ନିମ୍ନମାନର ପାଇଖାନା ନିର୍ମାଣକୁ ନେଇ ଚିନ୍ତା

ନୂଆଗାଁ,୨୫।୩(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ପରିମଳ ଯୋଜନା ମାଧ୍ୟମରେ ପାଇଖାନା ନିର୍ମାଣ ନାମରେ ଚାଲିଛି ହରିଲୁଟ। ପାଇଖାନା ନ ଥାଇ ବାହ୍ୟ ମଳମୁକ୍ତ ଅଞ୍ଚଳ ବୋଲି ଏକାଧିକ ଗ୍ରାମକୁ ଘୋଷଣା କରାଯାଇଛି । କେତେକ ସ୍ଥାନରେ ଫଳକ ଲଗାଯାଇଛି। ଏହି ସୁଯୋଗରେ ଅତି ନିମ୍ନମାନର ପାଇଖାନା ନିର୍ମାଣ କରାଯାଉଛି । ଇଟା ବଦଳରେ ବାଲି, ବଜୁରି ପିସ୍‌ ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି ।
ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନକୁ ସାକାର କରିବାକୁ କେନ୍ଦ୍ର ସରକାର ସ୍ବଚ୍ଛ ପରିମଳ ଯୋଜନା ଅନୁଯାୟୀ, ସମସ୍ତ ପରିବାରରେ ପାଇଖାନା ନିର୍ମାଣ କରିବାକୁ ଘୋଷଣା କରିଥିଲେ । ଏଥିପାଇଁ ହିତାଧିକାରୀଙ୍କୁ ୧୨ ହଜାର ଟଙ୍କା ଲେଖାଏ ଦେବାକୁ ପ୍ରସ୍ତାବ ଦିଆଯାଇଥିଲା। ସେହି ଅନୁଯାୟୀ ୨୦୧୩ରୁ ନୟାଗଡ଼ ଜିଲା ନୂଆଗାଁ ବ୍ଲକ୍‌ ୨୨ ପଞ୍ଚାୟତର ୨୭୭ ଗାଁରେ ପାଇଖାନା ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ ଜଳ ଓ ପରିମଳ ବିଭାଗର ଯନ୍ତ୍ରୀ ଏବଂ କର୍ମଚାରୀମାନେ ଦାୟିତ୍ୱ ନେଇ ଗାଁ ଗାଁ ବୁଲି ପାଇଖାନା କାର୍ଯ୍ୟର ତଦାରଖ କଲେ । କିନ୍ତୁ ଇତିମଧ୍ୟରେ ୮ ବର୍ଷ ବିତି ଯାଇଥିଲେ ମଧ୍ୟ ପାଇଖାନା ନିର୍ମାଣ କାର୍ଯ୍ୟ ଶେଷ ନ ହୋଇ ଅଧାପନ୍ତରିଆ ଭାବେ ପଡ଼ିରହିଛି । ପ୍ରଥମେ ହିତାଧିକାରୀ ନିଜେ ପାଇଖାନା ନିର୍ମାଣ କରୁଥିବା ବେଳେ ଏବେ ପାଇଖାନା ନିର୍ମାଣ ଦାୟିତ୍ୱ ବ୍ଲକ ବାହାର ଠିକାଦାରଙ୍କ ହାତରେ ଟେକି ଦେଇଛି ବ୍ଲକ ପ୍ରଶାସନ ।
ଆଦିବାସୀ ଅଧ୍ୟୁଷିତ ଜାକେଡ଼ା ପଞ୍ଚାୟତର ଜାକେଡା, ସାନଜିରି, ତୁକୁଡ଼ା, ବଡ଼ଜିରି, ଲୁଣି, ବାଗିଆମ୍ବା, ଦୁରୁଙ୍ଗି, ବାଡ଼ିବାରି, କରଚୁଲି ଆଦି ଗାଁରେ ହାତଗଣତି କେତୋଟି ପାଇଖାନା ନିର୍ମାଣ କରାଯାଇ ବାହ୍ୟ ମଳମୁକ୍ତ ଗାଁ ଘୋଷଣା କରାଯିବା ସହିତ ଫଳକ ଲଗାଇ ଦିଆଯାଇଥିଲା। ନିର୍ମାଣ ହୋଇଥିବା ପାଇଖାନା ମଧ୍ୟରୁ ଅଧିକାଂଶ ସ୍ଥାନରେ ଯନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ଠିକାଦାରଙ୍କ ମାଧ୍ୟମରେ ନିମ୍ନମାନର କାମ ହୋଇଥିଲା । ଫଳରେ ତାହା ବ୍ୟବହାର ଅନୁପଯୋଗୀ ହୋଇ ମାଟିରେ ମିଶିଛି। ଏ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଜିଲା ପ୍ରଶାସନ କିମ୍ବା ବ୍ଲକ ଅଧିକାରୀମାନେ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହେଉଛି। ଠିକାଦାର ନିମ୍ନମାନର କାର୍ଯ୍ୟ କରୁଥିଲେ ମଧ୍ୟ ମୋଟା ଅଙ୍କର ପିସି ନେଇ ବିଭାଗୀୟ ଅଧିକାରୀମାନେ ସେମାନଙ୍କ ବିଲ୍‌ ପାସ୍‌ କରି ଦେଉଛନ୍ତି। ଫଳରେ ଦିନକୁ ଦିନ ଦୁର୍ନୀତି ବଢ଼ିଚାଲିଛି। ଜାକେଡା ପଞ୍ଚାୟତରେ ଠିକାଦାର ପାଇଖାନା ନିର୍ମାଣ କରିଥିଲେ ମଧ୍ୟ ତାହା ଅତି ନିମ୍ନମାନର ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରି କି ନିର୍ମାଣ କାର୍ଯ୍ୟରେ ଇଟା ବ୍ୟବହାର ନ କରି ବାଲି ଏବଂ ବଜୁରିରେ ନିର୍ମିତ ପିସ୍‌ରେ ପାଇଖାନା ଘରର କାନ୍ଥ ନିର୍ମାଣ କରାଯାଇଛି । ସେଥିରେ ସିମେଣ୍ଟ ବଦଳରେ ଡଷ୍ଟ ପାଉଡର ବ୍ୟବହାର କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ହେଉଛି। ପାଇଖାନା ଟାଙ୍କିରେ କମ ବଜୁରି ଦେଇ ନିର୍ମାଣ କରାଯାଉଛି। ଏଥିପାଇଁ ପାଇଖାନାର ସ୍ଥାୟିତ୍ୱ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସିମେଣ୍ଟ ବଦଳରେ ଡଷ୍ଟ ପାଉଡର ବ୍ୟବହାର କରୁଥିବା ବିଷୟରେ ଜଳ ଯୋଗାଣ ଓ ପରିମଳ ବିଭାଗର ଜଣେ କର୍ମଚାରୀଙ୍କୁ ପଚାରିବାରେ ଠିକାଦାର ଭୁଲରେ ଡଷ୍ଟପାଉଡର ଆଣିଥିଲେ, କିନ୍ତୁ ବ୍ୟବହାର କରାଯାଇ ନ ଥିବା ସେ କହିଛନ୍ତି। ଅନ୍ୟପକ୍ଷେ ତଦନ୍ତ ପରେ ଅନିୟମିତତା ଜଣାପଡିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୂଆଗାଁ ବିଡିଓ ପ୍ରମୋଦ କୁମାର ନାୟକ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ନିଶା ମହାରଣାଙ୍କୁ ମିଳିଲା ଜାମିନ, ଏସ୍‌ଡିଜେଏମ କୋର୍ଟରେ ଆତ୍ମସମର୍ପଣ ପରେ…

ବଲାଙ୍ଗୀର, ୧୦।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗାଁର ଏକ ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାକୁ ନେଇ କିଛି…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆମେ ନିଜ ପାଇଁ ନୁହେଁ ବରଂ…ଭାରତ ବିପକ୍ଷ ମ୍ୟାଚ ଖେଳିବାକୁ ପାକିସ୍ତାନ ରାଜି ପରେ ମୁହଁ ଖୋଲିଲେ ନକ୍‌ବି

ଇସଲାମାବାଦ୍‌,୧୦।୨: ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ ନକବିଙ୍କ ICC T20 ବିଶ୍ୱକପ ୨୦୨୬ରେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବା ସମ୍ପର୍କରେ ବୟାନ ପରେ ଏହା…

୧୫ରେ ମହାଶିବରାତ୍ରୀ ପାଳନ ନେଇ କୌଣସି ଦନ୍ଦ୍ୱ ନାହିଁ: ଲିଙ୍ଗରାଜ ମନ୍ଦିର ସୁପରଭାଇଜର

ଭୁବନେଶ୍ୱର,୧୦।୨: ଆସନ୍ତା ୧୫ରେ ପାଳନ ହେବ ମହାଶିବରାତ୍ରି। ଏଥିରେ କୌଣସି ଦନ୍ଦ୍ୱ ନାହିଁ ବୋଲି ସୂଚନା ଦେଇଛନ୍ତି ଲିଙ୍ଗରାଜ ମନ୍ଦିର ସୁପରଭାଇଜର। ଯେଉଁ ଦିନ ଚତୁର୍ଦ୍ଦଶୀରେ ବେଢ଼ା…

କଳସ ଯାତ୍ରା ସମୟରେ ଦଳାଚକଟା, ମହିଳା ମୃତ

ଗ୍ବାଲିୟର,୧୦।୨: ମଧ୍ୟ ପ୍ରଦେଶ ଗ୍ବାଲିୟରର ନବଗ୍ରହ ପୀଠ ମନ୍ଦିରରେ ଚାଲିଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ସମୟରେ କଳସ ଯାତ୍ରା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଶୋଭାଯାତ୍ରାରେ…

ନଗଦ କାରବାର, ସମ୍ପତ୍ତି ଏବଂ ଯାନବାହାନ କ୍ରୟ ପାଇଁ ପ୍ୟାନ୍ ନିୟମରେ ପରିବର୍ତ୍ତନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୨: ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଆୟକର ନିୟମର ଡ୍ରାଫ୍ଟରେ ଅନେକ ନୂତନ ଏବଂ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ପରାମର୍ଶ ଦିଆଯାଇଛି । ନୂତନ ନିୟମ ଅନୁଯାୟୀ, ନଗଦ…

ଏସ୍‌ଡିଜେଏମ କୋର୍ଟରେ ଆତ୍ମସମର୍ପଣ କଲେ ନିଶା ମହାରଣା: ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପରେ…

ବଲାଙ୍ଗୀର,୧୦।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଚନ୍ଦନଭାଟି ଗାଁର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri