ଦୂଷିତ ଜଳ, ଚିନ୍ତାରେ ଜିଲାବାସୀ

କେନ୍ଦ୍ରାପଡ଼ା,୨୪ା୩ (ଜଗନ୍ନାଥ ଧଳ):ଖରାର ପ୍ରକୋପ ବଢ଼ୁଛି। ଅସହ୍ୟ ଖରାତାତି ସହ ପାନୀୟ ଜଳ ସମସ୍ୟା କେନ୍ଦ୍ରାପଡ଼ା ଜିଲାବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି। ଏହି ସମସ୍ୟାର ସମାଧାନ ପାଇଁ ଜିଲା ପ୍ରଶାସନ ନିକଟରେ ପ୍ରତ୍ୟେହ ଅଭିଯୋଗର ସଂଖ୍ୟା ବଢ଼ୁଛି। ଅପରପକ୍ଷେ ଜିଲାରେ ଏବେ ଏକ ନୂଆ ସମସ୍ୟା ଜଣ୍ଡିସ ରୋଗ ରୂପରେ ଆସିଛି। ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ଏପରି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପାନୀୟ ଜଳ ସମସ୍ୟାରେ ଏହି ରୋଗ ବଢ଼ୁଥିବା ଜିଲାରେ ଏବେ ଆଲୋଚନା ହେଉଛି ା ଭୁଗର୍ଭ ଜଳ ସଙ୍କଟରେ ଥିବା ଏହି ଜିଲାରେ ପାଉଚ, ବୋତଲ, ଲସି, ଆଇସକ୍ରୀମ ଆଦି ଶୋଷ ମେଣ୍ଟାଉ ଥିବା ବେଳେ ଏହାର ମୂଳ ଭିତ୍ତିଭୂମି ପାଣିର ନମୁନା ସଂଗ୍ରହ ହେଉନାହିଁ। ଯାହା ଏବେ ଜିଲାବାସୀଙ୍କ ଚିନ୍ତାର କାରଣ ସାଜିଛି।
ଏ ସଂକ୍ରାନ୍ତରେ ମହାକାଳପଡ଼ାର ପ୍ରଭାତ କୁମାର ତ୍ରିପାଠୀ କହିଛନ୍ତି, ଖରାଦିନ ଆରମ୍ଭରୁ ଜିଲାର ଉପାନ୍ତ ଅଞ୍ଚଳରେ ଜଣ୍ଡିସ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ା ଗତ ୩ ବର୍ଷ ମଧ୍ୟରେ ଏହି ରୋଗରେ ଜିଲାର ୧୪ ଲୋକଙ୍କ ମୃତ୍ୟୁ ହୋଇଛି ା ଜଣ୍ଡିସ ପାଇଁ ଅନ୍ୟ କାରଣ ଥିଲେ ମଧ୍ୟ ଅସ୍ବାସ୍ଥ୍ୟକର ପାନୀୟ ଜଳ ଏହାକୁ ଅଧିକ ଜଟିଳ କରିଛି ା ଜିଲାର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ରାଜକନିକା, ରାଜନଗର, ଆଳି, ମହାକାଳପଡ଼ା ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ଭୂଗର୍ଭ ଜଳ ଲୁଣିଆ ା ଏଥି ସହିତ ଅନ୍ୟ ୪ ବ୍ଲକ ଅଞ୍ଚଳରେ ଭୂଗର୍ଭ ଜଳ ସଙ୍କଟ ଥିବା ରାଜ୍ୟ ଓ କେନ୍ଦ୍ର ସରକାର ପକ୍ଷରୁ ସର୍ଭେ ହୋଇଛି ା ନଦୀଜଳକୁ ପାନୀୟ ଜଳ ଭାବେ ବ୍ୟବହାର ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ କାଗଜପତ୍ରରେ ସୀମିତ ରହିଛି। ସମୟ ଅବଧି ସରିଥିଲେ ମଧ୍ୟ ପ୍ରକଳ୍ପ ସାଧାରଣ ଲୋକଙ୍କ ପାଇଁ ଉପଯୋଗୀ ହୋଇନାହିଁ ା ଫଳରେ ସାଧାରଣ ଲୋକ ଶୁଦ୍ଧ ପାନୀୟ ଜଳରୁ ବଞ୍ଚତ୍ତ ହୋଇ ବିଭିନ୍ନ ରୋଗରେ ପଡୁଛନ୍ତି ା ପଟ୍ଟାମୁଣ୍ଡାଇ ବ୍ଲକ ଦେଉଳିସ୍ଥିତ ଉତ୍କଳମଣି ଯୁବକ ସଂଘର ସଭାପତି ଗୌତମ କୁମାର ବେହେରା କହିଛନ୍ତି, ଅଧିକାଂଶ ନଳକୂପ ଅଚଳ ା ଶୋଷ ମେଣ୍ଟାଇବା ପାଇଁ ଗ୍ରାମାଞ୍ଚଳରେ ପାଉଚ ଓ ବୋତଲ ପାଣି ଉପରେ ନିର୍ଭର କରିବାକୁ ପଡୁଛି ା ତେବେ ଏହି ପାଣି କେବେ ସୁଦ୍ଧା ବ୍ୟବହାର କରିହେବ, ସେଥିନେଇ କୌଣସି ସୂଚନା ନାହିଁ ା ବିଭିନ୍ନ ସ୍ଥାନରେ ନକଲି ପାଣି ପାଉଚ ଓ ବୋତଲ ଫ୍ୟାକ୍ଟି ବ୍ୟବସାୟ ଲମ୍ବି ଚାଲିଛି ା ସେହିପରି ଖରାଦିନେ ଆଇସ୍‌କ୍ରିମ, ଲସି, ଫଳରସ ଆଦିର ଚାହିଦା ବଢ଼ିଛି ା କାରଖାନାରେ ବରଫ ପାଇଁ ବ୍ୟବହାର ହେଉଥିବା ପାଣିର ନମୁନା ଜିଲା ପ୍ରଶାସନର ଅଧିକାରୀ ସଂଗ୍ରହ କରି ପରୀକ୍ଷା କରିବା ନଜିର ନାହିଁ ା ଏପରି ପାଣି ପିଇବା ପରେ ଜଣ୍ଡିସ ରୋଗ ବଢ଼ୁଥିବା ସେ ଆଶଙ୍କା ପ୍ରକାଶ କରିଛନ୍ତି ା ବୁଦ୍ଧିଜୀବୀ ବିରେନ କୁମାର ଦାସ କହିଛନ୍ତି, ଗତ ଦୁଇବର୍ଷ ପୂର୍ବେ ପାଣିରେ ଇକୋଲି ଥିବା ପରୀକ୍ଷା ପରେ ଜଣା ପଡିଥିଲା ା ସେହିପରି ପଡୋଶୀ ଜିଲାର ଶିଳ୍ପ ବର୍ଜବସ୍ତୁ ଜିଲାରେ ପ୍ରବାହିତ ନଦୀ ନାଳରେ ମିଶୁଥିବାରୁ ଜଳ ଏହା ରୋଗବାହକ ହୋଇଛି ା ଏହାବ୍ୟତୀତ ଉନ୍ନୟନ କାର୍ଯ୍ୟ ସମୟରେ ଗଛକଟା ହେଉଥିଲେ ମଧ୍ୟ ଏହାର ପରିପୂରକ ଗଛ ଲଗାଯାଉନାହିଁ ା ଖରାରେ ଅତିଷ୍ଠ ଲୋକ ପାଣି ପାଇଁ ଏବେ ଗରଳ ପିଇବାକୁ ବାଧ୍ୟ ହେଉଛନ୍ତି ା ଜିଲା ପ୍ରଶାସନ ପକ୍ଷରୁ ଖରାଦିନେ ପାଣି ବ୍ୟବସ୍ଥା କରୁଥିଲେ ମଧ୍ୟ ତାହା ମାଠିଆ, ବ୍ୟାନର ଓ ଟଙ୍କା ଖର୍ଚ୍ଚରେ ସୀମିତ ରହୁଛି ା ଜଳସଙ୍କଟ ଥିବା ଏହି ଜିଲାର ପାନୀୟ ଜଳ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଜିଲା ପ୍ରଶାସନକୁ ନିବେଦନ କରାଯାଇଛି। ଏଡିଏମ୍‌ ପୀତାମ୍ବର ସାମଲ କହିଛନ୍ତି, ଖରାରୁ ରକ୍ଷା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ତ୍ୱରାନ୍ବିତ କରାଯାଉଛିି ା


Enter your email to get our daily news in your inbox.

All Right Reserved By Dharitri.Com

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ଗଜପତିରେ ଭାଜପାକୁ ବଡ଼ ଝଟକା: ଶଙ୍ଖ ଭବନରେ ବିଜେଡିରେ ସାମିଲ ହେଲେ ସରପଞ୍ଚଙ୍କ ସମେତ ୬୦ରୁ ଊଦ୍ଧର୍‌ବ କର୍ମୀ, ସ୍ବାଗତ କଲେ…

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାରେ ଭାଜପା ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଗୋଷାଣି ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତର ଭାଜପା ସମର୍ଥିତ ସରପଞ୍ଚଙ୍କ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri