Posted inଜାତୀୟ

କାର୍ଯ୍ୟାନୁଷ୍ଠାନ ନ ନେଲେ ଅଦାଲତ ଅବମାନନା

ନୂଆଦିଲ୍ଲୀ,୨୨ା୧୦: ଦେଶରେ ଦିନକୁ ଦିନ ଘୃଣିତ ମନ୍ତବ୍ୟ ଘଟଣା ବଢ଼ୁଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହା ଏକବିଂଶ ଶତାବ୍ଦୀ, ଅଥଚ ଧର୍ମ ନାମରେ ଆମେ କେଉଁଠି ପହଞ୍ଚତ୍ଲେଣି ବୋଲି ଜଷ୍ଟିସ କେ.ଏମ୍‌. ଜୋସେଫ ଏବଂ ହୃଷୀକେଶ ରାୟଙ୍କ ଖଣ୍ଡପୀଠ ପ୍ରଶ୍ନ କରିବା ସହ ଘୃଣିତ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ଏଭଳି ଘଟଣାରେ ଆନୁଷ୍ଠାନିକ ଅଭିଯୋଗକୁ ଅପେକ୍ଷା ନ କରି ନିଜ ଆଡ଼ୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସର୍ବୋଚ୍ଚ ଅଦାଲତ ସରକାର ଓ ପୋଲିସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଲାଗୁ ହେବ ବୋଲି ସୁପ୍ରମକୋର୍ଟ ଚେତାବନୀ ଦେଇଛନ୍ତି। ଦେଶର ଧର୍ମନିରପେକ୍ଷ ଚରିତ୍ରକୁ ସଂରକ୍ଷିତ ରଖିବାକୁ ହେଲେ ଏଭଳି କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ଘୃଣିତ ମନ୍ତବ୍ୟ ଭାରତ ଭଳି ଏକ ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଦେଶରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଖଣ୍ଡପୀଠ ମତ ଦେଇଛନ୍ତି। ଘୃଣିତ ମନ୍ତବ୍ୟ ବନ୍ଦ କରିବା ଏବଂ ଏଭଳି ମନ୍ତବ୍ୟ ଦେଉଥିବା ରାଜନେତାମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ସୁପ୍ରିମକୋର୍ଟରେ ପିଟିଶନ ଦାଏର ହୋଇଥିଲା। ଗତ ୯ ତାରିଖରେ ଭାଜପା ଏମ୍‌ପି ପର୍ଭେଶ ବର୍ମା ଓ ଅନ୍ୟମାନେ ଦିଲ୍ଲୀରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଘୃଣିତ ମନ୍ତବ୍ୟ ଦେଇଥିଲେ। ଏହି ମାମଲାରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରପୂର୍ବ ଦିଲ୍ଲୀରେ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ଘଟଣାକୁ ନେଇ ବିକ୍ଷୋଭ ବେଳେ ଏକ ସମ୍ପ୍ରଦାୟକୁ ସମ୍ପୂର୍ଣ୍ଣ ବାସନ୍ଦ କରିବା ଲାଗି ପର୍ଭେଶ ଆହ୍ବାନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମର ଆୟୋଜକ ବିଶ୍ୱ ହିନ୍ଦୁ ପରିଷଦ ଓ ଅନ୍ୟମାନଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏତଲା ଦାଏର କରିଛି।
ତିନିଦିନିଆ ଭାରତ ଗସ୍ତରେ ଆସିଥିବା ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଦେଶରେ ମାନବାଧିକାର ଉଲ୍ଲଂଘନ ରେକର୍ଡ ଏବଂ ଘୃଣିତ ମନ୍ତବ୍ୟକୁ ନିନ୍ଦା କରିଥିଲେ। ଏହାର ଦୁଇଦିନ ପରେ ସୁପ୍ରିମକୋର୍ଟ ଘୃଣିତ ମନ୍ତବ୍ୟକୁ ନେଇ କଠୋର ଆଭିମୁଖ୍ୟ ପ୍ରକାଶ କରିଛନ୍ତି। ସମ୍ବିଧାନରେ ଭାରତକୁ ଧର୍ମନିରପେକ୍ଷ ରାଷ୍ଟ୍ର ଏବଂ ନାଗରିକମାନଙ୍କ ମଧ୍ୟରେ ଭ୍ରାତୃଭାବ ସେମାନଙ୍କ ମର୍ଯ୍ୟାଦାକୁ ସୁରକ୍ଷିତ ରଖିଥିବା କଥା କୁହାଯାଇଛି। ଦେଶର ଏକତା ଓ ସଂହତି ଏହାର ମାର୍ଗଦର୍ଶକ ସିଦ୍ଧାନ୍ତ ବୋଲି ସମ୍ବିଧାନର ପ୍ରସ୍ତାବନାରେ ଉଲ୍ଲେଖ ଥିବା ବିଚାରପତି କହିଛନ୍ତି। ଅଥଚ ବିଭିନ୍ନ ଦଣ୍ଡବ୍ୟବସ୍ଥା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ମୌଳିକ ଅଧିକାରର ସୁରକ୍ଷା କେବଳ ଅଦାଲତଙ୍କ ଦାୟିତ୍ୱ ନୁହେଁ, ସମ୍ବିଧାନର ସୁରକ୍ଷା ମଧ୍ୟ ଏହାର କାର୍ଯ୍ୟ ବୋଲି ଖଣ୍ଡପୀଠ କହିଛନ୍ତି। ଦେଶରେ ମୁସଲମାନ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଇ ଘୃଣିତ ମନ୍ତବ୍ୟ ଦିଆଯାଉଥିବାରୁ ଏହା ଉପରେ ଜରୁରୀ ହସ୍ତକ୍ଷେପ ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ହେଟ୍‌ ସ୍ପିଚ୍‌ ଘଟଣାର ଉପଯୁକ୍ତ ତଦନ୍ତ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ଆବେଦନକାରୀ ଶାହିନ ଅବଦୁଲ୍ଲା ଶୀର୍ଷ ଅଦାଲତଙ୍କୁ ନିବେଦନ କରିଥିଲେ। ଏନେଇ ଗୁରୁବାର ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ଜବାବ ମାଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରୀ ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

‘ଆଗକୁ ବଢ଼ିବେ ଚାଷୀ, ସରକାରୀ ଯୋଜନାରେ ସାମିଲ ହୋଇ ହେବେ ଉପକୃତ’

ଭଞ୍ଜନଗର,୧୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପଡ଼ିଆରେ ଗୁରୁବାର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜନଗର ଉପଜିଲାପାଳ...

ନିତିନ ଗଡ଼କରୀଙ୍କୁ ଭେଟିଲେ ପ୍ରିୟଙ୍କା ଗାନ୍ଧୀ: ଆଲୋଚନାରେ ଉଠିଲା ‘ଭାଇ-ଭଉଣୀ’ କଥା

ନୂଆଦିଲ୍ଲୀ,୧୮ା୧୨: କେରଳର ବିକାଶମୂଳକ କାର୍ଯ୍ୟକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଭେଟିଛନ୍ତି ୱାୟାନାଡ୍ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭାଦ୍ରା।...

ବଲାଙ୍ଗୀରରେ ଗଠନ ହେଲା ଭାଜପାର ୯୦ ଜଣିଆ ଟିମ୍‌, ସୁଦୃଢ଼ ହେବ…

ବଲାଙ୍ଗୀର,୧୮ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭାରତୀୟ ଜନତା ପାର୍ଟି ତରଫରୁ ଗୁରୁବାର ଜିଲା ସ୍ତରରେ ଏକ ବୈଠକ ପଥରଚେପା ଭାଜପା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଛି। ଭାଜପା...

ବଡ଼ ଜାଲିଆତିର ଖୁଲାସା: ଗାଁରେ ଜନସଂଖ୍ୟା ୧୫୦୦, ତିନି ମାସରେ ୨୭,୦୦୦ ଶିଶୁ ଜନ୍ମ!

ମୁମ୍ବାଇ,୧୮ା୧୨: ମହାରାଷ୍ଟ୍ରର ଏକ ଛୋଟ ଗାଁରେ ଏପରି ଏକ ଘଟଣା ଘଟିଛି, ଯାହା ପ୍ରଶାସନର ନିଦ ହଜାଇ ଦେଇଛି। ୟବତମାଲ ଜିଲାର ଆର୍ନି ତହସିଲ ଅନ୍ତର୍ଗତ...

ପାରିବାରିକ ବିବାଦର କରୁଣ ପରିଣତି, ସ୍ବାମୀଙ୍କୁ ଗାମୁଛାରେ ହତ୍ୟାକଲେ ସ୍ତ୍ରୀ

ସମ୍ବଲପୁର,୧୮।୧୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତିବିହାର ଠାରେ ଜଣେ ଏମସିଏଲ କର୍ମଚାରୀଙ୍କୁ ତାଙ୍କ ଧର୍ମପତ୍ନୀ ତଣ୍ଟି ଚିପି ହତ୍ୟା କରିଛନ୍ତି । ମୃତ...

ଜମୁଛି କାର୍ତ୍ତିକ-ଅନନ୍ୟାଙ୍କ ଯୋଡ଼ି, ଟ୍ରେଲର ରିଲିଜ ପରେ ସାମ୍ନାକୁ ଆସିଲା…

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ ଅନନ୍ୟା ପାଣ୍ଡେଙ୍କ ରୋମାଣ୍ଟିକ-କମେଡି ଫିଲ୍ମ ‘ତୁ ମେରି ମୈ ତେରା ମୈ ତେରା ତୁ ମେରି’ର ଟ୍ରେଲର ଗୁରୁବାର ରିଲିଜ...

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ, ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ବିଚାର ପାଇଁ ଭାଜପା ବିଧାୟକଙ୍କ ପ୍ରସ୍ତାବ

ଭୁବନେଶ୍ବର,୧୮।୧୨: ଆଜି ଭାଜପା ବିଧାୟକ ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ତେବେ ଆଜି ବୈଠକ ପରେ ଶାସକ ଦଳର ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri