ବିଡିଓଙ୍କୁ ଦାବିପତ୍ର ପ୍ରଦାନ କଲେ ଚୁକ୍ତିଭିତ୍ତିକ କର୍ମଚାରୀ

ରାଇକିଆ,୨୦ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ପକ୍ଷରୁ ବୁଧବାର ବିଡିଓଙ୍କୁ ଦୁଇ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଏହା ସହିତ ଚୁକ୍ତି ଭିତ୍ତିକ କର୍ମଚାରୀ ସଂଘର ବ୍ଲକ ସଭାପତି ସାଧୀନ କୁମାର ପଣ୍ଡାଙ୍କ ନେତୃତ୍ୱରେ ଶିକ୍ଷା ବିଭାଗ, ସମନ୍ବିତ ଶିଶୁ ବିଭାଗ, ସ୍ବାସ୍ଥ୍ୟ ବିଭାଗ, କୃଷି ବିଭାଗ, ରାଜସ୍ବ ବିଭାଗ ସମେତ ବ୍ଲକର ବିଭିନ୍ନ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ଦାରା ଏକ ଦସ୍ତଖତ ସମ୍ବଳିତ ଦାବିପତ୍ର ବିଡିଓଙ୍କ ସମେତ ତହସିଲଦାର, ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିଥିଲେ। ରାଜ୍ୟ ସରକାର ୨୦୧୩ରୁ ଯେଉଁ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ପ୍ରଣୟନ କରିଛନ୍ତି ତାକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ ଓ ଚୁକ୍ତି ସମୟ କୁ ପଦୋନ୍ନତି ସମୟ ଭାବେ ହିସାବକୁ ନିଆ ଯିବା ପାଇଁ ଦାବି କରିଥିଲେ। ଏଥି ସହ ୨୫ରୁ ୨୯ ପର୍ଯ୍ୟନ୍ତ କଳାବ୍ୟାଜ୍‌ ପରିଧାନ କରି କାର୍ଯ୍ୟ କରିବା ଏବଂ ୩୧ରେ ଭୁବନେଶ୍ୱରରେ ବ୍ମହା ଗର୍ଜନ ସଭାରେ ସାମିଲ ହେବା ପାଇଁ ନିଷ୍ପତ୍ତି ନିଆ ଯାଇଥିବା ବ୍ଲକ ସଭାପତି ପ୍ରକାଶ କରିଛନ୍ତି।