ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସମସ୍ୟା ବୁଝିବ ସମ୍ପର୍କ କେନ୍ଦ୍ର

ବ୍ରହ୍ମପୁର ଅଫିସ,୧୧ା୧୨: ଗ୍ରାମାଞ୍ଚଳରେ ସମସ୍ତ ପ୍ରକାର ବିଦ୍ୟୁତ ସଂପର୍କିତ ସମସ୍ୟାର ସମାଧାନ ଗୋଟିଏ ସ୍ଥାନରେ କରିବା ପାଇଁ ଟିପି ସଦର୍ଣ୍ଣ ଓଡିଶା ଲିମିଟେଡ (ଟିପିଏସ୍‌ଓଡିଏଲ) ସମ୍ପର୍କ କେନ୍ଦ୍ର କରୁଛି। ବ୍ରହ୍ମପୁର ବିଦ୍ୟୁତ ଡିଭିଜନ-୨ ଓ ହିଞ୍ଜିଳିକାଟୁ ଡିଭିଜନରେ ଏହି କାର୍ଯ୍ୟ ସଫଳତାର ସହ ସମ୍ପାଦିତ ହୋଇଛି। ଟିପିଏସଓଡିଏଲ ସମସ୍ତ ଗ୍ରାମୀଣ ଏଫସିସିକୁ ସମ୍ପର୍କ କେନ୍ଦ୍ରରେ ପରିଣତ କରିବ। ଗ୍ରାମୀଣ ସେବା ପ୍ରଦାନରେ ସମ୍ପର୍କ କେନ୍ଦ୍ର ଗୁଡିକ ପରିବର୍ତ୍ତନକାରୀ ଭୂମିକା ତୁଲାଇବେ। ବିଦ୍ୟୁତ ବିଲ ପୈଠ ସମସ୍ୟା, ବିବାଦୀୟ ବିଲର ଫଇସଲା, ଯୋଗାଯୋଗ ନଂ ଓ ଇ-ମେଲ ଠିକଣା ଅପଡେଟ, ନୂଆ ସଂଯୋଗ ବିଷୟରେ ସୂଚନା ଓ ବକେୟାର ସ୍ପଟ ଇଲେକ୍ସନ ଏବଂ ମିଟର ନ ଥିବା ସଂଯୋଗର ନିୟମିତକରଣ, ବାଣିଜି୍ୟକ ଅଭିଯୋଗ ଦାଖଲ ଆଦି ସମସ୍ୟାର ସମାଧାନ ପାଇଁ ଗ୍ରାହକମାନେ ସମ୍ପର୍କ କେନ୍ଦ୍ରକୁ ଆସିପାରିବେ। ଏହି ପ୍ରକ୍ରିୟାକୁ ଅଧିକ ସହଜ କରିବା ପାଇଁ ଗ୍ରାହକମାନେ ସେମାନଙ୍କ ଅଭିଯୋଗ ପାଇଁ ୨୪ ଘଣ୍ଟିଆ ଦେୟମୁକ୍ତ ନଂ-୧୯୧୨ କିମ୍ବା ୧୮୦୦୩୪୫୬୭୯୭ରେ ଯୋଗାଯୋଗ କରିପାରିବେ। ଏଥିସହ ନୂତନ ସଂଯୋଗ ପାଇଁ ୭୦୦୮୮୦୮୮୮୮ରେ ମିସଡ କଲ କରିପାରିବେ ବୋଲି ଟିପିଏସଓଡିଏଲ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅରବିନ୍ଦ ସହି ସୂଚନା ଦେଇଛନ୍ତି।