ନିମ୍ନମାନର କଲ୍‌ଭର୍ଟ ନିର୍ମାଣ, କାମ ବନ୍ଦ କଲେ ସରପଞ୍ଚ

ରାଜନଗର, ୩୧ା୫(ଡି.ଏନ୍‌.ଏ.):ଅଣଜଳସେଚିତ ରାଜନଗର ବ୍ଲକରେ ଜମିକୁ ପାଣି ଯୋଗାଇବା ଓ ବର୍ଷା ସମୟରେ ଉଦ୍‌ବୃତ୍ତ ପାଣି ନିଷ୍କାସନ ପାଇଁ କଲ୍‌ଭର୍ଟ ନିର୍ମାଣ ନିମନ୍ତେ ସରକାର ଅର୍ଥ ଯୋଗାଇ ଦେଉଛନ୍ତି। ମାତ୍ର ରାଜନଗର ବ୍ଲକର ଦାରୁଓରା ନିକଟରେ ନିର୍ମାଣାଧୀନ କଲ୍‌ଭର୍ଟକୁ ନିମ୍ନମାନର ହେଉଥିବା ଦେଖି ସୋମବାର କାମକୁ ଘଡିଆମାଳ ପଞ୍ଚାୟତ ସରପଞ୍ଚ ଶୈଳେନ୍ଦ୍ର ମିଶ୍ର ଓ ଚାଷୀମାନେ ବନ୍ଦ କରିଛନ୍ତି।
ବିଭାଗ ପକ୍ଷରୁ ରାଜନଗର ବ୍ଲକର ଦୀଘି-ଜୁନୁସନଗର, ରିଘାଗଡ- ରାଜବିଜୟନଗର ଭାୟା ବାର୍‌ହାପିଟା, ଈଶ୍ୱରପୁରରୁ ଡାଲଖାଇଡିସି, ଘଡିଆମାଳ ଖୋଳାଯୋରଠୁଁ ଦାରୁଓରା, ତାଳଚୁଆ ପଞ୍ଚାୟତ ଅଫିସଠାରୁ ରାଜେନ୍ଦ୍ରନଗର, ଢାଗୁଆରୁ ମଙ୍ଗରାଜପୁର କେନାଲ ଖୋଳାଯାଉଛି। କେନାଲ ସହ ପାଇଲ ଫୁଟ ବ୍ରିଜ ଓ ବକ୍ସ କଲଭର୍ଟ ନିର୍ମାଣ ପାଇଁ ବ୍ୟୟ ବରାଦ ରହିଛି। ୫ କୋଟି ୩୪ ଲକ୍ଷ ୭୮ ହଜାର ୭୮୨ ଟଙ୍କା ବ୍ୟୟରେ ଉକ୍ତ କେନାଲ ପୁନରୁଦ୍ଧାର କରାଯାଉଛି। ଏହି ୬ଟି କେନାଲ ମଧ୍ୟରୁ ଏବେ ଘଡିଆମାଳ ଖୋଳାଯୋରଠୁଁ ଦାରୁଓରା ଯାଏଁ କେନାଲ ଖନନ କରାଯାଉଛି। ଏହି କେନାଲର ଦାରୁଓରା ଗଁା ନିକଟରେ ଡବଲ ବକ୍ସ କଲଭର୍ଟ ନିର୍ମାଣ କରାଯାଉଛି। ବିଲ ଭିତରେ ଏହି ବକ୍ସ କଲଭର୍ଟ ନିର୍ମାଣ କରାଯାଉଥିବାରୁ ଏହି ସ୍ଥାନକୁ ସାଧାରଣ ଲୋକଙ୍କ ଯା’ଆସ ନାହିଁ। କାମ ନିମ୍ନମାନର ହେଉଥିବା ଖବରପାଇ ଘଡିଆମାଳ ସରପଞ୍ଚ ମିଶ୍ର, ଚାଷୀ ନିର୍ମଳ ପ୍ରଧାନ, ନୀଳମଣି ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ପଙ୍କ ଉପରେ ବେସ ଢଳେଇ ପକାଯାଉଥିବା ଦେଖିଥିଲେ। ରାତିଅଧିଆ ୧୯ଟି ପାଇଲ ଖୁଣ୍ଟ ଛିଡା କରାଯାଇଛି। ପଙ୍କ କାଦୁଅରେ ହୋଇଥିବା ପାଇଲ ଖୁଣ୍ଟ ଉପରେ ବେସ ଢଳେଇ ପକାଯାଉଥିଲା। ବେସ ଢଳେଇ ପାଇଁ ୧୦ ଓ ୧୨ ଏମ୍‌ଏମ୍‌ ରଡରେ ଜାଲି ବନ୍ଧା ଯାଇ ଢଳେଇ ପଡୁଥିଲା। ଏପରି କି ବେସରୁ ଅନ୍ୟ ପାଇଲ ଖୁଣ୍ଟକୁ ବିମ ପକାଯିବା ପାଇଁ ୧୨ ଏମ୍‌ଏମ୍‌ ରଡରେ ବକ୍ସ ବନ୍ଧା ଯାଇଥିଲା। ସରପଞ୍ଚ ଓ ସ୍ଥାନୀୟ ଲୋକେ ଢଳେଇ ପଡୁଥିବା ସ୍ଥାନରେ ତଳୁ ପଙ୍କ ଓ କାଦୁଅ ବାହାରୁ ଥିବା ଦେଖିଥିଲେ। ପାଇଲ ଖୁଣ୍ଟ ଉଠିବା ପରେ ବକ୍ସ କଲଭର୍ଟ ନିର୍ମାଣ ହେଉଥିବା ସ୍ଥାନରେ ବାଲି ପଡିବା କଥା। ବାଲି ଉପରେ ମେଟାଲିଂ ହେବ ଏବଂ ମେଟାଲିଂ ଉପରେ ୧୬ ଏମ୍‌ଏ୍‌ମ୍‌ ରଡରେ ଜାଲି ବନ୍ଧା ଯାଇ ବେସ ଢଳେଇ ପକାଯିବା କଥା। ମାତ୍ର ବାଲି ନ ପକାଇ, ମେଟାଲିଂ ନ କରି ପଙ୍କ କାଦୁଅରେ ରଡରେ ଜାଲି ବାନ୍ଧି ଏହି ବେସ ଢଳେଇ କାମକୁ ସରପଞ୍ଚ ମିଶ୍ର ବନ୍ଦ କରିଥିଲେ। ଅଧୀକ୍ଷଣ ଯନ୍ତ୍ରୀ ଏହି ସ୍ଥାନକୁ ଆସି ଏଷ୍ଟିମେଟ୍‌ ଦେଖାଇବା ପରେ କାମ ହେବ ବୋଲି ସେଠାରେ ଥିବା ଶ୍ରମିକ ଓ ସୁପରଭାଇଜରଙ୍କୁ କହିଥିଲେ। ଯନ୍ତ୍ରୀଙ୍କ ଉପସ୍ଥିତିରେ ବେସ ଢଳେଇ ପଡିବା କଥା। ଡ୍ରେନେଜ୍‌ ବିଭାଗର ଯନ୍ତ୍ରୀ ତ ଦୂରର କଥା, କୌଣସି କର୍ମଚାରୀଙ୍କ ଅନୁପସ୍ଥିତିରେ କିପରି ଢଳେଇ ପଡୁଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦାୟିତ୍ୱରେ ଥିବା ଠିକାଦାରଙ୍କ ସୁପରଭାଇଜର ସୁଦର୍ଶନ ମଣ୍ଡଳଙ୍କୁ ପଚାରିବାରେ ଠିକାଦାରଙ୍କ କହିବା ମୁତାବକ ଆମେ ୧୦ ଓ ୧୨ ଏମ୍‌ଏମ୍‌ ରଡରେ ବେସ ପାଇଁ ଜାଲି ବାନ୍ଧିଛୁ। ଏ ସମ୍ପର୍କରେ ଅଧୀକ୍ଷଣ ଯନ୍ତ୍ରୀ ବାଙ୍କ ବିହାରୀ ସାମଲଙ୍କୁ ପଚାରିବାରୁ ଫଟୋ ଦେଖିଛି, ଅଫିସକୁ ଗଲେ ଜେଇଙ୍କୁ ଡାକି ପଚାରିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri