ଖାଉଟି ମୁଣ୍ଡରେ ତେଲ ବୋଝ

ଭୁବନେଶ୍ୱର/ନୂଆଦିଲ୍ଲୀ,୨।୧୦: ନିକଟରେ ଅନୁଷ୍ଠିତ ୪୫ତମ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିଷଦ ବୈଠକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟବୃଦ୍ଧିରେ ଅଙ୍କୁଶ ଲଗାଇବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଥିଲା। ହେଲେ କେନ୍ଦ୍ର ଏବଂ ରାଜ୍ୟ ସରକାର ମଧ୍ୟରେ ଏ ନେଇ ସହମତି ପ୍ରକାଶ ପାଇପାରିଲାନାହିଁ। କେରଳ ହାଇକୋର୍ଟ ତେଲକୁ ଜିଏସ୍‌ଟି ପରିସରଭୁକ୍ତ କରାଇ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପରିଷଦକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକ ତାହାକୁ ଗ୍ରହଣ କଲେ ନାହିଁ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ରେକର୍ଡ ଉଚ୍ଚରେ ରହିବା ଯୋଗୁ ଘରୋଇ ବଜାରରେ ତେଲ ଦରରେ ନିଆଁ ଲାଗି ସର୍ବକାଳୀନ ରେକର୍ଡ ଛୁଇଁଛି। ତେଲ ବୋଝ ଖାଉଟିଙ୍କୁ ହନ୍ତସନ୍ତ କରୁଛି।
କ୍ରମାଗତ ଦ୍ୱିତୀୟ ଦିନ ଲାଗି ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ଏହି ଦର ବୃଦ୍ଧି ଯୋଗୁ ଭାରତୀୟ ତୈଳ ବଜାରରେ ଏହା ସର୍ବକାଳୀନ ରେକର୍ଡ କରିଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌)ର ସୂଚନା ଅନୁସାରେ ଶୁକ୍ରବାର ଭୁବନେଶ୍ୱରରେ ଡିଜେଲ ୩୨ ପଇସା ଏବଂ ପେଟ୍ରୋଲ ୨୫ ପଇସା ବଢ଼ିଛି। ଫଳରେ ଏଠାରେ ଡିଜେଲ ଲିଟର ପିଛା ୯୮.୩୨ଟଙ୍କା ଏବଂ ପେଟ୍ରୋଲ ୧୦୨.୭୬ ଟଙ୍କାରେ ବିକ୍ରି ହେଉଛି। ସେହିଭଳି କଟକ ସହରରେ ଡିଜେଲ ଲିଟର ପିଛା ୯୮.୬୬ ଟଙ୍କା ଓ ପେଟ୍ରୋଲ ୧୦୩.୧୧ ଟଙ୍କାରେ ପହଞ୍ଚତ୍ଛି।
ଗତ କିଛି ମାସ ହେବ ତୈଳ ଦର କ୍ରମାଗତ ଉଚ୍ଚା ରହୁଛି। ଫଳରେ ଓଡ଼ିଶା ସମେତ ଭାରତର ବିଭିନ୍ନ ଅଞ୍ଚଳରେ ମଧ୍ୟ ଉଭୟ ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚତ୍ଛି। କ୍ରମାଗତ ଦର ବୃଦ୍ଧି ଫଳରେ ମାଲକାନଗିରି (କାଲିମେଳା) ଅଞ୍ଚଳରେ ତେଲ ଦର ସର୍ବାଧିକ ପେଟ୍ରୋଲ ୧୦୮.୪୫ ଟଙ୍କା ଏବଂ ଡିଜେଲ ୧୦୪.୦୫ଟଙ୍କା ଥିବା ବେଳେ ସର୍ବନିମ୍ନ ଦର ଖୋର୍ଦ୍ଧା ଜିଲାର
ଜଟଣୀ ଅଞ୍ଚଳରେ ଡିଜେଲ ୯୮.୧୪ ଟଙ୍କା ଏବଂ ପେଟ୍ରୋଲ ୧୦୨.୫୭ ଟଙ୍କାରେ କାରବାର ହେଉଛି ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏଶନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି।
ସେହିପରି ନୂଆଦିଲ୍ଲୀରେ ମଧ୍ୟ ଡିଜେଲ ୩୦ ପଇସା ଏବଂ ପେଟ୍ରୋଲ ୨୫ ପଇସା ବଢ଼ିଥିବା ସୂଚନା ମିଳିଛି। ଏହା ଫଳରେ ସେଠାରେ ଡିଜେଲ ଲିଟର ପିଛା ୯୦.୧୭ ଟଙ୍କା ଏବଂ ପେଟ୍ରୋଲ ୧୦୧.୮୯ ଟଙ୍କାରେ କାରବାର ହେଉଛି। ଚଳିତ ବର୍ଷ ଜୁଲାଇ ୧୭ରେ ଶେଷ ଥର ପାଇଁ ଦିଲ୍ଲୀରେ ସର୍ବାଧିକ ପେଟ୍ରୋଲ ୧୦୧.୮୪ ଟଙ୍କା ଏବଂ ଡିଜେଲ ୮୯.୮୭ ଟଙ୍କାରେ ରହିଥିଲା, ଯାହା ଅକ୍ଟୋବର ପହିଲାରୁ ସେ ସମସ୍ତ ରେକର୍ଡ ଭଙ୍ଗ କରି ସର୍ବକାଳୀନ ନୂଆ ରେକର୍ଡ କରିଛି।
