ନକ୍ସା ନ ଥାଇ ମନଇଚ୍ଛା ଚାଲିଛି କୋଠା ନିର୍ମାଣ

ଭଞ୍ଜନଗର, ୨୬।୬(ଡି.ଏନ.ଏ): ଭଞ୍ଜନଗର ସହର ଅଞ୍ଚଳ ଦିନକୁ ଦିନ ବଢୁଛି। ଜନସଂଖ୍ୟା ବୃଦ୍ଧି ଯୋଗୁ ନୂତନ ଘରର ଆବଶ୍ୟକତା ପଡୁଛି। ତେଣୁ ସହରରେ ଘର ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢୁଛି। କିନ୍ତୁ ଯେଉଁମାନେ ନୂତନ ଘର ନିର୍ମାଣ କରୁଛନ୍ତି ସେଥିମଧ୍ୟରୁ ଅଧିକାଂଶ ଲୋକେ ଏନ୍‌ଏସିର ବିନା ଅନୁମତିରେ ମନଇଚ୍ଛା ଘର ନିର୍ମାଣ କରୁଛନ୍ତି। ଲୋକେ ଡ୍ରେନ୍‌ ବ୍ୟବସ୍ଥା କରୁନାହାନ୍ତି। ଡ୍ରେନ୍‌ ପାଇଁ ଜମି ମଧ୍ୟ ଦେଉନାହାନ୍ତି। ପରବର୍ତ୍ତୀ ସମୟରେ ଏନ୍‌ଏସି ଡ୍ରେନ୍‌ କରିବାକୁ ଚାହିଁଲେ ମଧ୍ୟ ଜମି ଅଭାବ ଯୋଗୁ ଡ୍ରେନ ହୋଇପାରୁନାହିଁ। ଲୋକେ ଘର କରିବା ପୂର୍ବରୁ ଏନ୍‌ଏସି ଏ ନେଇ ଆବଶ୍ୟକ ପଦକ୍ଷେପ ନେଇଥିଲେ ଏତେ ଅସୁବିଧା ହୋଇ ନ ଥାନ୍ତା। ବର୍ତ୍ତମାନ ସାମାନ୍ୟ ବର୍ଷା ହେଲେ ସହରତଳି କୁଲାଡ଼ ରୋଡ୍‌, ବେଲଗୁଣ୍ଠା ରୋଡ୍‌ ଅଞ୍ଚଳ ରାସ୍ତା ଉପରେ ପାଣି ଭାସୁଛି। ଗତ କିଛିଦିନ ହେବ ଏପରି ସମସ୍ୟା ଦେଖିବାକୁ ମିଳୁଛି। ଏନେଇ ଏନ୍‌ଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଅପରପକ୍ଷେ ଅଧିକାଂଶ ଲୋକ ମନଇଚ୍ଛା ଘର କରୁଥିବା ବେଳେ ପାଣି ଭାସିଲେ ଏନ୍‌ଏସିକୁ ଦୋଷ ଦେଉଛନ୍ତି। ଲୋକଙ୍କ ଏଭଳି ଚିନ୍ତାଧାରାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ-କାଉନସିଲର ବିବାଦ: ଶପଥ ପାଇଁ ସଭାମଞ୍ଚକୁ ଟଣାହେଲେ ମହାପ୍ରଭୁ, ଆଉ ତା’ ପରେ…

ଚିକିଟି,୬ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର ସମ୍ମିଳନୀ କକ୍ଷ ଗୃହରେ ଶନିବାର ଭତ୍ତା ବଣ୍ଟନ ନେଇ ବିଧାୟକ ଏବଂ ଏନ୍‌ଏସି ଅଧ୍ୟକ୍ଷl…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

‘ଛାତ୍ରୀଛାତ୍ର ଶୃଙ୍ଖଳାର ସହ ଦେଶ ପ୍ରେମରେ ନିଜକୁ ଦୀକ୍ଷିତ କରାଇ ଭଲ ମଣିଷ ହେବାକୁ ଆହ୍ବାନ’

ଗଞ୍ଜାମ,୫ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଦନ୍ତପୁର ତଥା ଅଧୁନା ରାମଗଡ଼ ପଞ୍ଚାୟତର ରଘୁନାଥପୁରଠାରେ ଥିବା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri