ମଜୁରି ମାଗିବାରୁ ଦାଦନ ଶ୍ରମିକଙ୍କୁ ଠିକାଦାର, ଦଲାଲଙ୍କ ମରଣାନ୍ତକ ଆକ୍ରମଣ: ଅକର୍ମଣ୍ୟ ଅବସ୍ଥାରେ ଘରେ ପଡିଛନ୍ତି ପ୍ରଭାକର

ପୁରୁଷୋତ୍ତମପୁର,୨୭ା୯(ସବିତା ମିଶ୍ର): ପରିବାର ପୋଷିବା ସହ କରଜ ଶୁଝିବା ଆଶାରେ ଦାଦନ ଖଟିବାକୁ ଯାଇଥିବା ଜଣେ ଦାଦନ ଶ୍ରମିକ ନିଜ ମଜୁରି ଟଙ୍କା ମାଗିବାରୁ ଠିକାଦାର ଓ ଦଲାଲଙ୍କ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ସେମାନଙ୍କ ଆକ୍ରମଣରେ ଏବେ ଚିକିତ୍ସା ଅଭାବରୁ ଘରେ ପଡି ରହିଛନ୍ତି। ସେ ହେଲେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ତଥା ଥାନା ଅନ୍ତର୍ଗତ ଭୂତସରସିଙ୍ଗି ପଞ୍ଚାୟତ ଦାସିଆମାରୀ ପଲ୍ଲୀ ଗ୍ରାମର ପ୍ରଭାକର ନାହାକ(୬୦)। ଖବରରୁ ପ୍ରକାଶ, ପ୍ରଭାକର ଅତି ଗରିବ ହୋଇଥିବାରୁ ଗ୍ରାମରେ ମୂଲଲାଗି ପରିବାର ଚଳାଉଥିଲେ। ସେ ଝିଅ ବାହାଘରରେ କରଜ ହୋଇଯାଇଥିବା ହେତୁ ତାହା ଶୁଝିବେ କିପରି ଚିନ୍ତାରେ ଥିଲେ। ଏହି ସମୟରେ ଗତ ୬ମାସ ତଳେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ବ୍ରାହ୍ମଣ ଶାସନ ଗ୍ରାମର ଜଣେ ମଧ୍ୟସ୍ଥି ଜିତେନ୍ଦ୍ର ସାହୁଙ୍କ ମାଧ୍ୟମରେ ଭଦ୍ରକର ଠିକାଦାର ପର୍ଶୁରାମ ଦାଶଙ୍କ ଅଧୀନରେ ବେଙ୍ଗାଲୁରୁର ହିନ୍ଦିପୁର ଯାଇ ସେଠାରେ ଥିବା ଆଦିଷ୍ଟିଲ କମ୍ପାନୀରେ ଶ୍ରମିକ ଭାବରେ କାମ କରୁଥିଲେ। ଇତିମଧ୍ୟରେ ଠିକାଦାର ତିନିମାସର ମଜୁରି ଦେଇଥିବା ବେଳେ ଆଉ ତିନିମାସର ଦେଇ ନ ଥିଲେ। ମଜୁରି ଠିକ୍‌ ରୂପେ ନ ମିଳିବାରୁ ପ୍ରଭାକର ନିଜ ଗ୍ରାମକୁ ଫେରି ଆସିବାକୁ ଚାହିଁ ମଧ୍ୟସ୍ଥି ଓ ଠିକାଦାରଙ୍କୁ କହିଥିଲେ। ଠିକାଦାର ଓ ମଧ୍ୟସ୍ଥି ଉଭୟେ ତାଙ୍କୁ ମନା କରିଥିଲେ। ମାତ୍ର ପ୍ରଭାକର ଚାଲି ଆସିବାକୁ ଜିଦ୍‌ ଜିଦ ଧରିବାରୁ ଗତ ୪ରେ ତାଙ୍କୁ ସେଠାରେ ମରଣାନ୍ତକ ଆକ୍ରମଣ କରାଯଇଥିଲା। ମାଡ଼ ମାରି ତାଙ୍କ ହାତକୁ ମୋଡି ଭାଙ୍ଗି ଦେବା ସହ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନକୁ ମାରଣାସ୍ତ୍ରରେ ଆକ୍ରମଣ କରାଯିବାରୁ ସେ ଗୁରୁତର ହୋଇଥିଲେ। ସେଠାରେ ଏକ ହସ୍ପିଟାଲରେ ପ୍ରଭାଗରଙ୍କୁ ଭର୍ତ୍ତି କରିଦେଇ ଠିକାଦାର ଓ ମଧ୍ୟସ୍ଥି ଦଲାଲ ଚାଲି ଯାଇଥିଲେ। ସେ ମେଡିକାଲରେ ପଡି ଛଟପଟ ହେଉଥିବା ବେଳେ ସେଠାକାର ଅନ୍ୟ ଏକ କମ୍ପାନୀରେ କାର୍ଯ୍ୟ କରୁଥିବା ପୁରୁଷୋତ୍ତମପୁର ଅଞ୍ଚଳର କେତେ ଜଣ ବ୍ୟକ୍ତି ପ୍ରଭାକରଙ୍କ ପରିବାରକୁ ଫୋନ କରି ଏ ସମ୍ପର୍କରେ ଜଣାଇଥିଲେ। ପରେ ସ୍ତ୍ରୀ ସରସ୍ବତୀ ଓ ଶଳା ଧର୍ମା ନାହାକ ସେଠାକୁ ଯାଇ ପ୍ରଭାକରଙ୍କ ଚିକିତ୍ସା କରାଇଥିଲେ। ହେଲେ ଅର୍ଥ ଅଭାବରୁ ଅଧିକ ଚିକିତ୍ସା କରି ନ ପାରି ଉଭୟେ ଏକ ଆମ୍ବୁଲାନ୍ସ ଯୋଗେ ସେଠାରୁ ପ୍ରଭାକରଙ୍କୁ ବ୍ରହ୍ମପୁର ଆଣି ଗତ ୭ରେ ବଡମେଡିକାଲରେ ଚିକିତ୍ସା କରାଇ ଘରକୁ ଆଣିଥିଲେ। ଅର୍ଥ ଅଭାବରୁ ଅଧିକ ଚିକିତ୍ସା ଲାଗି ପରିବାର ଲୋକେ କେଉଁଆଡେ ନେଇପାରୁନାହାନ୍ତି। ବର୍ତ୍ତମାନ ପ୍ରଭାକର ଏକ ପ୍ରକାରର ମୂକ ପାଲଟି କଥାବାର୍ତ୍ତା ମଧ୍ୟ କହିପାରୁ ନାହାନ୍ତି। ଏନେଇ ପରିବାର ଲୋକେ ଠିକାଦାର ପର୍ଶୁରାମ ଦାଶଙ୍କୁ ଫୋନ କରିପଚାରିବାରୁ ସେ ଘଟଣାକୁ ଏଡାଇଦେଇ ଜାଣି ନ ଥିବା ଏବଂ ପ୍ରଭାକରଙ୍କ ବକେଆ ମଜୁରି ଟଙ୍କା ଦେବାକୁ ମନା କରିଦେଇଛନ୍ତି। ପ୍ରଭାକରଙ୍କୁ ନେଇଥିବା ମଧ୍ୟସ୍ଥି ଦଲାଲ ଜିତେନ୍ଦ୍ର ସାହୁ ମଧ୍ୟ କିଛି ଜାଣି ନ ଥିବା କହିଛନ୍ତି ବୋଲି ସ୍ତ୍ରୀ ସରସ୍ବତୀ ପ୍ରକାଶ କରିଛନ୍ତି। ଦୋଷୀଙ୍କୁ ଦଣ୍ଡବିଧାନ ସହ ନ୍ୟାୟ ପ୍ରଦାନ କରିବା, ପ୍ରଭାକରଙ୍କ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ସରକାର ଓ ଗଞ୍ଜାମ ଜିଲାପାଳଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବାସଭବନରୁ ସହାୟକଙ୍କ ମୃତ୍ୟୁ ନେଇ ସନ୍ଦେହ: ରାତି ଅଧିଆ ଶବ ବ୍ୟବଛେଦକୁ ନେଇ ଉଠୁଛି ପ୍ରଶ୍ନ

ଭୁବନେଶ୍ୱର,୩୧।୧(ତ୍ରିନାଥ ମହାନ୍ତି): ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୃଷ୍ଣ ପାତ୍ରଙ୍କ ସରକାରୀ କ୍ବାର୍ଟରରୁ ଘରୋଥ ସହାୟକଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ସନ୍ଦେହ ବଢିଛି। ଆହୁରି…

T20 World Cup ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ, ICC ରିଲିଜ କଲା Anthem song

ନୂଆଦିଲ୍ଲୀ,୩୧।୧: ICC ପୁରୁଷ T20 ବିଶ୍ୱକପ 2026 ଫେବୃଆରୀ ୭ରେ ଆରମ୍ଭ ହେବ। ଶ୍ରୀଲଙ୍କା ଭାରତ ସହିତ ଏହି ଟୁର୍ଣ୍ଣାମେଣ୍ଟର ସହ-ଆୟୋଜନ କରୁଛି। ମୋଟ ୨୦ଟି ଦଳ…

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର, ସୁନା ଦରରେ ବି ଲାଗିଲା ବ୍ରେକ୍‌, ସିଧା ୮୦୦୦ କମିଲା…

ଭୁବନେଶ୍ୱର,୩୧।୧: ସୁନା ଦରରେ ଲାଗିଲା ବ୍ରେକ୍‌। ଆଜି ପୁଣି କମିଲା ସୁନା ରୁପା ଦର। ୨୪ କ୍ୟାରେଟ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି…

ସ୍ବାମୀଙ୍କ ଥଟ୍ଟାକୁ ସହିପାରିଲେନି ମଡେଲ ସ୍ତ୍ରୀ, ‘ମାଙ୍କଡ’ କହିଦେଲେ ବୋଲି…

ନୂଆଦିଲ୍ଲୀ,୩୧।୧: ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ‘ମାଙ୍କଡ’ କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଘଟଣା…

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

ବ୍ରିଜ୍‌ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ: କୁକୁର ସହିତ ଖେଳୁଖେଳୁ…

ପରଜଙ୍ଗ,୩୧।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍‌ ତଳ ନାଳରୁ ଜଣେ ୨ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର…

ଜମି ଜବରଦଖଲ ବିରୋଧରେ ଗର୍ଜିଲେ ଗ୍ରାମବାସୀ: ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଦେଲେ ଏମିତି ଚେତାବନୀ

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଣିଗୁମା ପଞ୍ଚାୟତରେ ଭୂମି ଜବରଦଖଲକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri