ଖାଉଟି ମୁଣ୍ଡରେ ତେଲ ବୋଝ

ଭୁବନେଶ୍ୱର/ନୂଆଦିଲ୍ଲୀ,୨।୧୦: ନିକଟରେ ଅନୁଷ୍ଠିତ ୪୫ତମ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିଷଦ ବୈଠକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟବୃଦ୍ଧିରେ ଅଙ୍କୁଶ ଲଗାଇବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଥିଲା। ହେଲେ କେନ୍ଦ୍ର ଏବଂ ରାଜ୍ୟ ସରକାର ମଧ୍ୟରେ ଏ ନେଇ ସହମତି ପ୍ରକାଶ ପାଇପାରିଲାନାହିଁ। କେରଳ ହାଇକୋର୍ଟ ତେଲକୁ ଜିଏସ୍‌ଟି ପରିସରଭୁକ୍ତ କରାଇ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପରିଷଦକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକ ତାହାକୁ ଗ୍ରହଣ କଲେ ନାହିଁ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ରେକର୍ଡ ଉଚ୍ଚରେ ରହିବା ଯୋଗୁ ଘରୋଇ ବଜାରରେ ତେଲ ଦରରେ ନିଆଁ ଲାଗି ସର୍ବକାଳୀନ ରେକର୍ଡ ଛୁଇଁଛି। ତେଲ ବୋଝ ଖାଉଟିଙ୍କୁ ହନ୍ତସନ୍ତ କରୁଛି।
କ୍ରମାଗତ ଦ୍ୱିତୀୟ ଦିନ ଲାଗି ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ଏହି ଦର ବୃଦ୍ଧି ଯୋଗୁ ଭାରତୀୟ ତୈଳ ବଜାରରେ ଏହା ସର୍ବକାଳୀନ ରେକର୍ଡ କରିଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌)ର ସୂଚନା ଅନୁସାରେ ଶୁକ୍ରବାର ଭୁବନେଶ୍ୱରରେ ଡିଜେଲ ୩୨ ପଇସା ଏବଂ ପେଟ୍ରୋଲ ୨୫ ପଇସା ବଢ଼ିଛି। ଫଳରେ ଏଠାରେ ଡିଜେଲ ଲିଟର ପିଛା ୯୮.୩୨ଟଙ୍କା ଏବଂ ପେଟ୍ରୋଲ ୧୦୨.୭୬ ଟଙ୍କାରେ ବିକ୍ରି ହେଉଛି। ସେହିଭଳି କଟକ ସହରରେ ଡିଜେଲ ଲିଟର ପିଛା ୯୮.୬୬ ଟଙ୍କା ଓ ପେଟ୍ରୋଲ ୧୦୩.୧୧ ଟଙ୍କାରେ ପହଞ୍ଚତ୍ଛି।
ଗତ କିଛି ମାସ ହେବ ତୈଳ ଦର କ୍ରମାଗତ ଉଚ୍ଚା ରହୁଛି। ଫଳରେ ଓଡ଼ିଶା ସମେତ ଭାରତର ବିଭିନ୍ନ ଅଞ୍ଚଳରେ ମଧ୍ୟ ଉଭୟ ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚତ୍ଛି। କ୍ରମାଗତ ଦର ବୃଦ୍ଧି ଫଳରେ ମାଲକାନଗିରି (କାଲିମେଳା) ଅଞ୍ଚଳରେ ତେଲ ଦର ସର୍ବାଧିକ ପେଟ୍ରୋଲ ୧୦୮.୪୫ ଟଙ୍କା ଏବଂ ଡିଜେଲ ୧୦୪.୦୫ଟଙ୍କା ଥିବା ବେଳେ ସର୍ବନିମ୍ନ ଦର ଖୋର୍ଦ୍ଧା ଜିଲାର
ଜଟଣୀ ଅଞ୍ଚଳରେ ଡିଜେଲ ୯୮.୧୪ ଟଙ୍କା ଏବଂ ପେଟ୍ରୋଲ ୧୦୨.୫୭ ଟଙ୍କାରେ କାରବାର ହେଉଛି ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏଶନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି।
ସେହିପରି ନୂଆଦିଲ୍ଲୀରେ ମଧ୍ୟ ଡିଜେଲ ୩୦ ପଇସା ଏବଂ ପେଟ୍ରୋଲ ୨୫ ପଇସା ବଢ଼ିଥିବା ସୂଚନା ମିଳିଛି। ଏହା ଫଳରେ ସେଠାରେ ଡିଜେଲ ଲିଟର ପିଛା ୯୦.୧୭ ଟଙ୍କା ଏବଂ ପେଟ୍ରୋଲ ୧୦୧.୮୯ ଟଙ୍କାରେ କାରବାର ହେଉଛି। ଚଳିତ ବର୍ଷ ଜୁଲାଇ ୧୭ରେ ଶେଷ ଥର ପାଇଁ ଦିଲ୍ଲୀରେ ସର୍ବାଧିକ ପେଟ୍ରୋଲ ୧୦୧.୮୪ ଟଙ୍କା ଏବଂ ଡିଜେଲ ୮୯.୮୭ ଟଙ୍କାରେ ରହିଥିଲା, ଯାହା ଅକ୍ଟୋବର ପହିଲାରୁ ସେ ସମସ୍ତ ରେକର୍ଡ ଭଙ୍ଗ କରି ସର୍ବକାଳୀନ ନୂଆ ରେକର୍ଡ କରିଛି।
ଅପରପକ୍ଷରେ ଦେଶର ପ୍ରମୁଖ ମେଟ୍ରୋ ସହର ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇରେ ମଧ୍ୟ ଡିଜେଲ ଦର ୨୯ରୁ ୩୨ ପଇସା ବଢ଼ି ଯଥାକ୍ରମ ୯୪.୭୪ ଟଙ୍କା, ୯୩.୨୭ ଟଙ୍କା ଏବଂ ୯୭.୮୪ ଟଙ୍କାକୁ ଛୁଇଁଛି। ଏହିସବୁ ମେଟ୍ରୋ ସହରରେ ପେଟ୍ରୋଲ ଲିଟର ପିଛା ୨୨ ରୁ ୩୦ ପଇସା ବଢ଼ି ଯଥାକ୍ରମେ ୯୯.୫୮ଟଙ୍କା, ୧୦୨.୪୭ ଟଙ୍କା ଏବଂ ୧୦୭.୯୫ ଟଙ୍କାରେ ରହିଛି।
ଏହି ଦର ବୃଦ୍ଧି ଯୋଗୁ ବର୍ତ୍ତମାନ ମଧ୍ୟ ସାରା ଦେଶରେ ୨୫ଟି ରାଜ୍ୟରେ ପେଟ୍ରୋଲ ୧୦୦ ଟଙ୍କାରୁ ଊର୍ଦ୍ଧ୍ୱରେ ବିକ୍ରି ହେଉଥିବା ବେଳେ ୨୨ଟି ରାଜ୍ୟରେ ଡିଜେଲ ଦର ମଧ୍ୟ ୯୦ ଟଙ୍କା ଉପରେ ରହିଛି। ଦେଶରେ ସର୍ବାଧିକ ତେଲ ମୂଲ୍ୟ ରାଜସ୍ଥାନର ଗଙ୍ଗାନଗର ଅଞ୍ଚଳରେ ପେଟ୍ରୋଲ ୧୧୩.୭୩ ଟଙ୍କା ଏବଂ ଡିଜେଲ ୧୦୩.୯୦ ଟଙ୍କା ରହିଛି। ଏପରିକି ଦେଶର ୫ ରାଜ୍ୟ ଓଡ଼ିଶା, ମଧ୍ୟପ୍ରଦେଶ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ଡିଜେଲ ମଧ୍ୟ ୧୦୦ ଟଙ୍କା ଉପରେ ବିକ୍ରି ହେଉଛି।
ସ୍ବାଧୀନତାର ୭୫ ବର୍ଷ ମଧ୍ୟରେ ଦେଶରେ ଶୁକ୍ରବାର ସର୍ବକାଳୀନ ତୈଳ ଦର ରେକର୍ଡ ସୃଷ୍ଟି କରି ନୂଆ ସ୍ତରରେ ପହଞ୍ଚତ୍ଛି। ସାଧାରଣ ନାଗରିକଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ବିରୋଧୀ ଦଳର ନେତା ପ୍ରଶ୍ନ କରିଛନ୍ତି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏ ସମ୍ପର୍କରେ ପ୍ରଶ୍ନ କରି କହିଛନ୍ତି, ଏ କ’ଣ ‘ଅଚ୍ଛେ ଦିନ୍‌’ର ବାସ୍ତବ ରୂପ।
ଅନ୍ତଜାତୀୟ ବଜାରରେ ଶୁକ୍ରବାର ଅଶୋଧିତ ତୈଳ ଦର ୦.୧% ହ୍ରାସ ପାଇ ବ୍ୟାରେଲ ପିଛା ୭୮.୨୪ ଡଲାରରେ ପହଞ୍ଚତ୍ଛି। ଆମଦାନୀ ଶୁଳ୍କ ହ୍ରାସ ପାଉଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ କରାଯାଉଥିବା ବର୍ଦ୍ଧିତ ଟିକସ ଯୋଗୁ ଖାଉଟି ଉଚ୍ଚା ଦରରେ ତେଲ କ୍ରୟ କରୁଛନ୍ତି ବୋଲି ତୈଳ କମ୍ପାନୀଗୁଡ଼ିକ ମତ ଦେଇଛନ୍ତି।
ଅକ୍ଟୋବର ପହିଲା ତୈଳ ମୂଲ୍ୟସୂଚୀ
(ବିପିସିଏଲ୍‌ ପକ୍ଷରୁ ମିଳିଥିବା ସୂଚନା)
ଲିଟର ପିଛା ଖାଉଟିଙ୍କଠାରୁ ଆଦାୟ କରାଯାଉଥିବା ତୈଳ ମୂଲ୍ୟ
ପେଟ୍ରୋଲ ମୂଳ ମୂଲ୍ୟ ୪୨.୪୨ଟଙ୍କା, କେନ୍ଦ୍ର ସରକାରଙ୍କ ଅଂଶ ୩୨.୯୦ ଟଙ୍କା (ଉପତ୍ାଦ ଶୁଳ୍କ), ରାଜ୍ୟ ସରକାରଙ୍କ ଅଂଶ ୨୪.୦୬ ଟଙ୍କା (ଟିକସ), ଡିଲର କମିଶନ ୩.୩୯ ଟଙ୍କା ସର୍ବମୋଟ ୧୦୨.୭୭ ଟଙ୍କା
ଡିଜେଲର ମୂଳ ମୂଲ୍ୟ ୪୩.୩୯ ଟଙ୍କା, କେନ୍ଦ୍ର ସରକାରଙ୍କ ଅଂଶ ୩୧.୮୦ ଟଙ୍କା (ଉପତ୍ାଦ ଶୁଳ୍କ), ରାଜ୍ୟ ସରକାରଙ୍କ ଅଂଶ ୨୧.୦୨ ଟଙ୍କା (ଟିକସ), ଡିଲର କମିଶନ ୨.୧୩ ଟଙ୍କା ସର୍ବମୋଟ ୯୮.୩୪ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri