ଲେସ୍‌ ଟେଣ୍ଡର ପକାଇବେ ନାହିଁ ଠିକାଦାର, ନୂଆ ନିୟମ ଅନୁସାରେ ହେବ ଏମିତି…

ଗୁଣପୁର,୨୯ା୧(ସଙ୍କେତ ପାତ୍ର): ରାୟଗଡ଼ା ଜିଲାର ଗୁଣପୁର ଉପଖଣ୍ଡସ୍ତରୀୟ ଠିକାଦାରମାନଙ୍କର ଏକ ସ୍ବତନ୍ତ୍ର ବୈଠକ ଶେଫାଳି ପାହାଡ଼ ନିକଟ ଗଣେଶ-ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ଅଞ୍ଚଳରୁ ଖ,ଗ,ଘ ବର୍ଗର ଲାଇସେନ୍ସପ୍ରାପ୍ତ ଠିକାଦାରମାନେ ଯୋଗ ଦେଇ ଏକ ସ୍ବତନ୍ତ୍ର ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁସାରେ ବିଭିନ୍ନ ସରକାରୀ ସଂସ୍ଥା ଓ ଇଂଜିନିୟରିଂ ବିଭାଗରେ ଚାଲିଥିବା ଟେଣ୍ଡର ପ୍ରକ୍ରିୟାରେ ସମ୍ପ୍ରତି ଲଟେରି ମାଧ୍ୟମରେ ଠିକାଦାର ଚୟନ କରାଯାଉଛି। ମାତ୍ର ଚତୁରତାର ସହିତ ଠିକାଦାରମାନଙ୍କୁ ୧୪.୯୯ ପରସେଣ୍ଟରେ ଲେସ୍‌ ଟେଣ୍ଡର ପକାଇବାକୁ ଦିଆଯାଉଛି। କିନ୍ତୁ ଲେସ୍‌ ଟେଣ୍ଡରର ମୂଲ୍ୟ ରହୁନାହିଁ। ଅପରପକ୍ଷରେ ଠିକାଦାରମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଯଦି ଲେସ ଟେଣ୍ଡରର ମୂଲ୍ୟ ରହୁନାହିଁ ଓ ଲଟେରି ମାଧ୍ୟମରେ ଠିକାଦାର ଚୟନ କରାଯାଉଛି। ତେବେ ଠିକାଦାରମାନେ ଲେସ ଟେଣ୍ଡରରେ ପକାଇବେ ନାହିଁ। ତେଣୁ ସର୍ବ ସମ୍ମତି କ୍ରମେ ନିଷ୍ପଭି ନିଆଗଲା ଯେ ନିର୍ଦ୍ଧାରିତ ଟେଣ୍ଡର ସିଡ୍ୟୁଲ ମୂଲ୍ୟ ଅନୁସାରେ ଠିକାଦାରମାନେ ଟେଣ୍ଡର ପକାଇବେ। ଲଟେରି ମାଧ୍ୟମରେ ଠିକାଦାର ଚୟନ କରାଯିବ। ଆଉ କୌଣସି ଠିକାଦାର ଲେସ୍‌ରେ ଟେଣ୍ଡ ପକାଇବେ ନାହିଁ । ଏହାକୁ କେହି ଅମାନ୍ୟ କଲେ ବିରୋଧ କରାଯିବ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଠିକାଦାର ସଂଘର ଏହି ନିଷ୍ପଭି ପ୍ରସଙ୍ଗରେ ପ୍ରତି ବ୍ଲକ ସ୍ତରରେ ଓ ପୌରାଞ୍ଚଳ ସ୍ତରରେ ସମସ୍ତ ଠିକାଦାରମାନଙ୍କୁ ସଚେତନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଶେଷରେ ଗୁଣପୁର ଉପଖଣ୍ଡସ୍ତରୀୟ ଠିକାଦାର ସଂଘର କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ସଂଗ୍ରାମ କେଶରୀ ସାହୁ-ସଭାପତି, ନିରାକାର ଶବର-ସମ୍ପାଦକ, ରାମ ଚନ୍ଦ୍ର ପଣ୍ଡା-ସହ ସମ୍ପାଦକ ଏବଂ ରାଧା ମୋହନ ପାଣିଗ୍ରାହୀଙ୍କ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧାନ କ୍ଷେତରେ ବଜ୍ରପାତ; ଚାଲିଗଲା ନଣନ୍ଦ-ଭାଉଜଙ୍କ ଜୀବନ, ସୋହେଲାରେ ଶୋକର ଛାୟା

ସୋହେଲା,୧୭।୯(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ କୁସୁର୍ଡା ଗ୍ରାମରେ ଗୁରୁବାର ଅଭାବନୀୟ ଘଟଣା ଘଟିଯାଇଛି । ବଜ୍ରପାତରେ ୨ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକମାନେ…

ଜୟ ଶାହାଙ୍କ ଟିମ୍‌ରେ ମିଳିଲା ବଡ଼ ଦାୟିତ୍ୱ, ICCରେ ଇତିହାସ ରଚିଲେ…

ନୂଆଦିଲ୍ଲୀ,୧୭ା୯: ଜିମ୍ବାୱେ କ୍ରିକେଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଇଣ୍ଟରନ୍ୟାସନାଲ କ୍ରିକେଟ୍‌ କାଉନସିଲ୍‌ (ICC) ତୱେଙ୍ଗୱା ମୁକୁହଲାନିଙ୍କୁ ଡେପୁଟି ଚେୟାରମ୍ୟାନ୍‌ ଭାବେ ନିଯୁକ୍ତ କରିଛି…

ବଲାଙ୍ଗୀରରେ ବିଶ୍ୱକର୍ମା ପୂଜା

ବଲାଙ୍ଗୀର, ୧୭।୯: ବଲାଙ୍ଗୀର ସହରର ବିଭିନ୍ନ ସ୍ଥାନରେ ଗୁରୁବାର ବିଶ୍ୱକର୍ମା ପୂଜା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଛି। ବଲାଙ୍ଗୀର ନୂତନ ବସ ଟର୍ମିନାଲଠାରେ ଘରୋଇ…

ପଦକ ଜିତିବାର ଉତ୍ସାହଜନକ ଖବରଠାରୁ ପ୍ରଧାନମନ୍ତ୍ରୀଙ୍କ ଫୋନ କଲ ପର୍ଯ୍ୟନ୍ତ… ମୋଦି ସାଜିଥିଲେ ଖେଳାଳିମାନଙ୍କର ସବୁଠାରୁ ବଡ଼ ‘Cheerleader’

ନୂଆଦିଲ୍ଲୀ,୧୭।୯: ୧୯୫୦ ମସିହା ସେପ୍ଟେମ୍ବର ୧୭ରେ ଜନ୍ମିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ନିଜର ୭୬ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କର ବ୍ୟକ୍ତିଗତ ସମ୍ପର୍କ…

ଗୁଣିଗାରେଡି ସନ୍ଦେହରେ ବାପପୁଅଙ୍କୁ ହତ୍ୟା ମାମଲା, ୧୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ପାରଳାଖେମୁଣ୍ଡି,୧୭ା୯(ଗିରିଧାରୀ ପରିଛା): ଗୁଣିଗାରେଡି ସନ୍ଦେହରେ ବାପା-ପୁଅଙ୍କୁ ହତ୍ୟା ମାମଲାରେ ପାରଳାଖେମୁଣ୍ଡି ଏଡିଜେ କୋର୍ଟ ୧୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ୨୦୨୧ ମସିହାରେ ଅଡବା…

ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର? ଜାଣନ୍ତୁ କାହିଁକି ହେଉଛି ଏମିତି ଚର୍ଚ୍ଚା

ପାଟନା,୧୭।୯: ବିହାର ରାଜନୀତିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଜଡ଼ିତ ମେଣ୍ଟ ପରିବର୍ତ୍ତନର ସମ୍ଭାବନାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର୍‌ ଧରିଛି। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)…

ହୃଦୟ ବିଦାରକ ଦୃଶ୍ୟ; ଶବ ପାଇଁ ନାହିଁ ଷ୍ଟ୍ରେଚର୍‌! ତଳେ ଘୋଷାଡ଼ି ନେଲେ ମୃତଦେହ

ପାଟନା,୧୭ା୯: ବିହାରର ବକ୍ସରରୁ ମାନବିକତା ଓ ମୃତଦେହର ସମ୍ମାନ ସହ ଜଡ଼ିତ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ସୋସିଆଲ…

୧୪ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କଲେ ବିଧାୟକ

ଗୁଡ଼ାରି,୧୭ା୯(ପ୍ରମୋଦ କୁମାର ପତି): ଗୁଡ଼ାରି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ୧୪ ଜଣ ହିତାଧିକାରୀଙ୍କୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। ସହରର ୧୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?