ଅପରପକ୍ଷରେ ଦେଶର ପ୍ରମୁଖ ମେଟ୍ରୋ ସହର ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇରେ ମଧ୍ୟ ଡିଜେଲ ଦର ୨୯ରୁ ୩୨ ପଇସା ବଢ଼ି ଯଥାକ୍ରମ ୯୪.୭୪ ଟଙ୍କା, ୯୩.୨୭ ଟଙ୍କା ଏବଂ ୯୭.୮୪ ଟଙ୍କାକୁ ଛୁଇଁଛି। ଏହିସବୁ ମେଟ୍ରୋ ସହରରେ ପେଟ୍ରୋଲ ଲିଟର ପିଛା ୨୨ ରୁ ୩୦ ପଇସା ବଢ଼ି ଯଥାକ୍ରମେ ୯୯.୫୮ଟଙ୍କା, ୧୦୨.୪୭ ଟଙ୍କା ଏବଂ ୧୦୭.୯୫ ଟଙ୍କାରେ ରହିଛି।
ଏହି ଦର ବୃଦ୍ଧି ଯୋଗୁ ବର୍ତ୍ତମାନ ମଧ୍ୟ ସାରା ଦେଶରେ ୨୫ଟି ରାଜ୍ୟରେ ପେଟ୍ରୋଲ ୧୦୦ ଟଙ୍କାରୁ ଊର୍ଦ୍ଧ୍ୱରେ ବିକ୍ରି ହେଉଥିବା ବେଳେ ୨୨ଟି ରାଜ୍ୟରେ ଡିଜେଲ ଦର ମଧ୍ୟ ୯୦ ଟଙ୍କା ଉପରେ ରହିଛି। ଦେଶରେ ସର୍ବାଧିକ ତେଲ ମୂଲ୍ୟ ରାଜସ୍ଥାନର ଗଙ୍ଗାନଗର ଅଞ୍ଚଳରେ ପେଟ୍ରୋଲ ୧୧୩.୭୩ ଟଙ୍କା ଏବଂ ଡିଜେଲ ୧୦୩.୯୦ ଟଙ୍କା ରହିଛି। ଏପରିକି ଦେଶର ୫ ରାଜ୍ୟ ଓଡ଼ିଶା, ମଧ୍ୟପ୍ରଦେଶ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ଡିଜେଲ ମଧ୍ୟ ୧୦୦ ଟଙ୍କା ଉପରେ ବିକ୍ରି ହେଉଛି।
ସ୍ବାଧୀନତାର ୭୫ ବର୍ଷ ମଧ୍ୟରେ ଦେଶରେ ଶୁକ୍ରବାର ସର୍ବକାଳୀନ ତୈଳ ଦର ରେକର୍ଡ ସୃଷ୍ଟି କରି ନୂଆ ସ୍ତରରେ ପହଞ୍ଚତ୍ଛି। ସାଧାରଣ ନାଗରିକଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ବିରୋଧୀ ଦଳର ନେତା ପ୍ରଶ୍ନ କରିଛନ୍ତି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏ ସମ୍ପର୍କରେ ପ୍ରଶ୍ନ କରି କହିଛନ୍ତି, ଏ କ’ଣ ‘ଅଚ୍ଛେ ଦିନ୍‌’ର ବାସ୍ତବ ରୂପ।
ଅନ୍ତଜାତୀୟ ବଜାରରେ ଶୁକ୍ରବାର ଅଶୋଧିତ ତୈଳ ଦର ୦.୧% ହ୍ରାସ ପାଇ ବ୍ୟାରେଲ ପିଛା ୭୮.୨୪ ଡଲାରରେ ପହଞ୍ଚତ୍ଛି। ଆମଦାନୀ ଶୁଳ୍କ ହ୍ରାସ ପାଉଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ କରାଯାଉଥିବା ବର୍ଦ୍ଧିତ ଟିକସ ଯୋଗୁ ଖାଉଟି ଉଚ୍ଚା ଦରରେ ତେଲ କ୍ରୟ କରୁଛନ୍ତି ବୋଲି ତୈଳ କମ୍ପାନୀଗୁଡ଼ିକ ମତ ଦେଇଛନ୍ତି।
ଅକ୍ଟୋବର ପହିଲା ତୈଳ ମୂଲ୍ୟସୂଚୀ
(ବିପିସିଏଲ୍‌ ପକ୍ଷରୁ ମିଳିଥିବା ସୂଚନା)
ଲିଟର ପିଛା ଖାଉଟିଙ୍କଠାରୁ ଆଦାୟ କରାଯାଉଥିବା ତୈଳ ମୂଲ୍ୟ
ପେଟ୍ରୋଲ ମୂଳ ମୂଲ୍ୟ ୪୨.୪୨ଟଙ୍କା, କେନ୍ଦ୍ର ସରକାରଙ୍କ ଅଂଶ ୩୨.୯୦ ଟଙ୍କା (ଉପତ୍ାଦ ଶୁଳ୍କ), ରାଜ୍ୟ ସରକାରଙ୍କ ଅଂଶ ୨୪.୦୬ ଟଙ୍କା (ଟିକସ), ଡିଲର କମିଶନ ୩.୩୯ ଟଙ୍କା ସର୍ବମୋଟ ୧୦୨.୭୭ ଟଙ୍କା
ଡିଜେଲର ମୂଳ ମୂଲ୍ୟ ୪୩.୩୯ ଟଙ୍କା, କେନ୍ଦ୍ର ସରକାରଙ୍କ ଅଂଶ ୩୧.୮୦ ଟଙ୍କା (ଉପତ୍ାଦ ଶୁଳ୍କ), ରାଜ୍ୟ ସରକାରଙ୍କ ଅଂଶ ୨୧.୦୨ ଟଙ୍କା (ଟିକସ), ଡିଲର କମିଶନ ୨.୧୩ ଟଙ୍କା ସର୍ବମୋଟ ୯୮.୩୪ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri