ଗ୍ରାହକଙ୍କ ବିଶ୍ୱାସ ଲୋକପ୍ରିୟ ବ୍ରାଣ୍ଡ୍‌ କରିଛି

ଏଲ୍‌ଜି ପାଇଁ ଓଡ଼ିଶା ବଜାର କିଭଳି ଗୁରୁତ୍ୱ ରଖୁଛି?
ସାରା ଦେଶରେ ଆମର କାରବାର ବେଶ୍‌ ଭଲ ରହିଛି। ପ୍ରମୁଖ ବ୍ୟବସାୟ କ୍ଷେତ୍ର ମଧ୍ୟରେ ଓଡ଼ିଶା ବଜାର ଅନ୍ୟତମ। ଏଠାରେ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବ୍ୟବସାୟ ନେଟଓ୍ବର୍କ ଦୃଢ଼ କରିଛୁ। ବିଭିନ୍ନ ପଦକ୍ଷେପ ଦ୍ୱାରା ବ୍ୟବସାୟକୁ ସର୍ବାଧିକ ଗୁରୁତ୍ୱ ଦେଉଛୁ। ଏକକ ନୀତି ଯୋଗୁ ଏଲ୍‌ଜି ଏକ ନମ୍ବର କଞ୍ଜ୍ୟୁମର ପ୍ରଡକ୍ଟ ଯୋଗାଣକାରୀ ହୋଇପାରିଛି। ଓଡ଼ିଶାରେ ଏକ ମିଶ୍ରିତ ବଜାର ରହିଛି। ୩୦% ଲୋକ ସହରାଞ୍ଚଳ ଏବଂ ୭୦% ଲୋକ ଗ୍ରାମାଞ୍ଚଳରେ ରହୁଛନ୍ତି। ବଜାର ସର୍ଭେ ଦ୍ୱାରା ଲୋକଙ୍କ ଚାହିଦା ଅନୁଧ୍ୟାନ କରୁଛୁ। ପ୍ରତି ଓଡ଼ିଆଙ୍କ ଘରେ ଏଲ୍‌ଜି ପ୍ରଡକ୍ଟ ପହଞ୍ଚି ପାରିଛି। ପ୍ରଡକ୍ଟରେ ସୁଲଭତା ଦେଉଛୁ, ଯାହା ଗ୍ରାହକ ଆଦୃତି ପ୍ରଦାନ କରିପାରିଛି।
କୋଭିଡ୍‌୍‌କୁ କିଭଳି ସାମ୍ନା କରିଛନ୍ତି?
କୋଭିଡ୍‌-୧୯ ବ୍ୟବସାୟ କ୍ଷେତ୍ରକୁ ମାନ୍ଦାବସ୍ଥା ମଧ୍ୟକୁ ଠେଲି ଦେଇଛି। କାରବାରକୁ ଗତିଶୀଳ କରାଇବା ପାଇଁ ପ୍ରତିହତ ଯୋଜନା ହାତକୁ ନିଆଯାଇଛି। କର୍ମଚାରୀ ଏବଂ ସହଯୋଗୀଙ୍କୁ କୋଭିଡ୍‌ ସହାୟତା ଦିଆଯାଇଛି। ଚାହିଦାକୁ ଦେଖି ନୂଆ ଜ୍ଞାନକୌଶଳ ଏବଂ ସ୍ବତନ୍ତ୍ର ପ୍ରଡକ୍ଟ ପ୍ରସ୍ତୁତ ହେଉଛି। ସଙ୍କଟ ସ୍ଥିତି ବିଚାରକୁ ନେଇ ସମାଧାନ ପନ୍ଥା ଗ୍ରହଣ କରାଯାଇଛି। ପ୍ରଥମ ଲହରରେ ଗ୍ରାହକଙ୍କୁ ବୀମା ସୁବିଧା ଦେଇଥିଲୁ। କୋଭିଡ୍‌ ନିୟମକୁ ମାନି ସେବା ଯୋଗାଇଛୁ। ଦ୍ୱିତୀୟ ଲହରରେ ମେଡିକାଲ ସୁବିଧା ଓ ଡାକ୍ତରୀ ପରାମର୍ଶ ପ୍ରଦାନ କରାଯାଇଛି। ବିପଦ ସମୟରେ ଉଭୟ ଗ୍ରାହକ ଓ କର୍ମଚାରୀଙ୍କ ସହ କମ୍ପାନୀ ଛିଡ଼ା ହୋଇଛି।
ଜିଏସ୍‌ଟିକୁ କିଭଳି ଦେଖୁଛନ୍ତି?
ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆସିବା ପରେ ଅନେକ ସୁବିଧା ହେଉଛି। ସିଙ୍ଗଲ୍‌ ବିଲ୍‌ ବ୍ୟବସ୍ଥା ବେଶ୍‌ ସହାୟକ ହୋଇଛି। ପୂର୍ବର ସମସ୍ୟା ଆଉ ନାହିଁ। ବ୍ୟବସାୟ ଓ ଗ୍ରାହକଙ୍କ ମଧ୍ୟରେ ସ୍ବଚ୍ଛତା ଆସିଛି। ରାଜ୍ୟଗୁଡ଼ିକ ସ୍ତରରେ ଲାଗୁ ହେଉଥିବା ବହୁ ଟିକସ ଜିଏସ୍‌ଟିରେ ସାମିଲ ହେବାରୁ ଏକକ ଟିକସ ଲାଗୁ ହୋଇଛି। ବ୍ୟବସାୟ ବର୍ତ୍ତମାନ ସରଳ ଓ ସହଜ ହୋଇଛି।
ଅନ୍ୟ ବ୍ରାଣ୍ଡଠାରୁ ଏଲ୍‌ଜି କିଭଳି ଭିନ୍ନ?
ନୂଆ ପଦକ୍ଷେପ ଦ୍ୱାରା ପ୍ରତିଦ୍ୱନ୍ଦ୍ୱୀ ବ୍ରାଣ୍ଡଗୁଡ଼ିକଠାରୁ ଆଗରେ ରହିବାକୁ ଚେଷ୍ଟା ଜାରି ରହିଛି। ଷ୍ଟୋରରେ ଗ୍ରାହକଙ୍କ ଆବଶ୍ୟକତାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି। ପ୍ରତି ଜିଲାରେ ସେବା କେନ୍ଦ୍ର ଏବଂ ନିର୍ଦ୍ଦିଷ୍ଟ ଜିଲାଗୁଡ଼ିକରେ ସର୍ଭିସ ସେଣ୍ଟର ସ୍ଥାପନ କରିଛୁ। ଗ୍ରାହକ ସନ୍ତୁଷ୍ଟି, ତତ୍କାଳ ସେବା ଏବଂ ବିକ୍ରି ପରବର୍ତ୍ତୀ ସେବାକୁ ଗୁରୁତ୍ୱ ଦେଇଆସିଛୁ।
ପାର୍ବଣରେ କିଛି ଯୋଜନା
ରଖିଛନ୍ତି କି?
୨୫ ବର୍ଷ ହେବ ଓଡ଼ିଶାରେ ସଫଳ ଭାବେ କାରବାର କରୁଛୁ। କୋଭିଡ୍‌ ସମୟରେ ସ୍ବତନ୍ତ୍ର ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଡିମାଣ୍ଡ ଅଧିକ ରହିଛି। ଲୋକମାନେ ଚାହଁୁଥିବା ପ୍ରଡକ୍ଟ କିଭଳି ପାଇପାରିବେ ତାକୁ ଧ୍ୟାନରେ ରଖାଯାଇଛି। ଓଡ଼ିଶାରେ ସାରା ବର୍ଷ ପର୍ବପର୍ବାଣି ରହୁଥିବାରୁ ବିଭିନ୍ନ ପଦକ୍ଷେପ ସହ ସ୍ବତନ୍ତ୍ର ଅଫର ସୁବିଧା କରାଯାଇଥାଏ। ବଜାର ସ୍ଥିତିକୁ ଦେଖି ବିଭିନ୍ନ ଅଫର ଡିଜାଇନ କରାଯିବାକୁ ଯୋଜନା ରଖାଯାଇଛି। ଏଠାରେ ୧୪ଟି ବ୍ରାଣ୍ଡ ଷ୍ଟୋର ଓ ୧୦୦୦ରୁ ଉର୍ଦ୍ଧ୍ୱ ଆଉଟଲେଟରେ ଗ୍ରାହକ କମ୍ପାନୀର ବିଭିନ୍ନ ସେବା ଲାଭ କରିପାରିବେ।
କର୍ମକ୍ଷେତ୍ର ପରିବାର ମଧ୍ୟରେ କେମିତି ସମନ୍ବୟ ରଖନ୍ତି?
ଜୀବନରେ ଅନେକ ପରୀକ୍ଷା ଆସିବ। ବିଭିନ୍ନ କାମ ପାଇଁ ସମୟ ବାହାର କରିବାକୁ ପଡ଼ିବ। କମ୍ପାନୀ କର୍ତ୍ତୃପକ୍ଷ ଓ ପରିବାରର ଲୋକଙ୍କ ସହଯୋଗ ଯୋଗୁ ସବୁ କାମ ଠିକ୍‌ ଭାବେ ହୋଇପାରୁଛି। କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ହୋଇଥିବାରୁ ଅନେକ ଦାୟିତ୍ୱ ରହିଛି। ପରିବାର ଲୋକଙ୍କ ପାଇଁ କର୍ତ୍ତବ୍ୟ ରହିଛି। ସବୁ ଥିରେ ସମନ୍ବୟ ରଖିବାକୁ ଶତ ପ୍ରତିଶତ ଚେଷ୍ଟା ଜାରି ରଖିଛି।

-ସାକ୍ଷାତ୍‌କାର: ଅଭୟ ଦାଶ


Enter your email to get our daily news in your inbox.

All Right Reserved By Dharitri.Com

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

ଅପହଞ୍ଚ ଅଞ୍ଚଳରେ ଆଇଏଏସ୍‌ ଅଧିକାରୀ: ପାହାଡ଼ ଚଢ଼ି ଆଦିବାସୀଙ୍କ ବୁଝିଲେ ଦୁଃଖ, ପ୍ରସ୍ତୁତ ହେଲା ବିକାଶର ବ୍ଲୁ-ପ୍ରିଣ୍ଟ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଓ ଦେର୍ଲାଠି ଭଳି ଅପହଞ୍ଚ ଗ୍ରାମଗୁଡ଼ିକରେ ପ୍ରଥମକରି…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri