ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିବାଦୀୟ ଟୁଇଟ୍‌: ରାମ ଗୋପାଳ ବର୍ମାଙ୍କ ନାମରେ ମାମଲା

ବାରିପଦା ଅଫିସ,୨୮।୫(ବ୍ୟୁରୋ): ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏକ ବିବାଦୀୟ ଟୁଇଟ୍‌ କରିଥିଲେ। ଏହାକୁ ନେଇ ରାଇରଙ୍ଗପୁର ଟାଉନ ଥାନାରେ ଭାଜପା ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଜଣେ ଆଦିବାସୀ ମହିଳାଙ୍କ ପ୍ରତି ଏଭଳି ଅଶାଳୀନ ମନ୍ତବ୍ୟ ଦେଇ ସାରା ଦେଶରେ ଅପମାନିତ କରିବା ଏକ ଘୃଣ୍ୟ କାମ। ଏପରି ମନ୍ତବ୍ୟ ସମଗ୍ର ଆଦିବାସୀ ସମାଜ ଓ ନାରୀ ଜାତି ପ୍ରତି ଅସୂୟା ମନୋଭାବର ପରିଚୟ ପ୍ରଦାନ କରୁଛି। ଏହାକୁ ବରଦାସ୍ତ କରାଯିବ ନାହିଁ। ରାମ ଗୋପାଳ ବର୍ମାଙ୍କୁ ଗିରଫ କରା ନ ଗଲେ ଆଗାମୀ ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇବା ନେଇ ରାଇରଙ୍ଗପୁର ଭାଜପା ପକ୍ଷରୁ ଚେତାବନୀ ଦିଆଯାଇଛି।
ପ୍ରକାଶ ଥାଉକି, ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ରାମ ଗୋପାଳ ବର୍ମା ଏକ ବିବାଦୀୟ ଟୁଇଟ୍‌ କରିଥିଲେ। ସେ ତାଙ୍କର ଟୁଇଟ୍‌ରେ କହିଥିଲେ ଯେ, ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ପରେ ଉଭୟ ପାଣ୍ଡବ ଏବଂ କୌରବ ସେମାନଙ୍କର ଯୁଦ୍ଧ ଭୁଲିଯିବେ ଏବଂ ତାପରେ ନୂଆ ଇଣ୍ଡିଆରେ ମହାଭାରତ ପୁନଃଲିଖିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଦିନରେ ସିଂହାରିନି ଦଳ ବିଜୟୀ: ଆଜି ହେବ ଫାଇନାଲ ମୁକାବିଲା

ଗଞ୍ଜାମ,୩୧।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବା ବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ସୋମବାର…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ବେଲଗଛରେ ଛୁଲୁଥିଲା ବିଜେଡି ନେତାଙ୍କ ସ୍ତ୍ରୀଙ୍କ ମୃତଦେହ: ପୋଲିସ କଲା ଜବତ

ନୂଆପଡ଼ା,୩୧ା୩ (ମକାରୁ ବେମାଲ):ନୂଆପଡା ସହରର ମାତାଗୁଡି ପଡାସ୍ଥିତ ଏକ ବେଲଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ସେ ହେଲେ ପୂର୍ବତନ ଯୁବ ବିଜୁ ଜନତା…

ବିଧାୟିକା, ଅଧ୍ୟକ୍ଷଙ୍କ ପୁତ୍ତଳିକା ପୋଡ଼ି ବିକ୍ଷୋଭ: ଭାଜପା କହିଲା ଗୁଣ୍ଡାରାଜ କଥା ଆସିଲାବେଳକୁ ବିଜେଡି…

କେସିଙ୍ଗା,୩୧।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ନର୍ଲା ନିର୍ବାଚନମଣ୍ଡଳୀର ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଭାରପ୍ରାପ୍ତ ଅଧ୍ୟକ୍ଷ ମୁନା ମହାନ୍ତି ତହସିଲଦାରଙ୍କୁ ଧମକ ଦେବା…

ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ

ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ପୁଣି ଆରବର୍ଷକୁ ଅପେକ୍ଷା

ପୁରୁଷୋତ୍ତମପୁର,୩୧।୩(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦଯାପନ ହେବାକୁ ଯାଉଛି। ଏହି ଶେଷ ପାଳିରେ ମା’ ତାରାତାରିଣୀ…

ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ନିଜେ ବିଷ ପିଇଦେଲେ ସ୍ବାମୀ: ହସ୍ପିଟାଲ୍‌ରେ ବଖାଣିଲେ ସବୁ ସତ, ପୋଲିସ ଖୋଜୁଛି…

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଏସ.କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିଜ ସ୍ତ୍ରୀଙ୍କୁ ହତ୍ୟା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri