ମଜୁରି ମାଗିବାରୁ ଦାଦନ ଶ୍ରମିକଙ୍କୁ ଠିକାଦାର, ଦଲାଲଙ୍କ ମରଣାନ୍ତକ ଆକ୍ରମଣ: ଅକର୍ମଣ୍ୟ ଅବସ୍ଥାରେ ଘରେ ପଡିଛନ୍ତି ପ୍ରଭାକର

ପୁରୁଷୋତ୍ତମପୁର,୨୭ା୯(ସବିତା ମିଶ୍ର): ପରିବାର ପୋଷିବା ସହ କରଜ ଶୁଝିବା ଆଶାରେ ଦାଦନ ଖଟିବାକୁ ଯାଇଥିବା ଜଣେ ଦାଦନ ଶ୍ରମିକ ନିଜ ମଜୁରି ଟଙ୍କା ମାଗିବାରୁ ଠିକାଦାର ଓ ଦଲାଲଙ୍କ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ସେମାନଙ୍କ ଆକ୍ରମଣରେ ଏବେ ଚିକିତ୍ସା ଅଭାବରୁ ଘରେ ପଡି ରହିଛନ୍ତି। ସେ ହେଲେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ତଥା ଥାନା ଅନ୍ତର୍ଗତ ଭୂତସରସିଙ୍ଗି ପଞ୍ଚାୟତ ଦାସିଆମାରୀ ପଲ୍ଲୀ ଗ୍ରାମର ପ୍ରଭାକର ନାହାକ(୬୦)। ଖବରରୁ ପ୍ରକାଶ, ପ୍ରଭାକର ଅତି ଗରିବ ହୋଇଥିବାରୁ ଗ୍ରାମରେ ମୂଲଲାଗି ପରିବାର ଚଳାଉଥିଲେ। ସେ ଝିଅ ବାହାଘରରେ କରଜ ହୋଇଯାଇଥିବା ହେତୁ ତାହା ଶୁଝିବେ କିପରି ଚିନ୍ତାରେ ଥିଲେ। ଏହି ସମୟରେ ଗତ ୬ମାସ ତଳେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ବ୍ରାହ୍ମଣ ଶାସନ ଗ୍ରାମର ଜଣେ ମଧ୍ୟସ୍ଥି ଜିତେନ୍ଦ୍ର ସାହୁଙ୍କ ମାଧ୍ୟମରେ ଭଦ୍ରକର ଠିକାଦାର ପର୍ଶୁରାମ ଦାଶଙ୍କ ଅଧୀନରେ ବେଙ୍ଗାଲୁରୁର ହିନ୍ଦିପୁର ଯାଇ ସେଠାରେ ଥିବା ଆଦିଷ୍ଟିଲ କମ୍ପାନୀରେ ଶ୍ରମିକ ଭାବରେ କାମ କରୁଥିଲେ। ଇତିମଧ୍ୟରେ ଠିକାଦାର ତିନିମାସର ମଜୁରି ଦେଇଥିବା ବେଳେ ଆଉ ତିନିମାସର ଦେଇ ନ ଥିଲେ। ମଜୁରି ଠିକ୍‌ ରୂପେ ନ ମିଳିବାରୁ ପ୍ରଭାକର ନିଜ ଗ୍ରାମକୁ ଫେରି ଆସିବାକୁ ଚାହିଁ ମଧ୍ୟସ୍ଥି ଓ ଠିକାଦାରଙ୍କୁ କହିଥିଲେ। ଠିକାଦାର ଓ ମଧ୍ୟସ୍ଥି ଉଭୟେ ତାଙ୍କୁ ମନା କରିଥିଲେ। ମାତ୍ର ପ୍ରଭାକର ଚାଲି ଆସିବାକୁ ଜିଦ୍‌ ଜିଦ ଧରିବାରୁ ଗତ ୪ରେ ତାଙ୍କୁ ସେଠାରେ ମରଣାନ୍ତକ ଆକ୍ରମଣ କରାଯଇଥିଲା। ମାଡ଼ ମାରି ତାଙ୍କ ହାତକୁ ମୋଡି ଭାଙ୍ଗି ଦେବା ସହ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନକୁ ମାରଣାସ୍ତ୍ରରେ ଆକ୍ରମଣ କରାଯିବାରୁ ସେ ଗୁରୁତର ହୋଇଥିଲେ। ସେଠାରେ ଏକ ହସ୍ପିଟାଲରେ ପ୍ରଭାଗରଙ୍କୁ ଭର୍ତ୍ତି କରିଦେଇ ଠିକାଦାର ଓ ମଧ୍ୟସ୍ଥି ଦଲାଲ ଚାଲି ଯାଇଥିଲେ। ସେ ମେଡିକାଲରେ ପଡି ଛଟପଟ ହେଉଥିବା ବେଳେ ସେଠାକାର ଅନ୍ୟ ଏକ କମ୍ପାନୀରେ କାର୍ଯ୍ୟ କରୁଥିବା ପୁରୁଷୋତ୍ତମପୁର ଅଞ୍ଚଳର କେତେ ଜଣ ବ୍ୟକ୍ତି ପ୍ରଭାକରଙ୍କ ପରିବାରକୁ ଫୋନ କରି ଏ ସମ୍ପର୍କରେ ଜଣାଇଥିଲେ। ପରେ ସ୍ତ୍ରୀ ସରସ୍ବତୀ ଓ ଶଳା ଧର୍ମା ନାହାକ ସେଠାକୁ ଯାଇ ପ୍ରଭାକରଙ୍କ ଚିକିତ୍ସା କରାଇଥିଲେ। ହେଲେ ଅର୍ଥ ଅଭାବରୁ ଅଧିକ ଚିକିତ୍ସା କରି ନ ପାରି ଉଭୟେ ଏକ ଆମ୍ବୁଲାନ୍ସ ଯୋଗେ ସେଠାରୁ ପ୍ରଭାକରଙ୍କୁ ବ୍ରହ୍ମପୁର ଆଣି ଗତ ୭ରେ ବଡମେଡିକାଲରେ ଚିକିତ୍ସା କରାଇ ଘରକୁ ଆଣିଥିଲେ। ଅର୍ଥ ଅଭାବରୁ ଅଧିକ ଚିକିତ୍ସା ଲାଗି ପରିବାର ଲୋକେ କେଉଁଆଡେ ନେଇପାରୁନାହାନ୍ତି। ବର୍ତ୍ତମାନ ପ୍ରଭାକର ଏକ ପ୍ରକାରର ମୂକ ପାଲଟି କଥାବାର୍ତ୍ତା ମଧ୍ୟ କହିପାରୁ ନାହାନ୍ତି। ଏନେଇ ପରିବାର ଲୋକେ ଠିକାଦାର ପର୍ଶୁରାମ ଦାଶଙ୍କୁ ଫୋନ କରିପଚାରିବାରୁ ସେ ଘଟଣାକୁ ଏଡାଇଦେଇ ଜାଣି ନ ଥିବା ଏବଂ ପ୍ରଭାକରଙ୍କ ବକେଆ ମଜୁରି ଟଙ୍କା ଦେବାକୁ ମନା କରିଦେଇଛନ୍ତି। ପ୍ରଭାକରଙ୍କୁ ନେଇଥିବା ମଧ୍ୟସ୍ଥି ଦଲାଲ ଜିତେନ୍ଦ୍ର ସାହୁ ମଧ୍ୟ କିଛି ଜାଣି ନ ଥିବା କହିଛନ୍ତି ବୋଲି ସ୍ତ୍ରୀ ସରସ୍ବତୀ ପ୍ରକାଶ କରିଛନ୍ତି। ଦୋଷୀଙ୍କୁ ଦଣ୍ଡବିଧାନ ସହ ନ୍ୟାୟ ପ୍ରଦାନ କରିବା, ପ୍ରଭାକରଙ୍କ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ସରକାର ଓ ଗଞ୍ଜାମ ଜିଲାପାଳଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଚାଇନା ପାଇଁ ବଡ଼ ଘୋଷଣା କଲା ଭାରତ, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଉତ୍ତେଜନା ଜାରି ରହିଛି। ଆମେରିକା ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ କରୁଛନ୍ତି, ଯେତେବେଳେ ଇରାନ ସେନା ଡ୍ରୋନ ଆକ୍ରମଣ…

ଦୁଇ ଭାଇଙ୍କ ଝଗଡ଼ାରୁ ବଳି ପଡିଲେ ଶାଶୁ, ସାନଭାଇର କାଠ ଫାଳିଆ ମାଡ଼ରେ…

ବ୍ରହ୍ମଗିରି,୧୭।୩(ସ୍ୱାଧୀନ ଚମ୍ପତିରାୟ): ପୁରୀ ଜିଲା ଆରଖକୁଦ ମେରାନି ଥାନା ଅନ୍ତର୍ଗତ ପାଣ୍ଡାପୋଖରୀ ଗ୍ରାମରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ହୋଇଛି । ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର…

ସ୍ତ୍ରୀଙ୍କୁ ତଣ୍ଟି ଚିପି ମାରିବାକୁ ହତ୍ୟା ଉଦ୍ୟମ, ସ୍ବାମୀଙ୍କୁ ବାନ୍ଧି କୋର୍ଟଚାଲାଣ କଲା ପୋଲିସ

ଦିଗପହଣ୍ଡି,୧୭ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ବୁଡୁ ବେହେରା ତାଙ୍କ ସ୍ତ୍ରୀ ସୁଶୀଳା ବେହେରାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା…

ସୋଫିଆ ଫିର୍ଦ୍ଦୋସ କଂଗ୍ରେସରୁ ନିଲମ୍ବିତ ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ: ମୋ ଝିଅକୁ କରାଯାଉଥିଲା…

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ସନରାଇଜର୍ସ ହାଇଦ୍ରାବାଦର ନେତୃତ୍ୱ ନେଇପାରନ୍ତି ଇଶାନ କିଶନ

ନୂଆଦିଲ୍ଲୀ,୧୭ା୩: ଭାରତର ବାମହାତୀ ବିସ୍ଫୋରକ ବ୍ୟାଟର ଇଶାନ କିଶନ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ୱ ନେଇପାରନ୍ତି। ନିୟମିତ ଅଧିନାୟକ ପ୍ୟାଟ କୁମିନ୍ସ…

ବାଘ ଘାସ ଖାଇବାର କାଲି ଦେଖିଲି, କାହାକୁ ଏମିତି କହିଦେଲେ ଭକ୍ତ ଦାସ

କଟକ,୧୭।୩(ପ୍ରଭୁ କଲ୍ୟାଣ ପାଲ): ରାଜ୍ୟ ସଭା  ନିର୍ବାଚନରେ  ୩ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ନେଇ ବିଧାୟକ, ବିଧାୟିକାଙ୍କୁ  ନିଲମ୍ବନ କରାଯାଇଛି। ଏହି ପ୍ରସଙ୍ଗରେ ପିସିସି  ସଭାପତି…

ପାକିସ୍ତାନ ଉପରେ ନିଆଁବାଣ ହେଲା ଭାରତ: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କଲା ଦାବି

ଇସଲାମାବାଦ୍‌,୧୭।୩: ପାକିସ୍ତାନ ଦ୍ୱାରା ହୋଇଥିବା କଥିତ ବିମାନ ଆକ୍ରମଣରେ କାବୁଲରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ଘଟଣା…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମା’ ମଧ୍ୟ ମ୍ୟାଟରନିଟି ଲିଭ୍ ପାଇବା ହକଦାର

ନୂଆଦିଲ୍ଲୀ,୧୭।୩: ସୁପ୍ରିମକୋର୍ଟ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ରାୟ ଦେଇଛନ୍ତି ଯେ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri