ପ୍ରାପ୍ୟ ନ ପାଇ ବ୍ଲକ ସମ୍ମୁଖରେ ଠିକାଦାରଙ୍କ ଧାରଣା

ନିଶ୍ଚିନ୍ତକୋଇଲି,୧୩ା୨(ଅଶୋକ ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ଦୀର୍ଘଦିନ ହେବ ଅଚଳାବସ୍ଥା ଦେଖିବାକୁ ମିଳିଛି। କେଉଁଠି କାମ ହେଉନି ତ ଆଉ କେଉଁଠାରେ କାମ ହୋଇ ବିଲ୍‌ ମିଳୁନି। ବହୁ ପଞ୍ଚାୟତରେ ପୂର୍ବ ବିଲ୍‌ ଉପରେ ରୋକ ଲଗାଯାଇଛି। ଏପରି କି ବିଧାୟକଙ୍କୁ ନ ଭେଟିଲେ ବିଲ ମିଳିବନି ବୋଲି ଖୋଲା ଖୋଲି ବିଭାଗୀୟ ଯନ୍ତ୍ରୀ ପରାମର୍ଶ ଦେଉଛନ୍ତି। ବ୍ଲକ ପ୍ରଶାସନର ଏଭଳି ପଦକ୍ଷେପ ପାଇଁ ବହୁ ଠିକାଦାର ପ୍ରାପ୍ୟ ପାଇଁ ହଟହଟା ହେଉଛନ୍ତି। ବ୍ଲକ ଅଧୀନ ନେମାଳ ପଞ୍ଚାୟତର ଜଣେ କର୍କଟରେ ପୀଡିତ ଠିକାଦାର ୮ ମାସ ତଳୁ କାମ କରି ପ୍ରାପ୍ୟ ନ ପାଇବାରୁ ବୁଧବାର ବ୍ଲକ ପରିସରରେ ପରିବାର ସହ ଧାରଣା ଦେଇଥିଲେ। ତାଙ୍କ ସହ ପଞ୍ଚାୟତର ବୁଦ୍ଧିଜୀବୀ ଓ ନେତୃତ୍ୱମାନେ ପ୍ରଶାସନର ଏଭଳି ପଦକ୍ଷେପ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ତେବେ ବିଡିଓ ଠିକା କାମ ଯନ୍ତ୍ରୀଙ୍କ ନାମରେ ଅଛି, ତଦନ୍ତ ପରେ ପ୍ରାପ୍ୟ ଦିଆଯିବ ବୋଲି କହିଥିବାବେଳେ ସହକାରୀ ଯନ୍ତ୍ରୀ ବିଧାୟକଙ୍କୁ ଭେଟନ୍ତୁ ବୋଲି ପରାମର୍ଶ ଦେଇଥିବା ଧାରଣାରେ ସହଯୋଗ କରୁଥିବା ପ୍ରମୋଦ କୁମାର ନାୟକ କହିଛନ୍ତି।
ବ୍ଲକ ଅଧୀନ ନେମାଳ ପଞ୍ଚାୟତର ଏକ କମ୍ୟୁନିଟ୍‌ ଗୃହ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା ଯୋଜନାରେ ୪ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା। ବିଭାଗୀୟ ଯନ୍ତ୍ରୀଙ୍କ ନାମରେ ଏହାର କାର୍ଯ୍ୟାଦେଶ ଥିଲା କିନ୍ତୁ କାମ ସୁବାସ ଲେଙ୍କାଙ୍କ ସମେତ ୩ଜଣ ସମ୍ପାଦନ କରିଥିଲେ। କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ନିର୍ବାଚନ ପରେ ସରକାର ବଦଳିବାରେ ଉକ୍ତ କାର୍ଯ୍ୟର ବିଲ୍‌ ଉପରେ ରୋକ ଲଗାଯାଇଥିଲା। ଇତି ମଧ୍ୟରେ ସୁବାସ କର୍କଟରେ ପୀଡିତ ହୋଇ ଚିକିତ୍ସା ପାଇଁ ସର୍ବସ୍ବ ହରାଇ ସାରିଛନ୍ତି। ତେବେ ଅଧିକ ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ ପଡୁଥିବା ବେଳେ ନିଜ ପ୍ରାପ୍ୟ ପାଇବାକୁ ବାରମ୍ବାର ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ନାସ୍ତିବାଣୀ ଶୁଣିବାକୁ ମିଳିଥିଲା। ଆର୍ଥତ୍କ ଚାପରେ ତାଙ୍କର ବ୍ରେନଷ୍ଟ୍ରୋକ ହୋଇଥିବା ସହଯୋଗୀ ପ୍ରକାଶ କହିଛନ୍ତି। ବୁଧବାର ସୁବାସଙ୍କ ସହ ସ୍ତ୍ରୀ ବ୍ଲକ ପରିସରରେ ଧାରଣା ଦେଇଥିଲେ। ତାଙ୍କ ସହ ନେମାଳର ପୂର୍ବତନ ଜିଲାପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ, ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ନାୟକଙ୍କ ସମେତ ବହୁ ବୁଦ୍ଧିଜୀବୀ ଧାରଣାରେ ସାମିଲ ହୋଇଥିଲେ। ମାହାଙ୍ଗା ବିଧାୟକଙ୍କ ବ୍ଲକରେ ସମୀକ୍ଷା ବୈଠକ ରହିଥିଲା। ସେ ବୈଠକକୁ ଆସିବା ସମୟରେ ଧାରଣାରେ ବସିଥିବା ସୁବାସ ଓ ତାଙ୍କ ସ୍ତ୍ରୀଙ୍କୁ ତଦନ୍ତ ପରେ ପ୍ରାପ୍ୟ ମିଳିବାର ପ୍ରତିଶ୍ରୁତି ଦେଇଥିଲେ। ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏ ସମ୍ପର୍କରେ ବିଡିଓ ଦ୍ୟୁବେନ୍ଦୁ ଦାଶ କହିଛନ୍ତି, ତଦନ୍ତ ପରେ ପ୍ରାପ୍ୟ ପ୍ରଦାନ କରାଯିବ। ପ୍ରମୋଦ ନାୟକ କହିଛନ୍ତି, ୮ମାସ ତଳେ କାମ କରି ପ୍ରାପ୍ୟ ନ ପାଇ ବାରମ୍ବାର ବ୍ଲକ ଦୌଡି ଥିଲେ। ତାଙ୍କୁ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଧାୟକଙ୍କୁ ଦେଖା କରିବାକୁ ପରାମର୍ଶ ଦେଇଥିଲେ। ତେବେ କାମ କରି ପ୍ରାପ୍ୟ ନ ପାଇବାରୁ ସେ ହଟହଟା ହେଉଛନ୍ତି। ତାଙ୍କ ସ୍ତ୍ରୀ ରଶ୍ମିତା କହିଛନ୍ତି, ସ୍ବାମୀ କାମ କରିବାକୁ ୪ ଲକ୍ଷ ଟଙ୍କା ଧାରଉଧାର କରିଥିଲେ। ଏବେ ସେ ରୋଗ ଶଯ୍ୟାରେ। ଚିକିତ୍ସା ପାଇଁ ଅର୍ଥ ନାହିଁ। ମାହାଙ୍ଗା ବିଧାୟକ ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ ହେବ ତାହାକୁ ଅପେକ୍ଷା କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷାଧିକ ସାମଗ୍ରୀ ନଷ୍ଟ

କେସିଙ୍ଗା ,୫।୧୨( ତୁମେଶ୍ୱର୍‌ ସାହୁ ) : କଳାହାଣ୍ଡି ଜିଲ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ତହଶିର ଗ୍ରାମ ସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ଫ୍ରାନ୍ସକୁ ହରାଇ ସେମିରେ ପହଞ୍ଚିଲା ଜର୍ମାନୀ

ଚେନ୍ନାଇ,୫ା୧୨: ସାତ ଥର ଚାମ୍ପିୟନ ଜର୍ମାନୀ ଶୁଟ୍‌ ଆଉଟ୍‌ରେ ଫ୍ରାନ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ଚଳିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର...

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri