ପୋତାହେଲା ଅପମିଶ୍ରିତ ସାମଗ୍ରୀ

ଚୌଦ୍ୱାର,୧।୩(ଡି.ଏନ.ଏ.): ଟକ ସହର ସମେତ ଏହାର ଉପକଣ୍ଠରେ ଗତ କିଛି ମାସ ମଧ୍ୟରେ ଚଢାଉ କରାଯାଇ ଅନେକ ନକଲି ଓ ଅପମିଶ୍ରିତ କାରଖାନା ଠାବ କରାଯାଇଛି। ସେଠାରୁ ଘିଅ, ତେଲ, ମସଲାଗୁଣ୍ଡ, ଚା, ନକଲି ଜର୍ଦ୍ଦା, ହଳଦୀଗୁଣ୍ଡ ଜବତ କରାଯାଇଛି। ଏହି ସାମଗ୍ରୀ ରାଜ୍ୟର ବିଭିନ୍ନ ସ୍ଥାନକୁ ବିକ୍ରି ପାଇଁ ପଠାଯାଉଛି। ପରବର୍ତ୍ତୀ ସମୟରେ ଏହା ଅପମିଶ୍ରିତ ବୋଲି ଜଣାପଡିବା ପରେ ଜନଅସନ୍ତୋଷ ଦେଖାଦେଉଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କାରଖାନାରେ ଚଢାଉ କରାଯାଇ ବିପୁଳ ପରିମାଣର ଅପମିଶ୍ରିତ ସାମଗ୍ରୀ ଜବତ କରାଯାଉଛି। ଏହାକୁ ପରୀକ୍ଷା ପାଇଁ ପଠାଯାଉଛି। ପରବର୍ତ୍ତୀ ସମୟରେ ଏହା ଖାଦ୍ୟ ଅନୁପଯୋଗୀ ବୋଲି ଜଣାପଡିବାରୁ ତାହାକୁ ନଷ୍ଟ କରି ପୋତି ଦିଆଯାଉଛି। ଏହି କ୍ରମରେ ଚୌଦ୍ୱାର ପୌରପାଳିକା ୯ନଂ. ୱାର୍ଡ ବାଳିକା ଉଚ୍ଚବିଦ୍ୟାଳୟ ନିକଟ ଏକ କାରଖାନାରୁ ଜବତ ହୋଇଥିବା ଅପମିଶ୍ରିତ ଘିଅ ଓ ସସ୍‌କୁ ରବିବାର ପୋଲିସ ନଷ୍ଟ କରିଛି। ନଷ୍ଟ ସାମଗ୍ରୀ ମଧ୍ୟରେ ରହିଛି ୪୦ ପେଟି ଟମାଟୋ ଓ ଚିଲି ସସ୍‌ ଏବଂ ଭିନେଗାର, ୨୦ ପେଟି ଅପମିଶ୍ରିତ ଘିଅଡବା ଓ ୧୦ ଟିଣ ଅପମିଶ୍ରିତ ଘିଅ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ସବୁ ଅପମିଶ୍ରିତ ଘିଅ, ସସ୍‌ ବୋତଲ ଓ ସାମଗ୍ରୀ ପ୍ରସ୍ତୁତ ପାଇଁ ରହିଥିବା କଞ୍ଚାମାଲଗୁଡିକୁ ଚୌଦ୍ୱାରସ୍ଥିତ ବଧୀ ପଡିଆ ନିକଟରେ ଗାତ ଖୋଳି ପୋତି ଦିଆଯାଇଛି। ଏହି ସମୟରେ ଜୋନ୍‌-୧ ଏସିପି ଅମରେନ୍ଦ୍ର ପଣ୍ଡା, ଚୌଦ୍ୱାର ଥାନା ଆଇଆଇସି ବିରଞ୍ଚି ନାରାୟଣ ପତି, ଏସ୍‌ଆଇ ବୃନ୍ଦାବନ ସାହୁଙ୍କ ସହ ଥାନା କର୍ମଚାରୀ ଉପସ୍ଥିତ ଥିଲେ। ନଷ୍ଟ ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଚୌଦ୍ୱାର ଥାନା ଆଇଆଇସି ପତି କହିଛନ୍ତି।
ଗତ ସେପ୍ଟେମ୍ବର ୧୪ ତାରିଖରେ ଉକ୍ତ କାରଖାନାରେ କଟକ କମିଶନରେଟ ପୋଲିସ ଓ ଚୌଦ୍ୱାର ପୋଲିସ ମିଳିତ ଭାବେ ଚଢାଉ କରି ବିପୁଳ ପରିମାଣର ଅପମିଶ୍ରିତ ଘିଅ ଓ ସସ୍‌ ଜବତ କରିଥିଲା। ଏହି ଘଟଣାରେ କାରଖାନା ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କାରଖାନାକୁ ସିଲ୍‌ କରିବା ସହ ଜବତ ସାମଗ୍ରୀର ନମୁନା ପରୀକ୍ଷା ପାଇଁ ପଠାଇଥିଲା। ପରେ ଏହି ସାମଗ୍ରୀ ଖାଦ୍ୟ ଉପଯୋଗୀ ନୁହେଁ ବୋଲି ଜଣାପଡିବାରୁ ତାହାକୁ ପୋତାଗଲା ବୋଲିି ଏସିପି ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

କୋରାପୁଟରେ ମୋକିମ୍‌: ଦଳକୁ ମଜଭୁତ କରିବାକୁ କସରତ: ବିଜେଡି,କଂଗ୍ରେସ ଛାଡ଼ି…

କୋରାପୁଟ,୪।୪(ଅମିତାଭ ବେହେରା): ପୂର୍ବତନ ବିଧାୟକ ତଥା ଓଡ଼ିିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୋକିମ୍‌ ଶନିବାର କୋରାପୁଟ ଗସ୍ତରେ ଯାଇଛନ୍ତି। ସେମିଲିଗୁଡାରେ ଆୟୋଜିତ ଏକ ମିଶ୍ରଣ ପର୍ବ…

ହର୍ମୁଜରେ ଅପମାନ ପରେ, ଇରାନ ଆମେରିକାକୁ ଦେଲା ନୂଆ ଅଲ୍ଟିମେଟମ; ବାବ ଅଲ-ମାଣ୍ଡେବ ଉପରେ ମଧ୍ୟ ରହିଛି ବିପଦ

ତେହରାନ,୪।୪: ଇରାନରୁ ଏକ ସଙ୍କେତ ଆସିଛି ଯାହା ସମଗ୍ର ବିଶ୍ୱରେ ଚିନ୍ତାକୁ ବୃଦ୍ଧି କରିଛି। ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଉତ୍ତେଜନା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri