୍ତ କରିବା ପାଇଁ କୁହାଯାଇଛି। ଚଳିତବର୍ଷ ଜାନୁୟାରୀ ୨୫ରେ ପ୍ରଣୟନ ହୋଇଥିବା ସରୋଗେସି ରେଗୁଚଲେଶନ୍‌ ବିଲ୍‌ ଅନୁସାରେ ଭାରତରେ କମର୍ସିଆଲ ସରୋଗେସି ଅର୍ଥାତ୍‌ ବ୍ୟବସାୟ ଉଦ୍ଦେଶ୍ୟରେ ଗର୍ଭଧାରଣ କରିବା ନିଷିଦ୍ଧ । ପରୋପକାର ଉଦ୍ଦେଶ୍ୟ ରଖି ଯଦି କୌଣସି ମହିଳା ଅନ୍ୟ ପାଇଁ ଗର୍ଭଧାରଣ କରନ୍ତି ତେବେ ସେହି ମହିଳାଙ୍କ ଇନ୍‌ସୁରାନ୍ସ କରଭ ସାଙ୍ଗକୁ ସମସ୍ତ ମେଡିକାଲ ଖର୍ଚ୍ଚ ବହନ କରାଯିବ ବୋଲି ନିୟମ ରହିଛି। ୭ ବର୍ଷ କାଳ ପ୍ରେମ ସମ୍ପର୍କରେ ରହିବା ପରେ ଗତ ଜୁନ୍‌ରେ ହୁହେଁ ବିବାହ କରିଥିଲେ।

Share