ନିମ୍ନମାନର କଲ୍‌ଭର୍ଟ ନିର୍ମାଣ, କାମ ବନ୍ଦ କଲେ ସରପଞ୍ଚ

ରାଜନଗର, ୩୧ା୫(ଡି.ଏନ୍‌.ଏ.):ଅଣଜଳସେଚିତ ରାଜନଗର ବ୍ଲକରେ ଜମିକୁ ପାଣି ଯୋଗାଇବା ଓ ବର୍ଷା ସମୟରେ ଉଦ୍‌ବୃତ୍ତ ପାଣି ନିଷ୍କାସନ ପାଇଁ କଲ୍‌ଭର୍ଟ ନିର୍ମାଣ ନିମନ୍ତେ ସରକାର ଅର୍ଥ ଯୋଗାଇ ଦେଉଛନ୍ତି। ମାତ୍ର ରାଜନଗର ବ୍ଲକର ଦାରୁଓରା ନିକଟରେ ନିର୍ମାଣାଧୀନ କଲ୍‌ଭର୍ଟକୁ ନିମ୍ନମାନର ହେଉଥିବା ଦେଖି ସୋମବାର କାମକୁ ଘଡିଆମାଳ ପଞ୍ଚାୟତ ସରପଞ୍ଚ ଶୈଳେନ୍ଦ୍ର ମିଶ୍ର ଓ ଚାଷୀମାନେ ବନ୍ଦ କରିଛନ୍ତି।
ବିଭାଗ ପକ୍ଷରୁ ରାଜନଗର ବ୍ଲକର ଦୀଘି-ଜୁନୁସନଗର, ରିଘାଗଡ- ରାଜବିଜୟନଗର ଭାୟା ବାର୍‌ହାପିଟା, ଈଶ୍ୱରପୁରରୁ ଡାଲଖାଇଡିସି, ଘଡିଆମାଳ ଖୋଳାଯୋରଠୁଁ ଦାରୁଓରା, ତାଳଚୁଆ ପଞ୍ଚାୟତ ଅଫିସଠାରୁ ରାଜେନ୍ଦ୍ରନଗର, ଢାଗୁଆରୁ ମଙ୍ଗରାଜପୁର କେନାଲ ଖୋଳାଯାଉଛି। କେନାଲ ସହ ପାଇଲ ଫୁଟ ବ୍ରିଜ ଓ ବକ୍ସ କଲଭର୍ଟ ନିର୍ମାଣ ପାଇଁ ବ୍ୟୟ ବରାଦ ରହିଛି। ୫ କୋଟି ୩୪ ଲକ୍ଷ ୭୮ ହଜାର ୭୮୨ ଟଙ୍କା ବ୍ୟୟରେ ଉକ୍ତ କେନାଲ ପୁନରୁଦ୍ଧାର କରାଯାଉଛି। ଏହି ୬ଟି କେନାଲ ମଧ୍ୟରୁ ଏବେ ଘଡିଆମାଳ ଖୋଳାଯୋରଠୁଁ ଦାରୁଓରା ଯାଏଁ କେନାଲ ଖନନ କରାଯାଉଛି। ଏହି କେନାଲର ଦାରୁଓରା ଗଁା ନିକଟରେ ଡବଲ ବକ୍ସ କଲଭର୍ଟ ନିର୍ମାଣ କରାଯାଉଛି। ବିଲ ଭିତରେ ଏହି ବକ୍ସ କଲଭର୍ଟ ନିର୍ମାଣ କରାଯାଉଥିବାରୁ ଏହି ସ୍ଥାନକୁ ସାଧାରଣ ଲୋକଙ୍କ ଯା’ଆସ ନାହିଁ। କାମ ନିମ୍ନମାନର ହେଉଥିବା ଖବରପାଇ ଘଡିଆମାଳ ସରପଞ୍ଚ ମିଶ୍ର, ଚାଷୀ ନିର୍ମଳ ପ୍ରଧାନ, ନୀଳମଣି ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ପଙ୍କ ଉପରେ ବେସ ଢଳେଇ ପକାଯାଉଥିବା ଦେଖିଥିଲେ। ରାତିଅଧିଆ ୧୯ଟି ପାଇଲ ଖୁଣ୍ଟ ଛିଡା କରାଯାଇଛି। ପଙ୍କ କାଦୁଅରେ ହୋଇଥିବା ପାଇଲ ଖୁଣ୍ଟ ଉପରେ ବେସ ଢଳେଇ ପକାଯାଉଥିଲା। ବେସ ଢଳେଇ ପାଇଁ ୧୦ ଓ ୧୨ ଏମ୍‌ଏମ୍‌ ରଡରେ ଜାଲି ବନ୍ଧା ଯାଇ ଢଳେଇ ପଡୁଥିଲା। ଏପରି କି ବେସରୁ ଅନ୍ୟ ପାଇଲ ଖୁଣ୍ଟକୁ ବିମ ପକାଯିବା ପାଇଁ ୧୨ ଏମ୍‌ଏମ୍‌ ରଡରେ ବକ୍ସ ବନ୍ଧା ଯାଇଥିଲା। ସରପଞ୍ଚ ଓ ସ୍ଥାନୀୟ ଲୋକେ ଢଳେଇ ପଡୁଥିବା ସ୍ଥାନରେ ତଳୁ ପଙ୍କ ଓ କାଦୁଅ ବାହାରୁ ଥିବା ଦେଖିଥିଲେ। ପାଇଲ ଖୁଣ୍ଟ ଉଠିବା ପରେ ବକ୍ସ କଲଭର୍ଟ ନିର୍ମାଣ ହେଉଥିବା ସ୍ଥାନରେ ବାଲି ପଡିବା କଥା। ବାଲି ଉପରେ ମେଟାଲିଂ ହେବ ଏବଂ ମେଟାଲିଂ ଉପରେ ୧୬ ଏମ୍‌ଏ୍‌ମ୍‌ ରଡରେ ଜାଲି ବନ୍ଧା ଯାଇ ବେସ ଢଳେଇ ପକାଯିବା କଥା। ମାତ୍ର ବାଲି ନ ପକାଇ, ମେଟାଲିଂ ନ କରି ପଙ୍କ କାଦୁଅରେ ରଡରେ ଜାଲି ବାନ୍ଧି ଏହି ବେସ ଢଳେଇ କାମକୁ ସରପଞ୍ଚ ମିଶ୍ର ବନ୍ଦ କରିଥିଲେ। ଅଧୀକ୍ଷଣ ଯନ୍ତ୍ରୀ ଏହି ସ୍ଥାନକୁ ଆସି ଏଷ୍ଟିମେଟ୍‌ ଦେଖାଇବା ପରେ କାମ ହେବ ବୋଲି ସେଠାରେ ଥିବା ଶ୍ରମିକ ଓ ସୁପରଭାଇଜରଙ୍କୁ କହିଥିଲେ। ଯନ୍ତ୍ରୀଙ୍କ ଉପସ୍ଥିତିରେ ବେସ ଢଳେଇ ପଡିବା କଥା। ଡ୍ରେନେଜ୍‌ ବିଭାଗର ଯନ୍ତ୍ରୀ ତ ଦୂରର କଥା, କୌଣସି କର୍ମଚାରୀଙ୍କ ଅନୁପସ୍ଥିତିରେ କିପରି ଢଳେଇ ପଡୁଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦାୟିତ୍ୱରେ ଥିବା ଠିକାଦାରଙ୍କ ସୁପରଭାଇଜର ସୁଦର୍ଶନ ମଣ୍ଡଳଙ୍କୁ ପଚାରିବାରେ ଠିକାଦାରଙ୍କ କହିବା ମୁତାବକ ଆମେ ୧୦ ଓ ୧୨ ଏମ୍‌ଏମ୍‌ ରଡରେ ବେସ ପାଇଁ ଜାଲି ବାନ୍ଧିଛୁ। ଏ ସମ୍ପର୍କରେ ଅଧୀକ୍ଷଣ ଯନ୍ତ୍ରୀ ବାଙ୍କ ବିହାରୀ ସାମଲଙ୍କୁ ପଚାରିବାରୁ ଫଟୋ ଦେଖିଛି, ଅଫିସକୁ ଗଲେ ଜେଇଙ୍କୁ ଡାକି ପଚାରିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri